Posted inରାଜ୍ୟ

ନାବାଳିକା ବୋହୂଙ୍କୁ ହତ୍ୟା: ମଶାଣିରୁ ଖୋଜା ଚାଲିଛି ପ୍ରମାଣ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ନାବାଳିକା ବୋହୂଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କୁ ଡାକ୍ତରଖାନା ନ ନେଇ କିମ୍ବା ପୋଲିସକୁ ଖବର ନ ଦେଇ ଅତି ତରବରିଆ ଭାବେ ପୋଡ଼ିଦିଆଯାଇଛି। ଏଥିରୁ ସନ୍ଦେହ ବଢ଼ୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ମଶାଣିରେ ପହଞ୍ଚତ୍ ତାଙ୍କର ହାଡ଼ ଓ ପାଉଁଶ ଜବତ କରିଛି। ଅନ୍ୟପକ୍ଷରେ ତାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଅଟକ ରଖାଯାଇଛି। ପ୍ରକୃତରେ ଏହି ଘଟଣା ପଛର ରହସ୍ୟ କ’ଣ ସେ ନେଇ ମଶାଣିରୁ ପ୍ରମାଣ ଖୋଜୁଛି ପୋଲିସ।

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ମହାମାୟୀ ନଗର ପ୍ରଥମ ଲେନରେ ରହୁଥିବା ରମେଶ ବିଷୋୟୀଙ୍କ ଘରେ ତାଙ୍କ ନାବାଳିକା ବୋହୂ ନନ୍ଦିନୀ ସାହୁ(୧୬)ଙ୍କ ଗତ ଶନିବାର ଅପରାହ୍ନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କୁ ଡାକ୍ତରଖାନା ନିଆ ନ ଯାଇ କିମ୍ବା ପୋଲିସକୁ ନ ଜଣାଇ ତରବରିଆ ଭାବେ ଶ୍ମଶାନରେ ପୋଡ଼ି ଦିଆଯାଇଥିଲା। ଏ ନେଇ ନନ୍ଦିନୀଙ୍କ ବାପା ଶିବରାମ ରବିବାର ରାତିରେ ଦିଗପହଣ୍ଡି ଥାନାରେ ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ସ୍ବାମୀ ଓ ଶ୍ବଶୁର ମିଶି ହତ୍ୟା କରିଥିବା ନେଇ ଏତଲା ଦେଇଥିଲେ। ଥାନା ଆଇଆଇସି ବାବା ଶଙ୍କର ସରାଫ ନଂ.୨୫୫/୨୪ ଦଫା ୪୯୮(କ)/୩୦୨/୨୦୧/ ୩୦୪(ଖ)/୩୪ ଏବଂ ଯୌତୁକ ନିରୋଧ ଆଇନରଧାରା-୪ ଅନୁଯାୟୀ ମାମଲା ରୁଜୁ କରିଥିଲେ। ସୋମବାର ସକାଳୁ ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ରମେଶଙ୍କ ଘରେ ପହଞ୍ଚତ୍ ସବିଶେଷ ତଦନ୍ତ କରିବା ସହ ମଶାଣିରୁ ନନ୍ଦିନୀଙ୍କ ହାଡ଼, ପାଉଁଶ ଜବତ କରି ଫୋରେନ୍ସିକ ଲାବରେଟୋରିକୁ ପଠାଇଛନ୍ତି। ପୋଲିସ ନନ୍ଦିନୀଙ୍କ ସ୍ବାମୀ ଜିତୁ ଓରଫ ଜିତେନ୍ଦ୍ର ବିଷୋୟୀ ଏବଂ ଶ୍ୱଶୁର ରମେଶ ବିଷୋୟୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ପୋଲିସ ସୂଚନାନୁସାରେ, ଗତ କିଛି ମାସ ହେଲା ଜିତୁ ତାଙ୍କ ଗ୍ରାମର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ପ୍ରେମ କରୁଥିଲେ। ନନ୍ଦିନୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ବିବାହ ପାଇଁ ଉଭୟଙ୍କ ପରିବାରରେ ଅରାଜି ହେବା କାରଣରୁ ଗତ ଏପ୍ରିଲ ମାସରେ ଉଭୟେ ଗ୍ରାମରୁ ଫେରାର ହୋଇଯାଇଥିଲେ। ପ୍ରାୟ ୩ ମାସ ବାହାରେ ରହିବା ପରେ ଉଭୟେ ଗ୍ରାମକୁ ଫେରିଥିଲେ। ପରେ ଉଭୟ ପରିବାର ଲୋକଙ୍କ ସହମତି କ୍ରମେ ଗ୍ରାମ ନିକଟ ବଡ଼ପଦା ଶ୍ରୀଉଦୟନାଥେଶ୍ୱର ଶୈବପୀଠରେ ବିବାହ କରିଥିଲେ। ସେହିଦିନଠାରୁ ନନ୍ଦିନୀ ଶାଶୁ ଘରେ ରହୁଥିଲେ। ଶନିବାର ନନ୍ଦିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଝାଡ଼ାବାନ୍ତିରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାମୀ ଓ ଶାଶୁ ଘର ଲୋକେ ସାହି ପଡ଼ୋଶୀଙ୍କୁ ସଫେଇ ଦେଇଥିଲେ। ଏହାକୁ ସହଜରେ ଗ୍ରହଣ କରି ନ ଥିଲେ ଗ୍ରାମବାସୀ। ନନ୍ଦିନୀଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା। ସେମାନେ ପହଞ୍ଚତ୍ବା ପୂର୍ବରୁ ଅତି ତରବରିଆ ଭାବେ ମୃତଦେହ ଶ୍ମଶାନକୁ ନେଇ ନନ୍ଦିନୀଙ୍କ ଶାଶୁଘର ଲୋକେ ଦାହ କରିଦେଇଥିଲେ। ତେବେ ତାଙ୍କ ଝିଅକୁ ଯୌତୁକ ପାଇଁ ସ୍ବାମୀ ଓ ଶାଶୁଘର ଲୋକେ ପିଟିପିଟି ମାରିଦେଇଥିବା ଶିବରାମ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?