Odisha Elections 2024
Posted inଜାତୀୟ

‘ମୋ ସ୍ବାମୀ ଦୁର୍ବଳ ନୁହେଁ, ତାଙ୍କ କାର୍ଯ୍ୟକୁ ମୁଁ କରୁଛି ସମ୍ପାଦିତ,’… ସଞ୍ଜୟଙ୍କ ପତ୍ନୀ

ନୂଆଦିଲ୍ଲୀ,୩୧।୩: ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି)ଏମପି ସଞ୍ଜୟ ସିଂଙ୍କ ପତ୍ନୀ ଅନିତା ସିଂ ଇଣ୍ଡିଆ ମେଣ୍ଟର ରବିବାର ହୋଇଥିବା ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ କହିଥିଲେ କି ଏଠି ଆମକୁ ସମସ୍ତଙ୍କ ସମର୍ଥନ ମିଳୁଛି ଆଉ ଆମେ ଆଗକୁ ବଢିବୁ। ଆମେ ସବୁ ମଶି ଆଗକୁ ବଢିବୁ।
ସମାଚାର ଏଜେନ୍ସି ପିଟିଆଇ ସହ କଥା ହୋଇ ସେ କହିଛନ୍ତି, ଇଣ୍ଡିଆ ମେଣ୍ଟରେ ସମସ୍ତଙ୍କ ସହଯୋଗ ମିଳୁଛି। ପୂର୍ବରୁ ଯେମିତି ଆମେ କାନ୍ଧରେ କାନ୍ଧ ମିଶାଇ ଚାଲୁଥିଲୁ ଆଜିବି ଆମେ ଆମ ସ୍ବାମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛୁ। ସେ ଜେଲରେ ଅଛନ୍ତି ଏହାର ଅର୍ଥ ନୁହେଁ ଯେ ସେ ଦୁର୍ବଳ ହୋଇଯାଇଛନ୍ତି।

ସଞ୍ଜୟ ସିଂଙ୍କ ପତ୍ନୀ ଅନୀତା କହିଛନ୍ତି ଯେ ତାଙ୍କ ସ୍ବାମୀ ଜେଲ ଯିବା ପରେ ସେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ଶ୍ରୀମତି ସିଂ କହିଛନ୍ତି, ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ଆମକୁ ଏବଂ ଆମ ଲୋକଙ୍କୁ ଦିଆଯାଇଛି। ଆମେ ଏହାକୁ ଭଲ ଭାବେ ପରିଚାଳନା କରୁଛୁ। ଅନୀତା ମଧ୍ୟ ଏହି ମହାମେଣ୍ଟ ରାଲିରେ ଅଂଶଗ୍ରହଣ କରିଥିଲେ।
୧୦ଘଣ୍ଟା ପଚରାଉଚରା ପରେ ଗତ ବର୍ଷ ଅକ୍ଟୋବରରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା। ତାଙ୍କ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସଞ୍ଜୟ ସିଂଙ୍କ ପୂର୍ବରୁ ମନୀଷ ସିସୋଡିଆଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri