ପ୍ରକଳ୍ପ ସମ୍ପର୍କରେ ମୋ ପରାମର୍ଶ ନିଆଯାଇନି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିଚାଲିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରବିବାର ସେ ଏହି ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କର ପରାମର୍ଶ ନିଆଯାଇନାହିଁ। ରାଜ୍ୟ ସରକାର ଜାଣିଛନ୍ତି ଯେ, ନିର୍ମାଣ ହୋଇଗଲା ପରେ ଶଙ୍କରାଚାର୍ଯ୍ୟ କିଛି କରିପାରିବେ ନାହିଁ। ଶ୍ରୀମନ୍ଦିର ସୁରକ୍ଷା ସବୁବେଳେ ମୋ’ ପ୍ରାଥମିକତାରେ ରହିଆସିଛି।

ସୁରକ୍ଷାକୁ ନେଇ ପ୍ରଶ୍ନ କଲେ କୁହାଯାଉଛି, ଶଙ୍କରାଚାର୍ଯ୍ୟ ବିକାଶକୁ ବିରୋଧ କରୁଛନ୍ତି। ଜନତା ମୌନ ରହୁଛନ୍ତି। ତପୋଭୂମିକୁ ଭୋଗଭୂମିରେ ପରିଣତ କରିବା ଶାସନତନ୍ତ୍ରର ଅଭ୍ୟାସ। ପୁରୀକୁ ତୀର୍ଥକ୍ଷେତ୍ର ନୁହେଁ ପର୍ଯ୍ୟଟନକ୍ଷେତ୍ର କରାଯାଉଛି। ଶ୍ରୀମନ୍ଦିର କୌଣସି ନିର୍ମାଣର ଆଢୁଆଳରେ ନ ରହୁ। ଶ୍ରୀମନ୍ଦିର ମରାମତି ହେବାରେ ଅସୁବିଧା ନାହିଁ, ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ବଡ଼ ନିର୍ମାଣ ହେବା ଉଚିତ୍‌ ନୁହେଁ। ୨୫ବର୍ଷ ତଳେ ଶ୍ରୀମନ୍ଦିର ମରାମତି ହୋଇଥିଲା, ସେସମୟରେ ମୁଁ ହିଁ ପ୍ରଶ୍ନ ଉଠାଇଥିଲି। ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ପ୍ରକାର ନିଷ୍ପତ୍ତି ପୂର୍ବରୁ ମୋତେ ପଚରାଯିବା ଦରକାର। ମୁଁ ଆଖି ବନ୍ଦ କରି କୌଣସି ନିଷ୍ପତ୍ତି ନିଏ ନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ସବୁ ନିଷ୍ପତ୍ତି କରାଯିବା ଉଚିତ୍‌। ସେହିଭଳି ମୁଁ କୌଣସି ରାଜନୈତିକ ଦଳର ନୁହେଁ, ଏଣୁ ଆଖି ବନ୍ଦ କରି ସରକାରଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ନା ସମର୍ଥନ କରାଯିବ ନା ବିରୋଧ କରାଯିବ, ଶ୍ରୀମନ୍ଦିର ପାଇଁ ଯାହା ଠିକ୍‌ ତାହାକୁ ସମର୍ଥନ ରହିବ। ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ଅଧିକ ଭଲ ଭାବେ କହିପାରିବେ। ବିଶେଷଜ୍ଞମାନଙ୍କ କଥା ଶୁଣିବା ପରେ ସ୍ପଷ୍ଟ ଭାବେ ଏସମ୍ପର୍କରେ କୁହାଯାଇପାରିବ। ତେବେ ଧର୍ମଶାସ୍ତ୍ରରେ ମଧ୍ୟ ମନ୍ଦିର ଚାରିପାଖର ପରିବେଶ କିଭଳି ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ଶୁକ୍ରନୀତି ନାମକ ପୁସ୍ତକରେ ଶ୍ରୀମନ୍ଦିର ଚାରିପାଖର ପରିବେଶ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି। ବିଶେଷଜ୍ଞମାନେ ଧାର୍ମିକ ବ୍ୟାପାର ସମ୍ପର୍କର ଜ୍ଞାନ ରଖିନାହାନ୍ତି। ଏଣୁ ଧାର୍ମିକ ହସ୍ତକ୍ଷେପ ନ ରହିଲେ ଧାର୍ମିକ ପରିବେଶ ସୃଷ୍ଟି ହୋଇପାରିବ ନାହିଁ। ତେବେ ଶ୍ରୀମନ୍ଦିର ଭିତ୍ତିଭୂମି ସୁରକ୍ଷିତ ରହୁ, ଶ୍ରୀମନ୍ଦିର କାହାରି ଆଢୁଆଳରେ ଲୁଚି ନ ଯାଉ, ଚାରିପାଖରେ ଖାଲି ଜାଗା ରହୁ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ବିକଶିତ ହେଉ। ଏହି ସବୁ ଦିଗରେ ଧ୍ୟାନ ଦେଇ କାର୍ଯ୍ୟ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri