Posted inଜାତୀୟ

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ ଭର୍ତ୍ତି ବ୍ୟାଗ। ଏହାକୁ ସେ ସୁରକ୍ଷିତ ସ୍ଥାନରେ ରଖିଥିଲେ। ଆଉ ଆତଙ୍କବାଦୀଙ୍କ କବଳରେ ଥିବା ତାଜ ହୋଟେଲରୁ ଅନେକ ଆହତ ଓ ସୁରକ୍ଷିତ ଲୋକଙ୍କୁ ଉଦ୍ଧାର କରିଥିଲେ ହେମନ୍ତ।

ସେତେବେଳେ ସେ ଭିଜିଲାନ୍ସର ନିର୍ଦ୍ଦେଶକ ପଦରେ ଥିଲେ। କୋଲାବା ଅଞ୍ଚଳରେ ଥିବା ପୋଲିସ କ୍ୱାର୍ଟରରେ ରହୁଥିଲେ, ଯାହାକି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। ଆତଙ୍କବାଦୀ ଆକ୍ରମଣ ବେଳେ ସେ ବାହାରକୁ ଚାଲିଆସିଥିଲେ ଲୋକଙ୍କୁ ସାହାଯ୍ୟ କରିବାକୁ। ସେ ତାଜ ହୋଟେଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ ଭର୍ତ୍ତି ବ୍ୟାଗ। ଏହାକୁ ସୁରକ୍ଷିତ ସ୍ଥାନକୁ ନେଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହାପରେ ବମ୍‌ ଡିଟେକଶନ ଓ ଡିସପୋଜାଲ ସ୍କାଡ(ବିଡିଡିଏସ୍‌)କୁ ଡକାଇଥିଲେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ହେମନ୍ତଙ୍କ ୪ ପୋଲିସ କର୍ମୀ ତାଜ ହୋଟେଲରେ ପଶି ଆହତ ଲୋକଙ୍କୁ ଉଦ୍ଧାର କରିବା ସହ ମେଡିକାଲ ପଠାଇଥିଲେ।

ମୁମ୍ବାଇର ନୂଆ କମିଶନର କେବଳ ଶାହସୀ ତା’ ନୁହେଁ, ସେ ଜଣେ ଦକ୍ଷ ଗଲଫର ଓ ଟେନିସ ଖେଳାଳି। ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ବିଶେଷ ସେବା ପଦକ ଓ ଆନ୍ତରିକ ସୁରକ୍ଷା ପଦକ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri