Posted inଖେଳ

ଗୁରୁତର ଅଭିଯୋଗ ଆଣିଲେ ମୁସ୍ତାକ

ନୂଆଦିଲ୍ଲୀ, ୧୫।୭(ପି.ଟି.)-ଜାତୀୟ କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନକରି ନିର୍ବାଚିତ ହୋଇଥିବାରୁ ନିକଟରେ ହକି ଇଣ୍ଡିଆ ସଭାପତି ପଦରୁ ଇସ୍ତଫା ଦେଇଥିବା ମହମ୍ମଦ ମୁସ୍ତାକ ଅହମ୍ମଦ ଏବେ ମୁହଁ ଖୋଲିଛନ୍ତି। ଅନ୍ୟ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯାଉ ନ ଥିବାବେଳେ ଏପରି ବିଳମ୍ବିତ ନିଷ୍ପତ୍ତରୁ ମନ୍ଦ ଅଭିଳାଷର ବାସ୍ନା ଆସୁଛି ବୋଲି ସେ ପ୍ରକାଶ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କିତ ଏକ ପତ୍ର ସେ କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା ମନ୍ତ୍ରଣାଳୟ ନିୟମ ଅନୁସାରେ କାର୍ଯ୍ୟ କରିଛି। ତା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
କ୍ରୀଡ଼ା ଆଚରଣବିଧି ଉଲ୍ଲଂଘନ ସତ୍ତ୍ୱେ ସୁଧାଂଶୁ ମିତ୍ତଲ, ରାଜୀବ ମେହେଟା ଓ ଆନନ୍ଦେଶ୍ୱର ପାଣ୍ଡେ ଯଥାକ୍ରମେ ଖୋ ଖୋ, ଫେନ୍‌ସିଂ ଓ ହ୍ୟାଣ୍ଡବଲ୍‌ ସଂଘର ସଭାପତିଭାବେ କାର୍ଯ୍ୟ କରି ଆସୁଛନ୍ତି ବୋଲି ମୁସ୍ତାକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ”ମୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଅନୁଭବ ହେଉଛି। ମହମ୍ମଦ ମୁସ୍ତାକ ଅହମ୍ମଦ ନାମକୁ ନେଇ ସମ୍ଭବତଃ କିଛି ସମସ୍ୟା ରହିଛି“ ବୋଲି ସେ ନିଜ ପତ୍ରରେ ଲେଖିଛନ୍ତି। ନିୟମ ଅନୁସାରେ କ୍ରମାଗତ ତୃତୀୟ ଥର ପାଇଁ କେହି କୌଣସି ଅଫିସ୍‌ର ଦାୟିତ୍ୱରେ ରହିପାରିବେ ନାହିଁ। ଏ କ୍ଷେତ୍ରରେ କ୍ରୀଡ଼ା ସଂହିତା କାର୍ଯ୍ୟକାଳ ଗାଇଡଲାଇନ୍‌ ଉଲ୍ଲଂଘନ ହୋଇଥିବାରୁ ମୁସ୍ତାକଙ୍କୁ ଦାୟିତ୍ୱ ଛାଡ଼ିବାକୁ କୁହା ଯାଇଥିଲା। ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆ କୋଷାଧ୍ୟକ୍ଷ ଏବଂ ୨୦୧୪ରୁ ୪ ବର୍ଷ ପାଇଁ ମହାସଚିବ ଦାୟିତ୍ୱରେ ଥିଲେ। ୨୦୧୮ ନିର୍ବାଚନରେ ସେ ସଭାପତି ଭାବେ ଆଉ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଏହା ହକି ଇଣ୍ଡିଆକୁ ଅବଗତ କରାଯାଇଥିଲା। ମାତ୍ର ମନ୍ତ୍ରଣାଳୟ ନିକଟରୁ ସ୍ବୀକୃତି ପାଇବା ପୂର୍ବରୁ ସେ କୋଷାଧ୍ୟକ୍ଷ ଥିବାରୁ ତାହା ବିଚାରକୁ ନିଆ ନ ଯାଉ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାତ୍ର ହକି ଇଣ୍ଡିଆର ଯୁକ୍ତି ଖଣ୍ଡନ ହେବାପରେ ମୁସ୍ତାକଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ୨୦୧୦ ଅଗଷ୍ଟରେ ହୋଇଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୪ ଫେବୃୟାରୀରେ ହକି ଇଣ୍ଡିଆକୁ ସ୍ବୀକୃତି ଦିଆଯାଇଥିଲା। ତେଣୁ କୋଷାଧ୍ୟକ୍ଷଭାବେ ମୁସ୍ତାକଙ୍କ କାର୍ଯ୍ୟକୁ ପ୍ରଥମ କାର୍ଯ୍ୟକାଳ ବିବେଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri