Posted inଖେଳ

ମୁସ୍ତାକ ଅଲି ଟି୨୦: ସମ୍ଭାବ୍ୟ କେରଳ ଦଳରେ ଶ୍ରୀସନ୍ଥ

ଥିରୁଭାନାନ୍ଥପୁରମ,୧୫।୧୨: ପୂର୍ବତନ ଭାରତୀୟ ପେସର ଏସ୍‌. ଶ୍ରୀସନ୍ଥ ମଙ୍ଗଳବାର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବା ଦିଗରେ ଆଉ ପାଦେ ଆଗେଇଛନ୍ତି। ଆସନ୍ତା ୨ ତାରିଖରୁ ହେବାକୁ ଯାଉଥିବା ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟ ଲାଗି ଘୋଷିତ ୨୬ ଜଣିଆ ସମ୍ଭାବ୍ୟ କେରଳ ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ସ୍ଥାନ ପାଇଛନ୍ତି ୩୭ ବର୍ଷୀୟ ଶ୍ରୀସନ୍ଥ।

୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ଜଡ଼ିତ ହୋଇଥିବା ସନ୍ଦେହରେ ଶ୍ରୀସନ୍ଥଙ୍କୁ ବ୍ୟାନ କରିଥିଲା ବିସିସିଆଇ। ତାଙ୍କ ବାସନ୍ଦ ସମୟସୀମା ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହୋଇଛି। ସମ୍ଭାବ୍ୟ କେରଳ ଦଳରେ ସଞ୍ଜୁ ସାମସନ, ସଚିନ ବେବି, ଜଲଜ ସକ୍ସେନା, ରବିନ ଉଥପ୍ପା ଓ ବାସିଲ ଥାମ୍ପିଙ୍କ ଭଳି ଷ୍ଟାର ରହିଛନ୍ତି।
୨୦୧୧ରେ ଅନ୍ତିମ ଥର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଶ୍ରୀସନ୍ଥ ଚଳିତ ମାସ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏକ କ୍ୟାମ୍ପରେ ଯୋଗଦେବେ। ତାଙ୍କ ପ୍ରତିନିଧିତ୍ୱରେ ଭାରତୀୟ ଦଳ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ନୁହେଁ, ଏହି ଭେନ୍ୟୁରେ ଖେଳାଯାଇପାରେ ଡବ୍ଲ୍ୟୁଟିସି ଫାଇନାଲ

ସାଉଥାମ୍ପଟନ,୭।୩ : ଆସନ୍ତା ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ଖେଳାଯିବ।...

କ୍ରିକେଟ୍‌ରେ ୟୋ-ୟୋ, ଡେକ୍ସା ଟେଷ୍ଟ କ’ଣ

ନୂଆଦିଲ୍ଲୀ,୨।୧: ଜାନୁଆରୀ ୧ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିସିସିଆଇ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ...

ଫେଡରର-ଜୋକୋଭିଚ୍‌ ସେମିଫାଇନାଲ

ମେଲବୋର୍ନ, ୨୯ା୧ (ଏଏଫ୍‌ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ନ୍ୟୁଜିଲାଣ୍ଡ ପ୍ରଥମଥର ନମ୍ବରଓ୍ବାନ

ଦୁବାଇ, ୭।୧(ପି.ଟି.)- ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନ ହାସଲ କରିଛି। ଖ୍ରୀଷ୍ଟଚର୍ଚ୍ଚରେ ବୁଧବାର ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନକୁ...

୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ: ପୂଜାଙ୍କୁ ରୌପ୍ୟ

ବୁଦାପେଷ୍ଟ,୨।୧୧- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପରେ ଭାରତ ପାଇଁ ପୂଜା ଗେହଲଟ (୫୩ କେଜି) ଦ୍ୱିତୀୟ ରୌପ୍ୟ ପଦକ ହାସଲ...

ପଡିଆକୁ ଯିବା ପୂର୍ବରୁ ଟଏଲେଟ୍‌ ଯାନ୍ତି, ରୋହିତ୍‌ ଶର୍ମାଙ୍କୁ ମୋଜା ମାଗନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଶିଖର ଧାଓ୍ବନଙ୍କ ମଧ୍ୟ ଭଲ ବନ୍ଧୁତା ଅଛି। ଦୁହେଁ କ୍ରିକେଟ୍‌ ପଡିଆରେ ଅନେକ ରେକର୍ଡ...

କେକେଆର୍‌ର ଶୋଚନୀୟ ପରାଜୟ…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଶୋଚନୀୟ ପରାଜୟ...

ପ୍ରଗତି ସ୍ପୋର୍ଟିଂକୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ୍ସ

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): କେଶୁରାରେ ତୃତୀୟ ପଞ୍ଚାନନ ସ୍ମାରକୀ କ୍ରିକେଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ ୪୬ ରନରେ ଭୁବନେଶ୍ୱରର ପ୍ରଗତି...

Advertisement
Archives

Model This Week