ପାର୍ବଣ ପାଇଁ ବାଦ୍ୟଯନ୍ତ୍ର ନିର୍ମାଣକାରୀ ଉତ୍ସାହିତ

କେନ୍ଦ୍ରାପଡା, ୪ା୧୦ (ଜଗନ୍ନାଥ ଧଳ)ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହା ମଧ୍ୟରେ ଶ୍ରୀଜୀଉଙ୍କ ଭସାଣି ଉତ୍ସବ ସରିଥିବା ବେଳେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଛି। ସେହିପରି ମା’ ଦୁର୍ଗାଙ୍କର ପୂଜା ଉତ୍ସବ ଆଗକୁ ଆସୁଛି। ଏହା ପରେ ଆସନ୍ତା ୨୮ ତାରିଖଠାରୁ ନବଦିନ ବ୍ୟାପୀ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ପରେ ଶ୍ୟାମାକାଳୀ ପୂଜାର ମାହୋଲ ସୃଷ୍ଟି ହେବ। ଏହି ପାର୍ବଣ ଋତୁରେ ଜିଲାର ବାଦ୍ୟଯନ୍ତ୍ର ନିର୍ମାଣକାରୀ ଓ କଳାକାରଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି। ଏହି ପାର୍ବଣ ଋତୁ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ମତ ମିଳିଛି।
ଏ ସମ୍ପର୍କରେ ସହରର ଗୋପସ୍ଥିତ ଗୌରହରି ଦାସ(୭୨) କହିଛନ୍ତି, ପୂଜା ଉତ୍ସବ ବଞ୍ଚତ୍ବାର ରାହା ଦେଖାଇଛି। ଗ୍ରାମ୍ୟ କୃଷି ଅର୍ଥନୀତି ଆଧାରିତ ଏହି ଜିଲାରେ ଆର୍ଥିକ ସ୍ଥିତି ଭଲ ନାହିଁ। ଗ୍ରାମ୍ୟ କଳା ଓ ସଂସ୍କୃତି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ନିଶ୍ଚିହ୍ନ ହେବାକୁ ବସିଛି। ଡିଜେ ସଂସ୍କୃତି ଏବେ ବଢ଼ି ଚାଲିଛି। ତେବେ ସୁଖର କଥା ଡିଜେ ଶବ୍ଦକୁ ନେଇ ସଚେତନତା ସୃଷ୍ଟି କରାଯାଉଥିବାରୁ ଚଳିତବର୍ଷ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କଳାକାରଙ୍କୁ ଖୋଜା ପଡ଼ିଲାଣି। ଚଳିତବର୍ଷ ଦୁର୍ଗାପୂଜା ପାଇଁ ୧୨ଟି ମୃଦଙ୍ଗ, ୬ଟି ସ୍ଥାନରୁ ତବଲା ଓ ଢୋଲ ନିର୍ମାଣ ପାଇଁ ବରାଦ ମିଳିଛି। ସେହିପରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏସବୁ ସାମଗ୍ରୀ ଯୋଗାଇବାକୁ ଅଗ୍ରୀମ ନିଆଯାଇଛି। ପୂଜା ପାଇଁ ଅଦ୍ୟାବଧି ୪୦ରୁ ଅଧିକ ବାଦ୍ୟଯନ୍ତ୍ର ଆୟୋଜକଙ୍କୁ ଯୋଗାଇ ଦିଆଯାଇଛି। ଅନ୍ୟତମ ବାଦ୍ୟଯନ୍ତ୍ର ଯୋଗାଣକାରୀ ମଧୁସୂଦନ ଦାସ କହିଛନ୍ତି, ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖାଯାଇ ଡିଜେ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର ହେବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଆମ ପରି ପାରମ୍ପରିକ ବାଦ୍ୟଯନ୍ତ୍ର ନିର୍ମାଣକାରୀଙ୍କ ପାଇଁ ଏକ ଭଲ ଖବର। ତେବେ ନିର୍ମାଣକାରୀଙ୍କ ସଂଖ୍ୟା ଦିନକୁଦିନ କମୁଛି। ଜିଲାରେ ମାତ୍ର ୩୦ରୁ ସାମାନ୍ୟ ଅଧିକ ସ୍ଥାନରେ ଏସବୁ ନିର୍ମାଣ ହୋଇପାରୁଛି। ଉପଯୁକ୍ତ ସାମଗ୍ରୀ ସୁଲଭ ଦରରେ ମିଳୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। କଣ୍ଢେଇ କଳା ଓ ଭାଲୁନାଚ ସଙ୍ଗଠନର ସଭାପତି ଫକୀର ସିଂହ କହିଛନ୍ତି, ପାରମ୍ପରିକ ଭାଲୁ, କଣ୍ଢେଇ ନାଚଠାରୁ ଆରମ୍ଭ କରି ଷଣ୍ଢ ଲଢ଼େଇ ପୂଜା ପାର୍ବଣରେ ଆଗେ ଖୋଜା ପଡୁଥିଲା। ଏବେ ଭସାଣି ଉତ୍ସବରେ ଡିଜେକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବୟସ୍କ ଓ ରୋଗୀଙ୍କ ପାଇଁ ଡିଜେ ଶବ୍ଦ ଘାତକ ହୋଇଥିବା ନେଇ ବିଭିନ୍ନ ଥାନାରେ ମାମଲା ହେଲାଣି। ଏହାକୁ ଦୃଷ୍ଟିରେ ରଖି ପୂଜା ଆୟୋଜକମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କଳାକାରଙ୍କୁ ଖୋଜିବା ଆରମ୍ଭ କଲେଣି; ଯାହା କଳା ସଂସ୍କୃତିକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ପୂଜା ଉତ୍ସବର ଭସାଣି ସମୟରେ କଳାକାରଙ୍କ ରୋଜଗାର ହୋଇଥାଏ। ଏଥିରେ ପରିବାର ଭରଣ ପୋଷଣ ହେବା ସହ ଆର୍ଥିକ ସମସ୍ୟାର ସମାଧାନ ହୁଏ। ଚଳିତବର୍ଷ ପୂଜା ଉତ୍ସବ ପାଇଁ ସମସ୍ତେ ଉତ୍ସାହିତ ଥିବା ସେ ପ୍ରକାଶ କରିଛନ୍ତି। ଖଡିଅଙ୍ଗ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂ କହିଛନ୍ତି, ପୂଜା ବିଧିରେ ଘଣ୍ଟଠାରୁ ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ର ଆବଶ୍ୟକ। ଆରତି, ନୈବେଦ୍ୟଠାରୁ ଆରମ୍ଭ କରି ମା’ଙ୍କ ବିସର୍ଜନ ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟର ଆବଶ୍ୟକତା ଥିବାରୁ ଏହି ସାମଗ୍ରୀ କିଣାଯାଉଛି। ଚଳିତବର୍ଷ ଡିଜେ ବନ୍ଦ ଥିବାରୁ ଅଧିକ ପାରମ୍ପରିକ ବାଦ୍ୟର ବ୍ୟବହାର ହେବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?