Posted inଜାତୀୟ

ଏମ୍‌ଭିଏର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ମୁମ୍ବାଇ,୨ା୯: ସିନ୍ଧୁଦୁର୍ଗର ମାଲ୍‌ଭାନଠାରେ ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ଘଟଣାରେ ରବିବାର ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ମୁମ୍ବାଇରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ‘ଜୋତେ ମାରୋ’ ବିକ୍ଷୋଭରେ ଏମ୍‌ଭିଏର ଶୀର୍ଷ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକ୍‌ରେ, ନାନା ପାଟୋଲଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ଯାଇଥିଲେ। ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗିବା ତାଙ୍କର ଅହଂକାରକୁ ସୂଚାଉଛି ବୋଲି ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ କହିଛନ୍ତି। ମୂର୍ତ୍ତି ଭୁଶୁଡ଼ିବା ଦୁର୍ନୀତିର ଏକ ଦୃଷ୍ଟାନ୍ତ ବୋଲି ଏନ୍‌ସିପି (ଏସ୍‌ପି) ନେତା ଶରଦ ପାଓ୍ବାର କହିଛନ୍ତି।
ରାଜକୋଟ୍‌ ଫୋର୍ଟଠାରେ ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଶିବାଜୀଙ୍କୁ ପ୍ରତିମୂର୍ତ୍ତିକୁ ଗତବର୍ଷ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିଲେ। ଗତ ୨୬ ତାରିଖରେ ଏହା ଭୁଶୁଡ଼ି ପଡ଼ିଥିଲା। ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆଠାରେ ସମାବେଶକୁ ଉଦ୍‌ବୋଧନ ଦେଇ ଠାକ୍‌ରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କ୍ଷମା ମାଗିବା ଘଟଣାରୁ ତାଙ୍କ ଅହଂକାର ସ୍ପଷ୍ଟ ବାରି ହେଉଛି। ସେହି ସମୟରେ ଜଣେ ଉପମୁଖ୍ୟମନ୍ତ୍ରୀ ହସୁଥିଲେ। ଶିବାଜୀଙ୍କ ପ୍ରତି ଅପମାନ ପାଇଁ ମହାରାଷ୍ଟ୍ର ଜନସାଧାରଣ କଦାପି କ୍ଷମା ଦେବେ ନାହିଁ। ଶାସକ ଦଳକୁ ପରାଜିତ କରିବା ପାଇଁ ଏମ୍‌ଭିଏ କ୍ୟାଡରମାନେ ଏକାଠି କାର୍ଯ୍ୟ କରିବେ ବୋଲି ଉଦ୍ଧବ କହିଛନ୍ତି। ଅଯୋଧ୍ୟା ରାମମନ୍ଦିର ଏବଂ ନୂଆ ପାର୍ଲାମେଣ୍ଟ କମ୍ପ୍ଲେକ୍ସରୁ ପାଣି ଗଳିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଉଦ୍ଧବ ତାଚ୍ଛଲ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ପାଲ୍‌ଘର ଯାଇଥିବାବେଳେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ କ୍ଷମା ମାଗିଥିଲେ। ତେବେ ଏଭଳି ଶିବଦ୍ରୋହୀ (ଶିବାଜୀଙ୍କ ନୀତିକୁ ବିରୋଧ କରୁଥିବା ନେତା) ମାନଙ୍କୁ କ୍ଷମତାରେ ରହିବା ନିମନ୍ତେ ଅନୁମତି ଦେଇଥିବା ଛତ୍ରପତିଙ୍କ ନିକଟରେ ବିରୋଧୀ ନେତାମାନେ ପୂର୍ବରୁ କ୍ଷମା ମାଗିଥିଲେ ବୋଲି କଂଗ୍ରେସ ନେତା ନାନା ପାଟୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri