Posted inଜାତୀୟ

ରାଜ୍ୟରେ ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ଫିଙ୍ଗି ଦିଆଯିବ: ଶୁଭେନ୍ଦୁ ଅଧିକାରୀ

କୋଲକାତା, ୧୨।୩: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାରେ ବାଚସ୍ପତି ଭାଜପା ବିଧାୟକଙ୍କ ସହ ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ କରି ସେ କହିଛନ୍ତି, ଗତ ୪/୫ ଦିନ ଧରି ତାମୁଲୁକ ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳରେ ହିନ୍ଦୁ ମନ୍ଦିରଗୁଡ଼ିକୁ ଆକ୍ରମଣ କରାଯିବା ସହ ମୂର୍ତ୍ତି ଭାଙ୍ଗିବା ପରି ଘଟଣା ସାମ୍‌ନାକୁ ଆସିଛି।

ଏହି ଘଟଣାଗୁଡ଼ିକୁ ନେଇ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଗିରଫଦାରି ହୋଇନାହିଁ। ଟିଏମ୍‌ସିର ମୁସଲମାନ ବିଧାୟକଙ୍କ ପ୍ରରୋଚନାରେ ହିନ୍ଦୁଙ୍କ ଦୋକାନ ଉପରେ ନିଅଁା ଲଗାଯିବା ସହ ସେମାନଙ୍କୁ ଲୁଣ୍ଠନ କରାଯାଉଛି। ହିନ୍ଦୁ ବିରୋଧୀ ଆକ୍ରମଣ ଘଟଣାଗୁଡ଼ିକୁ ରାଜ୍ୟର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାର ପ୍ରଶ୍ରୟ ଦେଉଛନ୍ତି।

ତେଣୁ ରାଜ୍ୟରେ ଭାଜପା ସରକାର ଆସିବା ପରେ ଟିଏମ୍‌ସିର ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାର କରିଦିଆଯିବ। ଶୁଭେନ୍ଦୁଙ୍କର ଏହି ମନ୍ତବ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହା ଭାଜପାର ନକଲି ହିନ୍ଦୁତ୍ୱ ରାଜନୀତୀକୁ ଦର୍ଶାଉଥିବା ସେ କହିଛନ୍ତି। ପଶ୍ଚିମବଙ୍ଗର ଲୋକେ ଏପରି ରାଜନୀତିକୁ ଗ୍ରହଣ କରିବେ ନାହିଁ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱିଲସେଟ୍‌ର ଅଭାବ: ସମାଧାନ ପାଇଁ ଚାଇନରୁ ଆମଦାନୀ ହେଲା ଚକା

ନୂଆଦିଲ୍ଲୀ,୨୩।୩: ହ୍ୱିଲସେଟ୍‌ର ଅଭାବର ସମ୍ମୁଖୀନ ହେବା ପରେ ଭାରତୀୟ ରେଳବାଇ ଚାଇନରୁ ଚକ ତିଆରି ଉପାଦାନ ଆମଦାନୀ କରିବାକୁ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁର ରେଳ ଚକ...

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା।...

OTT ପ୍ଲାଟ୍‌ଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୨୩ା୩: OTT ପ୍ଲାଟଫର୍ମରେ କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରି କିମ୍ବା ଏଆଇ(AI) ବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ଶେୟାର ନ କରିବାକୁ ପଦକ୍ଷେପ ନେବା ପାଇଁ...

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କ ସହ ୩ ପିଲାଙ୍କୁ ଗୁଳି କରି ହତ୍ୟା କଲେ ଭାଜପା ନେତା, ଘଟଣା ଦିନ… 

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶ ଶାହାରନପୁରର ସଂଠେଡା ଗ୍ରାମରେ ଶନିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି...

ବିବାଦ ଭିତରେ ବି ବାଂଲାଦେଶରେ ଭାରତର ଏହି ଖାଦ୍ୟର ଚାହିଦା ଅଧିକ, ଏତେ ହୋଇଛି ରପ୍ତାନୀ

ନୂଆଦିଲ୍ଲୀ,୨୩।୩: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଜିଆଇ ଟ୍ୟାଗ ବାଜିଥିବା 30 ଟନ ଗୁଡ଼ ବାଂଲାଦେଶକୁ ପଠାଯାଇଛି। ଶନିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।...

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ...

Post Officeର ଏହି ଦମଦାର ସ୍କିମ୍‌ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ

ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର...

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri