ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି

ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ ହେବ ଘରେ ଚୁଲି ଜଳୁନି। ବାପା ପ୍ରହଲ୍ଲାଦ, ମା’ କୁନିଲତା ଓ ତାଙ୍କ ସାନଭାଇଙ୍କ ଆଖିରୁ ଲୁହ ଶୁଖୁନି। ପୁଅର ଫେରିବା ବାଟକୁ ପରିବାର ଲୋକ ଚାହିଁ ବସିଛନ୍ତି।
ଅଭାବୀ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବେଙ୍ଗାଲୁରୁକୁ ବର୍ଷେ ପୂର୍ବେ ବୁଲୁ କାମ କରିବାକୁ ଯାଇଥିଲେ। ସେଠାରେ ଚତ୍ରଗାନାପଲ୍ଲୀ ଅଞ୍ଚଳର ଏକ୍ସ ସାଇଡ୍‌ ବ୍ୟାଟେରି କମ୍ପାନୀରେ ଗାଁ ଅଞ୍ଚଳର କେତେଜଣ ସାଥୀଙ୍କ ସହ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାସକୁ ଦୁଇ ପଇସା ରୋଜଗାର କରି ପରିବାର ପାଖକୁ ପଠାଇଥାନ୍ତି। ମାତ୍ର ୪ଦିନ ପୂର୍ବେ ମହାଶିବରାତ୍ରି ପୂର୍ବଦିନ ରାତିରେ ମା’ କୁନିଲତା ସହ ପୁଅ ବୁଲୁ ମୋବାଇଲ ଫୋନ୍‌ ଯୋଗେ କଥା ହୋଇଥିଲେ। ମାମୁ ଘର ଗାଁ ସାଥୀ ପିଲା ଘରକୁ ଯାଇଛନ୍ତି। ପଇସା ପତ୍ର କିଛି ନାହିଁ ଦେଇପାରିନି ବୋଉ। ସାଥୀ ପିଲାଙ୍କ ହାତରେ କିଛି ଶୁଖିଲା ଖାଦ୍ୟ ପ୍ୟାକେଟ ପଠାଉଛି। ତାଙ୍କ ପାଖରୁ ବୁଝିନେବୁ ବୋଲି କଥା ହୋଇଥିଲେ। ପରଦିନ ମହାଶିବରାତ୍ରି ଥିବାରୁ କାଳେ କମ୍ପାନୀ କାର୍ଯ୍ୟାଳୟ ଛୁଟିଥିବ ଏହା ଭାବି ପୁଅ ପାଖକୁ ମା’ ଫୋନ ଲଗାଇଥିଲେ। ମା’ ଫୋନ କରିବାରୁ ତାହା ସୁଇଚ୍‌ ଅଫ ଦେଖାଇ ଥିଲା। ପରେ ପୁଅ ମେସ୍‌ରେ ଥିବା ସାଥୀଙ୍କ ସହ ମା’ କଥା ହୋଇଥିଲେ। ହେଲେ ପୁଅ ସାଥୀ ମାର୍ଶାଘାଇ ଥାନା ଅଞ୍ଚଳର ସତ୍ୟରଞ୍ଜନ ବେହେରା ଓରଫ ଟୁଲୁଙ୍କ ସହ କଥା ହେବାରେ ସେ କହିଥିଲେ, ଫେବୃଆରୀ ୧୭ଠାରୁ ତୁମ ପୁଅ କୁଆଡ଼େ ଯାଇଛି ଆମେ ଜାଣିନୁ। ହେଲେ ତା’ର ମୋର ବିବାଦ ହେବାରୁ ତାକୁ ୨ ଚାପୁଡା ମାରିଛି। ତା’ଠାରୁ ୮ ହଜାର ଟଙ୍କା ଛଡ଼ାଇ ରଖିଛି ବୋଲି ବୁଲୁଙ୍କ ମା’ବାପାଙ୍କୁ ସେ କହିଥିଲେ। ଏକଥା ଶୁଣି ପରେ ମା’ବାପାଙ୍କ ଚିନ୍ତା ବଢ଼ିଯାଇଛି। ସେବେଠାରୁ ଅଦ୍ୟାବଧି ବୁଲୁଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ମହାଶିବରାତ୍ରିଠାରୁ ୪ଦିନ ହେବ ଘରେ ଚୁଲି ଜଳୁନି ବୋଲି ପରିବାର ଲୋକେ କହିଛନ୍ତି। ସରକାର ସହାୟତା କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏମ୍‌ପି ପ୍ରତିନିଧି ସଞ୍ଜୟ କୁମାର ରଥଙ୍କୁ ପଚାରିବାରେ ବେଙ୍ଗାଲୁରୁ ଥାନା ଅଞ୍ଚଳର ଘଟଣା ସମ୍ପର୍କିତ ଅଭିଯୋଗ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରେ ତାଙ୍କ ପୁଅ ବେଙ୍ଗାଲୁରୁ ଥାନା ଅଞ୍ଚଳରେ ରହୁଥିବାରୁ ସେଠାରେ ଅଭିଯୋଗ କରିବା ଆବଶ୍ୟକ ବୋଲି କହି ଅଭିଯୋଗକାରୀ ବାପା ପ୍ରହଲ୍ଲାଦଙ୍କୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri