ଶହେ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ବାରିପଦା ଅଫିସ,୨୪।୪: ମାତ୍ର ଶହେ ଟଙ୍କା ପାଇଁ ନୃଶଂସ ପୁଅ ଠେଙ୍ଗାରେ ପିଟି ପିଟି ନିଜ ମା’ଙ୍କୁ ହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଧୀନ ହାଟପଡ଼ିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ମହିଳା ହେଲେ ସାଳନ୍ଦୀ ନାଏକ(୬୦)। ଅଭିଯୁକ୍ତ ପୁଅ ସରୋଜ ନାଏକ(୨୧) ଫେରାର ହୋଇଯାଇଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ସରୋଜ ଘରେ ପହଞ୍ଚି ତାଙ୍କ ମା’ଙ୍କୁ ଶହେ ଟଙ୍କା ମାଗିଥିଲେ। ମା’ ଟଙ୍କା ଦେବାକୁ ମନା କରିବାରୁ ସରୋଜ ରାଗି ଯାଇ ଏକ ଠେଙ୍ଗାରେ ତାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ସାଳନ୍ଦୀଙ୍କ ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କଠାରୁ ଖବରପାଇ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ...

‘ନକଲି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନରେ ନକଲି ଏସ୍‌ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି...

ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର

ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍‌ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ...

ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା

କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଇକୋ ରିଟ୍ରିଟ୍‌

ଦାରିଙ୍ଗବାଡି,୨୪ା୧୦(ଡି.ଏନ୍‌.ଏ.): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ପାରଦ ତଳମୁହାଁ ହେଉଛି। ସେପଟେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ...

ଜୀବନ ବଞ୍ଚାଉଛି ଚୁଆପାଣି

କପ୍ତିପଦା,୨୯ା୪(ଡି.ଏନ୍‌.ଏ.)- ମୟୂୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶରତ ପଞ୍ଚାୟତର ଅଶ୍ୱକୋଟୀ ସାରଜମଡ଼ି ଗ୍ରାମ ଏବେ ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି। ଏଠାରେ ବାସ...

‘ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଧର୍ମଶାଳା,୨୦-୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ରୋଟାରି କ୍ଲବ ପକ୍ଷରୁ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବୁଧବାର ରାଷ୍ଟ୍ର ନିର୍ମାଣ ସମ୍ବର୍ଦ୍ଧନା ସାମାରୋହ ପାଳିତ ହୋଇଯାଇଛି। କ୍ଲବର ସଭାପତି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥା। ଡାକ୍ତରଖାନାରେ ରୋଗୀଙ୍କୁ ଅପରିଷ୍କାର ବେଡ୍‌ଶିଟ ଦେବା ଏବଂ ଡାକ୍ତର...

Advertisement
Archives

Model This Week