Advertisement

ନୋବେଲ ବିଜେତା ସୁ କିଙ୍କୁ ୭ ବର୍ଷ ଜେଲ୍‌

ନାଏପିଡାଉ,୩୦।୧୨: ଦୁର୍ନୀତି ଅଭିଯୋଗରେ ମିଆଁମାର କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲିକପ୍ଟର ନିଯୁକ୍ତି ଏବଂ ରକ୍ଷଣାବେକ୍ଷଣ ସହ ଜଡିତ ପାଞ୍ଚଟି ଦୁର୍ନୀତି ମାମଲାରେ ସୁ କିଙ୍କୁ ଏହି ଦଣ୍ଡାଦେଶ ହୋଇଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।
ସୁ କି ମିଆଁମାରରେ ଦଶନ୍ଧି ଧରି ସାମରିକ ଶାସନ ବିରୋଧରେ ସଂଗ୍ରାମ କରିଛନ୍ତି। ସେ ମିଆଁମାରର ଜଣେ ଲୋକପ୍ରିୟ ନେତା। ସେ ଦଶନ୍ଧି ଧରି ସେଠାରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଆସୁଛନ୍ତି। ତାଙ୍କୁ ୧୫ ବର୍ଷରୁ ଅଧିକ ସମୟ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା। ତା’ପରେ ସେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ନିକଟରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା।
୨୦୨୩ରେ ମିଆଁମାରରେ ସେନା ନୂଆ ନିର୍ବାଚନ ହେବ ଘୋଷଣା କରିଛି। ଫେବୃଆରୀ ୧, ୨୦୨୧ରେ ମିଆଁମାର ସୈନ୍ୟବାହିନୀ ଦେଶର ଶାସନ ଗ୍ରହଣ କରିଥିଲେ ଏବଂ ସୁ କିଙ୍କ ସହ ମିଆଁମାରର ବହୁ ବଡ ନେତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ...

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି...

ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ...

ଚଳିତ ବର୍ଷ ଦିଆଯିବନି ରମଣ ମାଗାସେସ୍‌ ଆଓ୍ବାର୍ଡ: ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବନ୍ଦ

ମାନିଲା,୯।୬: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମଣ ମାଗାସେସ୍‌ ଆଓ୍ବାର୍ଡ ଚଳିତ ବର୍ଷ ଦିଆ ଯିବନାହିଁ। ଏହି ଫିଲିପାଇନ୍ସ୍‌ ଶାନ୍ତି ପୁରସ୍କାରକୁ କରୋନା ମହାମାରୀ ପାଇଁ...

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌...

ଇମ୍ରାନ୍‌ଙ୍କ ପାଇଁ ୩ ବିକଳ୍ପ…

ଇସଲାମାବାଦ୍‌, ୨।୪ : ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତବ୍ୟ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ଶାସକ...

ବିପଦ ଜୋନ୍‌ରେ ଅଧା ଜନସଂଖ୍ୟା

ଶାମ୍‌-ଏଲ୍‌-ଶେଖ୍‌,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ...

କିମ୍‌ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍‌ ଙ୍କ ତାଲିବାନୀ ଦଣ୍ଡ...

Advertisement
Archives

Model This Week