ପ୍ରେମ ଘଟଣାକୁ ନେଇ ହତ୍ୟା: ମହିଳାଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଜବତ, ୨ ଗିରଫ

ହିଞ୍ଜିଳିକାଟୁ,୨ା୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକଡ଼ାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମର ଏକ ଶଶ୍ମାନରୁ ରବିବାର ମାଟି ଖୋଳି ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତା ମହିଳା ଜଣକ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଜୟ ନଗର ଗ୍ରାମର ବର୍ଷାରାଣୀ ପୁରୋହିତ(୨୫)। ପ୍ରେମ ବ୍ୟାପାରକୁ ନେଇ ବର୍ଷାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଘଟଣାରେ ଜଡ଼ିତ ୨ଜଣଙ୍କୁ ହିଞ୍ଜିଳି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି। ଗିରଫମାନେ ହେଲେ ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଡି ଗ୍ରାମ କୁମ୍ଭାର ସାହିର ସନ୍ତୋଷ ବେହେରା ଓ ତାଙ୍କ ଭାଇ ସୁଶାନ୍ତ ବେହେରା। ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଯେ, ପାଟପୁର ଥାନା ଅନ୍ତର୍ଗତ ଜୟ ନଗର ଗ୍ରାମର ବର୍ଷାରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କୋର୍ଟରେ ଛାଡ଼ପତ୍ର ମାମଲା ହୋଇଛି। ଏହା ପରେ ବର୍ଷା ହୋଟେଲ ମ୍ୟାନେଜମେଣ୍ଟ କରି ହାଇଦ୍ରାବାଦରେ କାମ କରୁଥିଲେ। ସେଠି ଜଣେ ଯୁବକଙ୍କ ସହ ରିଲେସନଶିପ୍‌ରେ ରହି ଗୋଟିଏ ଘରେ ରହି ଆସୁଥିଲେ। ଏହି କଥା ବର୍ଷା ନିଜ ଭାଇ ଓ ଘରଲୋକଙ୍କୁ ମଧ୍ୟ ଜଣାଇଥିବା ନେଇ ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଗଣମାଧ୍ୟମରେ କହିଛନ୍ତି। ହେଲେ କିଛି ଦିନ ରିଲେସନଶିପ୍‌ରେ ରହିବା ପରେ ବିବାହ କଥା ଉଠିଥିଲା। କିନ୍ତୁ ପୁରୁଷ ବନ୍ଧୁ ଜଣକ ଓ ତାଙ୍କ ଘର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ଏଥି ନେଇ ନିମ ଖଣ୍ଡି ଥାନାରେ ବର୍ଷା ଅଭିଯୋଗ ମଧ୍ୟ କରିଥିଲେ। ନିମଖଣ୍ଡି ଥାନାରେ ଏଥି ନେଇ ଉଭୟ ପକ୍ଷକୁ ଡାକି ବିବାହ ସର୍ତ୍ତରେ ରାଜିନାମା ହୋଇଥିବା ମଧ୍ୟ ବର୍ଷାଙ୍କ ଭାଇ ବିକାଶ କହିଛନ୍ତି। ପରେ ବର୍ଷାକୁ ସୁଚିନ୍ତିତ ଯୋଜନା କରି ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ଭାଇ ବିକାଶ ପୁରୋହିତ ଅଭିଯୋଗ କରିଛନ୍ତି।
ହତ୍ୟା ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇ ନ ଥିଲେ ମଧ୍ୟ ହିଞ୍ଜିଳି ପୋଲିସ ପକ୍ଷରୁ କେସ୍‌ ନମ୍ବର ୫୫୧/୨୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ହତ୍ୟା ରେ ବ୍ୟବହୃତ ଅଟୋ, ଏକ ବାଇକ୍‌ , ହାତୁଡି ଓ ପାଣିରେ ପଡ଼ିଥିବା ମୋବାଇଲ ସହ ଅନ୍ୟାନ୍ୟ ଜିନିଷ ପୋଲିସ ଜବତ କରିଛି। ଗିରଫ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏଶନ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଓ ତଦନ୍ତରେ ବାଧା ଆଶଂକା ନେଇ ପୋଲିସ ଘଟଣାର ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସିଂଙ୍କ ସହ ଆଇଆଇସି ଅଭିମନ୍ୟୁ ଦାସ, ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ତଦନ୍ତକାରୀ ଅଧିକାରୀ ସୁନୀଲ କଣ୍ଡୋଗିରି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri