ରିୟାଙ୍କ ସପକ୍ଷରେ ବାହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇ ପଡିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ସିବିଆଇ ଏବଂ ଇଡି ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ରିୟା ସୋସିଆଲ ମିଡିଆରେ ଟାର୍ଗେଟ ହୋଇଆସୁଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଏହି ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସୁଶାନ୍ତ ମାମଲାକୁ ମିଡିଆ ସର୍କସ ନ କରିବାକୁ ନିବେଦନ କରିଛନ୍ତି। ଆଇନକୁ ତାର କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି। ତେଲୁଗୁ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁଙ୍କ ଟୁଇଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟା ବାଲାନ ଟୁଇଟ କରି କହିଛନ୍ତି, ଭଗବାନ ଆପାଣଙ୍କୁ ଆଶୀର୍ବାଦ କରନ୍ତୁ ଲକ୍ଷ୍ମୀ ମଞ୍ଚୁ, ଆପଣ ଏନେଇ ଖୋଲାଖୋଲି ଭାବେ କହିବାର ସାହସ କରିଥିବାରୁ। ଜଣେ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମୃତ୍ୟୁ ଏକ ମିଡିଆ ସର୍କସ କରାଯିବା ଦୁର୍ଭାଗ୍ୟର ବିଷୟ। ଜଣେ ମହିଳା ଭାବେ ରିୟାଙ୍କ ସହ ହେଉଥିବା ଏଭଳି ତିରସ୍କାର ମୋ ହୃଦୟ ଭାଙ୍ଗିଯାଇଛି। ଯେଉଁ ପର୍ଯ୍ୟନ୍ତ ପ୍ରମାଣ ନ ହୋଇଛି ସେପର୍ଯ୍ୟନ୍ତ ସେ ଦୋଷୀ ନୁହଁନ୍ତି ବୋଲି ବିଦ୍ୟା କହିଛନ୍ତି। ତେଲଗୁ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁ ମଧ୍ୟ ରିୟାଙ୍କ ସପକ୍ଷରେ ଟୁଇଟ୍‌ରେ ଏକ ପୋଷ୍ଟ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କୁ ଡରି ଦେଶଛାଡି ଚାଲିଯାଇଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି

ବଲିଉଡ୍‌ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଇତିମଧ୍ୟରେ ୫୭ ବର୍ଷର ହୋଇଯାଇଛନ୍ତି। ୧୬ ନଭେମ୍ବର, ୧୯୬୩ରେ ସେ ଧନବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ସଫଳ ଫିଲ୍ମରେ କାମ...

ଭୁଲ୍‌ ଭୁଲୈୟା-୨: କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ ଭିଡିଓ ଭାଇରାଲ

ବମ୍ବେ: ନିକଟରେ ରିଲିଜ ହୋଇଥିଲା ସାରା ଅଲ୍ଲୀ ଖାଁ-କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’। କଥିତ ରିଅଲ୍‌ ଲାଇଫ୍‌ ଯୋଡ଼ିର ରୋମାନ୍ସ ରିଲ୍‌...

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି କରୀନା

ସାରା ବିଶ୍ୱ ଏବେ କରୋନା ଭୟରେ। ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ଘରୁ ବାହାରକୁ...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ...

‘ମୁନ୍ନା ବଦ୍‌ନାମ୍‌ ହୁଆ’ ଗୀତରେ ଏକାଠି ନାଚିବେ ସଲମାନ, ପ୍ରଭୁଦେବା

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ ହେବା ପରେ ଏବେ ବ୍ୟାକ ଟୁ ବ୍ୟାକ ଗୀତଗୁଡିକ ମଧ୍ୟ ରିଲିଜ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି...

ଇଡିରେ ହାଜର ହେଲେ ରିୟା

ମୁମ୍ବାଇ,୭।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ତଥା ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଶୁକ୍ରବାର ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳରେ ହାଜର ହୋଇଛନ୍ତି।...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ...

Play 250+ Trending Games
Archives

Model This Week

Why Dharitri