ପ୍ରକଳ୍ପ ସମ୍ପର୍କରେ ମୋ ପରାମର୍ଶ ନିଆଯାଇନି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିଚାଲିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରବିବାର ସେ ଏହି ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କର ପରାମର୍ଶ ନିଆଯାଇନାହିଁ। ରାଜ୍ୟ ସରକାର ଜାଣିଛନ୍ତି ଯେ, ନିର୍ମାଣ ହୋଇଗଲା ପରେ ଶଙ୍କରାଚାର୍ଯ୍ୟ କିଛି କରିପାରିବେ ନାହିଁ। ଶ୍ରୀମନ୍ଦିର ସୁରକ୍ଷା ସବୁବେଳେ ମୋ’ ପ୍ରାଥମିକତାରେ ରହିଆସିଛି।

ସୁରକ୍ଷାକୁ ନେଇ ପ୍ରଶ୍ନ କଲେ କୁହାଯାଉଛି, ଶଙ୍କରାଚାର୍ଯ୍ୟ ବିକାଶକୁ ବିରୋଧ କରୁଛନ୍ତି। ଜନତା ମୌନ ରହୁଛନ୍ତି। ତପୋଭୂମିକୁ ଭୋଗଭୂମିରେ ପରିଣତ କରିବା ଶାସନତନ୍ତ୍ରର ଅଭ୍ୟାସ। ପୁରୀକୁ ତୀର୍ଥକ୍ଷେତ୍ର ନୁହେଁ ପର୍ଯ୍ୟଟନକ୍ଷେତ୍ର କରାଯାଉଛି। ଶ୍ରୀମନ୍ଦିର କୌଣସି ନିର୍ମାଣର ଆଢୁଆଳରେ ନ ରହୁ। ଶ୍ରୀମନ୍ଦିର ମରାମତି ହେବାରେ ଅସୁବିଧା ନାହିଁ, ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ବଡ଼ ନିର୍ମାଣ ହେବା ଉଚିତ୍‌ ନୁହେଁ। ୨୫ବର୍ଷ ତଳେ ଶ୍ରୀମନ୍ଦିର ମରାମତି ହୋଇଥିଲା, ସେସମୟରେ ମୁଁ ହିଁ ପ୍ରଶ୍ନ ଉଠାଇଥିଲି। ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ପ୍ରକାର ନିଷ୍ପତ୍ତି ପୂର୍ବରୁ ମୋତେ ପଚରାଯିବା ଦରକାର। ମୁଁ ଆଖି ବନ୍ଦ କରି କୌଣସି ନିଷ୍ପତ୍ତି ନିଏ ନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ସବୁ ନିଷ୍ପତ୍ତି କରାଯିବା ଉଚିତ୍‌। ସେହିଭଳି ମୁଁ କୌଣସି ରାଜନୈତିକ ଦଳର ନୁହେଁ, ଏଣୁ ଆଖି ବନ୍ଦ କରି ସରକାରଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ନା ସମର୍ଥନ କରାଯିବ ନା ବିରୋଧ କରାଯିବ, ଶ୍ରୀମନ୍ଦିର ପାଇଁ ଯାହା ଠିକ୍‌ ତାହାକୁ ସମର୍ଥନ ରହିବ। ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ଅଧିକ ଭଲ ଭାବେ କହିପାରିବେ। ବିଶେଷଜ୍ଞମାନଙ୍କ କଥା ଶୁଣିବା ପରେ ସ୍ପଷ୍ଟ ଭାବେ ଏସମ୍ପର୍କରେ କୁହାଯାଇପାରିବ। ତେବେ ଧର୍ମଶାସ୍ତ୍ରରେ ମଧ୍ୟ ମନ୍ଦିର ଚାରିପାଖର ପରିବେଶ କିଭଳି ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ଶୁକ୍ରନୀତି ନାମକ ପୁସ୍ତକରେ ଶ୍ରୀମନ୍ଦିର ଚାରିପାଖର ପରିବେଶ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି। ବିଶେଷଜ୍ଞମାନେ ଧାର୍ମିକ ବ୍ୟାପାର ସମ୍ପର୍କର ଜ୍ଞାନ ରଖିନାହାନ୍ତି। ଏଣୁ ଧାର୍ମିକ ହସ୍ତକ୍ଷେପ ନ ରହିଲେ ଧାର୍ମିକ ପରିବେଶ ସୃଷ୍ଟି ହୋଇପାରିବ ନାହିଁ। ତେବେ ଶ୍ରୀମନ୍ଦିର ଭିତ୍ତିଭୂମି ସୁରକ୍ଷିତ ରହୁ, ଶ୍ରୀମନ୍ଦିର କାହାରି ଆଢୁଆଳରେ ଲୁଚି ନ ଯାଉ, ଚାରିପାଖରେ ଖାଲି ଜାଗା ରହୁ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ବିକଶିତ ହେଉ। ଏହି ସବୁ ଦିଗରେ ଧ୍ୟାନ ଦେଇ କାର୍ଯ୍ୟ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri