କାର୍‌କୁ ଧକ୍କା ଦେଲା ମୋ ବସ୍‌ : ଘଟଣାସ୍ଥଳରେ ଉତ୍ତେଜନା

କଟକ,୧୬।୧: ବାରଙ୍ଗ ଛକରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଛି।  କାରକୁ ମୋ ବସ୍‌ ଧକ୍କା ଦେଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ।
କାର କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍‌ କାରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା  ଦେଖାଦେଇଥିଲା। ସ୍ଥାନୀୟ ଲୋକେ ମୋ ବସ୍‌କୁ ଅଟକ ରଖିଥିଲେ। ବସ୍‌ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଖବରପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପରେ ମୋ ବସ୍‌ ଓ କାର୍‌ ଜବତ କରି ଥାନାକୁ  ନେଇଥିଲା।
ଅନ୍ୟପକ୍ଷେ ମୋ ବସ୍‌ରେ କଟକ ଯାଉଥିବା ଯାତ୍ରୀମାନେ  ମଝି ରାସ୍ତାରେ ଅସୁବିଧାରେ ପଡ଼ିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍‌ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri