Advertisement

‘ବଜାର ସ୍ଥିତି ସହ ଖାପଖୁଆଇ ଚଳିବାକୁ ହେବ’

ଭୁବନେଶ୍ୱର,୨୫ା୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ହିସାର)ର ନିର୍ଦ୍ଦେଶକ ମଣ୍ଡଳଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିନ୍ଦଲ ଷ୍ଟେନ୍‌ଲେସ (ମିଶ୍ରିତ ସଂସ୍ଥାକୁ ବିଚାରକୁ ନେଇ) ପ୍ରୋଫର୍ମା ମିଶ୍ରିତ ରାଜସ୍ବ, ଇବିଆଇଟିଡିଏ ଏବଂ ପିଏଟ ଯଥାକ୍ରମେ ୯୦୭୩ କୋଟି, ୯୫୧ କୋଟି ଏବଂ ୫୬୮ କୋଟି ରେକର୍ଡ କରାଯାଇଛି। ଏହି ତ୍ରୈମାସରେ ମୋଟ ଋଣ ୨୮୨୪ କୋଟି ଏବଂ ମୋଟ ଋଣ ଓ ଇକ୍ୟୁଟି ଅନୁପାତ ୦.୩ ଥିଲା, ଯାହା ମେଟାଲ ଶିଳ୍ପରେ ସର୍ବୋତ୍ତମ। ପ୍ରୋଫର୍ମା ମିଶ୍ରିତ ସଂସ୍ଥା ପାଇଁ ସୁଧ, ପୂର୍ବ ତ୍ରୈମାସିକ ତୁଳନାରେ ୧୬%କୁ ଖସିଛି। ପୂର୍ବ ତ୍ରୈମାସିକ ସହ ତୁଳନାକଲେ ଜେଏସ୍‌ଏଲ୍‌ର ବିକ୍ରୟ ପରିମାଣ, ସ୍ବତନ୍ତ୍ର ରାଜସ୍ବ, ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୨୨%, ୧୪%, ୫୧% ଏବଂ ୮୬% ବୃଦ୍ଧି ଦେଖାଦେଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ବଦଳୁଥିବା ବଜାର ସ୍ଥିତି ସହ ଖାପଖୁଆଇ ଚଳିବା ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌ରେ ବିକ୍ରୟ ଏବଂ କାର୍ଯ୍ୟ ଯୋଜନା ମୂଳ। ଏହି ରଣନୀତି ଗତ ତ୍ରୈମାସରେ ଆମକୁ ଭଲ ଭାବରେ ସାହାଯ୍ୟ କରିଛି ଏବଂ ଆମର ବିକ୍ରୟ ମିଶ୍ରଣକୁ ଘରୋଇ ଚାହିଦା ମେଣ୍ଟାଇବାକୁ ସାହାଯ୍ୟ କରିଛି। ଅକ୍ଷୟ ଶକ୍ତି ଉତ୍ସ ମାଧ୍ୟମରେ ଆମର ଶକ୍ତି ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଇ ଆସୁଛୁ। ଭାରତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପ ତରଫରୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦ ଉପରେ ଆଦାୟ ହେଉଥିବା ରପ୍ତାନି ଶୁଳ୍କ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଏହି ପଦକ୍ଷେପ ସରକାରଙ୍କ ଲୋକାଲ ଟୁ ଗ୍ଲୋବାଲ ମାଣ୍ଡେଟ ଉତ୍ସାହ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରିମ୍‌ଫକ୍ସ ଆଇପିଓକୁ ମଞ୍ଜୁର ଦେଲା ସେବି

ନୂଆଦିଲ୍ଲୀ,୨୩।୫: ଦେଶର ପ୍ରମୁଖ ବିମାନବନ୍ଦର ସେବା ଏଗ୍ରିଗେଟର ସଂସ୍ଥା ଡ୍ରିମ୍‌ଫକ୍ସ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି...

ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

  ନୂଆଦିଲ୍ଲୀ,୧୪-୧: ବଜାର ନିୟନ୍ତ୍ରକ ସେବିର ଆଦେଶ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନୂଆ ଏମ୍‌ଡିଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡିଛି। ଗୋଟିଏ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ଆର୍ଥିକ ସଂସ୍କାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ:ନୀତି ଆୟୋଗ

ନୂଆଦିଲ୍ଲୀ,୨-୬: ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ସହ କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ଭଳି ନୂଆ ସଂସ୍କାରମୂଳକ ପଦକ୍ଷେପ ନେବାକୁ...

ଏଫ୍‌ଡିଆଇ ଆଗମନ ୬ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୨୯-୫: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି(ଏଫ୍‌ଡିଆଇ) ଆଗମନ ପ୍ରଥମଥର ୬ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହା ୧ % ହ୍ରାସ ପାଇ...

ରିଲାଏନ୍ସ୍‌ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍‌ବୁକ୍‌: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ୍‌ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି...

ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି

ନୂଆଦିଲ୍ଲୀ,୬।୯:  ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି।...

ୟୁନିୟନ ବ୍ୟାଙ୍କ- ବ୍ୟାଙ୍କ ବାଜାର ଚୁକ୍ତି

ଭୁବନେଶ୍ୱର, ୨୯-୮: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କ ବାଜାର ଡଟ୍‌ କମ୍‌ ସହ ଚୁକ୍ତିରେ ସାମିଲ ହୋଇଛି। ଡିଟିଟାଲ ସୋର୍ସିଂ ଏବଂ ହାଉସିଂ ଲୋନ...

Advertisement
Archives

Model This Week