ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷିଦ୍ଧ

ପାରାଦୀପ,୧୫ା୪(ସ୍ବ.ପ୍ର.): ମାଛବଂଶ ବୃଦ୍ଧି ନିମନ୍ତେ ଗୁରୁବାରଠାରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ରସୀମାରେ ମାଛଧରିବା ଉପରେ ପ୍ରଶାସନ ପକ୍ଷରୁ କଟାକଣା ଲଗାଯାଇଛି। ମାଛ ଧରିଲେ ଯାଆଁଳ ନଷ୍ଟ ହେବାର ଆଶଙ୍କା ଥିବାରୁ ୧୦ ବର୍ଷ ହେବ ଏହି ସମୟରେ କଟାକଣା ଲଗାଯାଉଛି। ଏଥିଯୋଗୁ ପାରାଦୀପ ମାଛଧରା ବନ୍ଦର ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର ଲୋକ ରୋଜଗାର ହରାଇବା ଆଶଙ୍କା ରହିଛି। ସମୁଦ୍ରରେ ଅନବରତ ମାଛଧରିବା ଏବଂ ଫାଶୀଜାଲ ବ୍ୟବହାର କରିବା ଯୋଗୁ ମାଛ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏତଦ୍‌ବ୍ୟତୀତ ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ ପ୍ରଭାବ ଯୋଗୁଁ କେତେକ ମାଛବଂଶ ଲୋପ ପାଇବାକୁ ବସିଲାଣି। ସମୁଦ୍ରରେ ଏହି ସମୟରେ ଜଳଜୀବଙ୍କ ଜୀବନଚକ୍ର ପ୍ରକ୍ରିୟା ଆରମ୍ଭ ହୁଏ। ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି। କଟକଣା ସମୟରେ ମତ୍ସ୍ୟଜୀବୀ ଓ ଟ୍ରଲରଗୁଡିକ ସମୁଦ୍ରକୁ ଯାଉ ନ ଥିବାରୁ ବହୁ କ୍ଷତି ସହିବାକୁ ପଡ଼େ ବୋଲି ଟ୍ରଲର ମାଲିକ ଅରବିନ୍ଦ ସ୍ବାଇଁ କହିଛନ୍ତି। ଏହି ସମୟରେ ସରକାର ମତ୍ସ୍ୟଜୀବୀଙ୍କ ନିମନ୍ତେ ଯେଉଁ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି, ତାହାକୁ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ମତ୍ସ୍ୟାଧିକାରୀ ମହାପାତ୍ର କୁହନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା, ବାଲେଶ୍ବର ଭଳି କିଛି ଉପକୂଳ ଜିଲାର ଲୋକଙ୍କୁ ଏହି ସହାୟତା ମିଳୁଛି। ପାରାଦୀପର ବହୁ ମାଛଧରାଳିଙ୍କ ପାଖରେ ମତ୍ସ୍ୟଜୀବୀ ପରିଚୟପତ୍ର ନାହିଁ। ଏଥିପାଇଁ ସହାୟତା ମିଳିବାରେ ପ୍ରତିବନ୍ଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

ଅଭିଭାବକ ହେଉଛନ୍ତି ଶିଶୁଙ୍କ ପ୍ରଥମ ଗୁରୁ: ଆଚରଣରେ ସଞ୍ଜମ ରଖିବା ଜରୁରୀ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri