Posted inଜାତୀୟ

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ ଭର୍ତ୍ତି ବ୍ୟାଗ। ଏହାକୁ ସେ ସୁରକ୍ଷିତ ସ୍ଥାନରେ ରଖିଥିଲେ। ଆଉ ଆତଙ୍କବାଦୀଙ୍କ କବଳରେ ଥିବା ତାଜ ହୋଟେଲରୁ ଅନେକ ଆହତ ଓ ସୁରକ୍ଷିତ ଲୋକଙ୍କୁ ଉଦ୍ଧାର କରିଥିଲେ ହେମନ୍ତ।

ସେତେବେଳେ ସେ ଭିଜିଲାନ୍ସର ନିର୍ଦ୍ଦେଶକ ପଦରେ ଥିଲେ। କୋଲାବା ଅଞ୍ଚଳରେ ଥିବା ପୋଲିସ କ୍ୱାର୍ଟରରେ ରହୁଥିଲେ, ଯାହାକି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। ଆତଙ୍କବାଦୀ ଆକ୍ରମଣ ବେଳେ ସେ ବାହାରକୁ ଚାଲିଆସିଥିଲେ ଲୋକଙ୍କୁ ସାହାଯ୍ୟ କରିବାକୁ। ସେ ତାଜ ହୋଟେଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ ଭର୍ତ୍ତି ବ୍ୟାଗ। ଏହାକୁ ସୁରକ୍ଷିତ ସ୍ଥାନକୁ ନେଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହାପରେ ବମ୍‌ ଡିଟେକଶନ ଓ ଡିସପୋଜାଲ ସ୍କାଡ(ବିଡିଡିଏସ୍‌)କୁ ଡକାଇଥିଲେ ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ହେମନ୍ତଙ୍କ ୪ ପୋଲିସ କର୍ମୀ ତାଜ ହୋଟେଲରେ ପଶି ଆହତ ଲୋକଙ୍କୁ ଉଦ୍ଧାର କରିବା ସହ ମେଡିକାଲ ପଠାଇଥିଲେ।

ମୁମ୍ବାଇର ନୂଆ କମିଶନର କେବଳ ଶାହସୀ ତା’ ନୁହେଁ, ସେ ଜଣେ ଦକ୍ଷ ଗଲଫର ଓ ଟେନିସ ଖେଳାଳି। ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ବିଶେଷ ସେବା ପଦକ ଓ ଆନ୍ତରିକ ସୁରକ୍ଷା ପଦକ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?