Posted inଖେଳ

କ୍ରିକେଟ୍‌ ଗ୍ରାଉଣ୍ଡରୁ ମ୍ୟୁଜିକ ଷ୍ଟୁଡିଓ : ଦୁଇ ଓପନର: ଏବେ କମ୍ପୋଜର, ସିଙ୍ଗର୍‌

ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ‘କ୍ରିକେଟ ୱାଲି ବିଟ୍‌’ ହେଉ କି ଅଲରାଉଣ୍ଡର ସୁରେଶ ରାଇନାଙ୍କ ‘ବିଟିୟା ରାନୀ କିମ୍ବା ଅଷ୍ଟ୍ରେଲୀୟ ପେସ୍‌ ତାରକା ବ୍ରେଟ୍‌ ଲୀଙ୍କ ‘ଉମି’ ଗୀତ, ଏହି କ୍ରିକେଟ ତାରକାମାନେ ଗୀତ ଗାଇ କଳାଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପଡ଼ିଆରେ କରତାଳି ସାଉଁଟିଥିବା କ୍ରିକେଟର ଷ୍ଟୁଡ଼ିଓ ମାଇକ୍‌ ଆଗରେ ମଧ୍ୟ ନିଜ ପ୍ରତିଭାକୁ ନିଖୁଣ ଭାବେ ନିଭାଇଛନ୍ତି। ଓଡ଼ିଶା କ୍ରିକେଟରେ ଅଛନ୍ତି ଏଭଳି ଏକ ଯୁଗଳବନ୍ଦୀ। ଦିନେ ରାଜ୍ୟ ପକ୍ଷରୁ ଇନିଂସ ଓପନ କରୁଥିବା ଏହି ଦୁଇ ଖେଳାଳି ଏବେ ଗୀତ ଲେଖିବା, କମ୍ପୋଜ କରିବା ଓ ସ୍ବର ଦେବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି…
୨୦୦୦ ମସିହାର କଥା। ୧୬ବର୍ଷରୁ କମ୍‌ କୁଚବିହାର ଟ୍ରଫିରେ ଦୁଇ ଓପନର ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଜଣେ ହେଲେ ସୁବ୍ରତ ବେହେରା ଓ ଅନ୍ୟଜଣେ ହେଲେ ପ୍ରିୟଦର୍ଶୀ ଦେବାଶିଷ। ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ଉଭୟ ରାଜ୍ୟ କ୍ରିକେଟ ଜଗତରେ ବେଶ୍‌ ପରିଚିତ। କିଛି ବର୍ଷ ପରେ ଆଘାତ ଜନିତ ସମସ୍ୟା ଯୋଗୁ ଦେବାଶିଷ ହଠାତ୍‌ କ୍ରିକେଟ ଜଗତରୁ ଦୂରେଇ ଯାଇଥିଲେ। ହେଲେ ସୁବ୍ରତଙ୍କ କ୍ରିକେଟ କ୍ୟାରିୟର ଲମ୍ବା ରହିଥିଲା। ଦୀର୍ଘବର୍ଷ ଧରି ସିନିୟର ଦଳରୁ ଖେଳିବା ପରେ ଏବେ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ। ହେଲେ ସଙ୍ଗୀତର ନିଶା ଏହି ଦୁଇ ଯୋଡ଼ିଙ୍କୁ ପୁଣିଥରେ ସାମ୍ନାକୁ ଆଣିଛି।
ଗତ ରାଖୀ ପୂର୍ଣ୍ଣିମା ଉପଲକ୍ଷେ ଏକ ମ୍ୟୁଜିକ ଭିଡ଼ିଓ ମୁକ୍ତିଲାଭ କରିଥିଲା, ଯାହାର ଶୀର୍ଷକ ହେଉଛି ସୁନା ଭଉଣୀ। ଗୀତର ରଚନା ଓ କମ୍ପୋଜ ଦାୟିତ୍ୱ ତୁଲାଇଥିଲେ ସୁବ୍ରତ। ପ୍ରିୟଦର୍ଶୀଙ୍କ କଣ୍ଠରେ ଏହାକୁ ଭୁବେନଶ୍ୱରର ସୋମେଶ ଷ୍ଟୁଡ଼ିଓରେ ରେକର୍ଡିଂ କରାଯାଇଥିଲା। ଏବେ ଏହି ଗୀତ ୟୁଟ୍ୟୁବ୍‌ରେ ବେଶ୍‌ ପ୍ରଶଂସିତ ହେଉଛି। ହେଲେ ଏହା ପଛରେ ଯେ, ରାଜ୍ୟର ଦୁଇଜଣ ଖ୍ୟାତନାମା କ୍ରିକେଟର ଅଛନ୍ତି ତାହା ଖୁବ କମ ଲୋକ ଜାଣନ୍ତି। ଦେବାଶିଷ ୧୬ବର୍ଷରୁ କମ୍‌ ଦଳର ଅଧିନାୟକ ରହିବା ସହିତ ୧୯ବର୍ଷରୁ କମ୍‌ ଦଳରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଏପରିକି ସେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ରେ ମଧ୍ୟ ସୁଯୋଗ ପାଇଥିଲେ। ହେଲେ ୨୦୦୩ ରେ ମ୍ୟାଚ୍‌ ଖେଳୁଥିବାବେଳେ ହାତରେ ଆଘାତ ଲାଗିଥିଲା। ପରେ ଏହି ସମସ୍ୟାର ସମାଧାନ ନ ହେବାରୁ ସେ ପୁନର୍ବାର ପଡ଼ିଆକୁ ଫେରି ପାରି ନ ଥିଲେ। ଏବେ ଏମ୍‌ବିଏ ଶିକ୍ଷା ଶେଷ କରି ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। ଇତି ମଧ୍ୟରେ ପ୍ରିୟଦର୍ଶୀ ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ସାରିଛନ୍ତି। ଛାତିରେ ଲେଖିଛି ତୋରି ନାଁ, କିଏ ସେ ଡାକୁଛି କୋଉଠି ମୋତେ, ମୋ ଦୁନିଆ ତୁ ହି ତୁ ଭଳି ଓଲିଉଡର ସୁପରହିଟ୍‌ ଚଳଚ୍ଚିତ୍ରର ଗୀତ ଯେ ପ୍ରିୟଦର୍ଶୀ ଗାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରୁଛି। ବର୍ତ୍ତମାନ ସୁଦ୍ଧା ୧୨ଟି ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟକ ଭାବେ କଣ୍ଠଦାନ କରି ସାରିଲେଣି। କଟକ ଗତିରାଉତପାଟଣାର ସୁବ୍ରତ ରାଜ୍ୟ ସିନିୟର ଦଳ ପକ୍ଷରୁ ୧୨ଟି ପ୍ରଥମଶ୍ରେଣୀ ଓ ୪ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି। ଖେଳିବା ସମୟରେ ଉଭୟ ସଙ୍ଗୀତକୁ ନେଇ ଚର୍ଚ୍ଚା କରୁଥିଲେ ବୋଲି ମଧ୍ୟ କୁହନ୍ତି। ଗୀତ, କବିତା ଲେଖିବା ପ୍ରତି ସୁବ୍ରତଙ୍କର ରୁଚି ରହିଛି। ସୁନା ଭଉଣୀ ଗୀତ ଶେଷ ହେବା ପରେ ଏବେ ୨ରୁ ୩ଟି ଗୀତ ପ୍ରସ୍ତୁତ ହୋଇ ରହିଛି ବୋଲି ସୁବ୍ରତ କୁହନ୍ତି। ନିଜେ ଗୀତ ଲେଖିବା ସହ କମ୍ପୋଜ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
କ୍ରିକେଟ ଭଳି ଗୀତ ବି ଏକ ନିଶା ବୋଲି ଏମାନେ କୁହନ୍ତି। କାର୍ଯ୍ୟବ୍ୟସ୍ତତା ଭିତରୁ ଗୀତ ପାଇଁ ସମୟ କାଢ଼ିବାକୁ ପଡ଼ୁଛି। ଘରେ ରହିବା ବେଳେ ହିଁ ଗୀତକୁ ନେଇ ପରସ୍ପର ଫୋନ୍‌ ମାଧ୍ୟମରେ ଆଲୋଚନା କରୁ। ପରିଚୟ କି ପ୍ରଶଂସା ପାଇଁ ନୁହେଁ, ନିଜର କଳାକୁ ପରିପୂର୍ଣ୍ଣ କରିବାକୁ ଚେଷ୍ଟା କରିଛୁ ବୋଲି ଏହି ଦୁଇ କ୍ରିକେଟରଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ, ହୋଇପାରନ୍ତି ଗିରଫ

କଟକ,୯ା୯(ପ୍ରଭୁକଲ୍ୟାଣ ପାଲ୍‌): ଗଜପତି ଜିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡାଙ୍କ ପାଇଁ ଆଇନଗତ…

ନବଜାତ ଶିଶୁଙ୍କୁ ସୁନାମୁଦି ଦେବେନି ବିଜୟ? ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୯।୯: ତାମିଲନାଡୁରେ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନବଜାତ ଶିଶୁମାନଙ୍କୁ ସୁନା ମୁଦି ପ୍ରଦାନ କରିବା ସମ୍ପର୍କିତ ଚର୍ଚ୍ଚିତ ଯୋଜନାର ଶୁଭାରମ୍ଭ ବର୍ତ୍ତମାନ…

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri