କମେଣ୍ଟମରାକୁ କେନ୍ଦ୍ରକରି ବୀଭତ୍ସ କାଣ୍ଡ: ୪ ମୃତ

ବହ୍ମପୁର ଅଫିସ,୨୩।୩: ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ନିକଟ ରାମଚନ୍ଦ୍ରପୁର ଛକରେ ଥିବା ମା’ଖମ୍ବେଶ୍ୱର ଫାଷ୍ଟଫୁଡ୍‌ ଦୋକାନରେ ହୋଇଥିବା ଗୋଷ୍ଠୀସଂଘର୍ଷରେ ଜଣେ ନାବାଳକ ସମେତ ୪ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ବୀଭତ୍ସ ହତ୍ୟାକାଣ୍ଡରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ ରାଜା ସ୍ବାଇଁ(୨୮), ଶମ୍ଭୁ ସ୍ବାଇଁ (୨୫), ପାଣ୍ଡବ ସ୍ବାଇଁ (୨୩) ଓ ରାଜାଙ୍କ ମାଉସୀ ପୁଅ ଭାଇ ଚନ୍ଦନ ସ୍ବାଇଁଁ(୧୬)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣକାରୀ ଗୋଷ୍ଠୀର ସାଧୁ ଓରଫ ଅମିୟ ସ୍ବାଇଁ ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସେଠାରେ ଗୋଟିଏ ସେକ୍ସନ ପୋଲିସ ଜଗି ରହିଛି। ଏନେଇ ଅମିୟ ସ୍ବାଇଁଙ୍କ ପ୍ରତିକ୍ରିୟା ନେବା ବେଳେ ସେ କହିଛନ୍ତି, ମଙ୍ଗଳବାର ରାତିରେ ମୁଁ ଓ ମୋର କେତେଜଣ ସାଙ୍ଗ ନରେନ୍ଦ୍ରପୁର ଛକରେ ଛିଡା ହୋଇଥିଲୁ। ସେହି ରାସ୍ତା ଦେଇ ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଫଳରେ ମହିଳା ଜଣଙ୍କ ଗାଡିରୁ ପଡ଼ି ଯାଇଥିଲେ। ମୁଁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ବେଳେ ସେଠାରେ ଫାଷ୍ଟଫୁଡ୍‌ ଦୋକାନ କରିଥିବା ରାଜା ସ୍ବାଇଁ ମୋତେ କମେଣ୍ଟ ମାରିଥିଲେ। ଏହାକୁ ନେଇ ସେଠାରେ ଝଗଡ଼ା ହୋଇଥିଲା। ସେଠାରେ କେହିଜଣେ ମୋତେ ଆକ୍ରମଣ କରିବାରୁ ମୁଁ ଅଚେତ ହୋଇପଡିଥିଲି। ମୁଁ ଘଟଣା ସମ୍ପର୍କରେ କିଛି ଜାଣି ନାହିଁ। ମୋର ଚେତା ଫେରିବା ପରେ ମୁଁ ହସ୍ପିଟାଲ ବେଡ୍‌ରେ ଥିବା ଜାଣିବାକୁ ପାଇଥିଲି। ବୁଧବାର ସକାଳେ ମୁଁ ପୋଲିସଠାରୁ ଖବର ପାଇଲି ଯେ, ମଙ୍ଗଳବାର ରାତ୍ରି ଗୋଷ୍ଠୀସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଏମ୍‌କେସିଜି ମେଡିକାଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଉପରୋକ୍ତ ୪ ଯୁବକଙ୍କ ମୃତଦେହ ସଂରକ୍ଷଣ କକ୍ଷରେ ଥିଲା। ବୁଧବାର ସକାଳେ ମୃତକଙ୍କ ପରିବାର, ଆସ୍କା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଅନ୍ୟାନ୍ୟ ଥାନାଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri