ତୃତୀୟ ଲହର ପୂର୍ବରୁ ମୁମ୍ବାଇରୁ ଆସିଲା ଖୁସି ଖବର

ମୁମ୍ବାଇ,୨୮।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। କାରଣ ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆଉ ଏହି ଲହର ପିଲାଙ୍କ ପ୍ରତି ଅତ୍ୟନ୍ତ ବିପଦ ବୋଲି କୁହାଯାଉଛି। ଇତିମଧ୍ୟରେ ମୁମ୍ବାଇରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏଠାରେ ୫୦ ପ୍ରତିଶତ ପିଲାଙ୍କ ନିକଟରେ ଆଣ୍ଟିବଡି ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ବୃହନମୁମ୍ବାଇ ମହାନଗର ପାଳିକା(ବିଏମ୍‌ସି) ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା। ଯେଉଁଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲାଙ୍କ ନିକଟରେ ଆଣ୍ଟିବଡି ସୃଷ୍ଟି ହୋଇଛି। ପୂର୍ବ ତୁଳନାରେ ପିଲାମାନଙ୍କଠାରେ ଆଣ୍ଟିବଡି ବୃଦ୍ଧି ହୋଇଥିବା ଜଣାପଡ଼ିଥିଲା। ଏହି ସେରୋ ସର୍ଭେ ୨୦୨୧ ଏପ୍ରିଲ ୧ରୁ ଜୁନ ୧୫ଯାଏ ହୋଇଥିଲା। ମୁମ୍ବାଇର ୨୪ଟି ଓ୍ବାର୍ଡରୁ ମୋଟ ୨,୧୭୧୬ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, ୫୦ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ସେରୋ ସର୍ଭେରେ ମୋଟ ପଜିଟିଭ୍‌ ହାର ୫୧.୧୮ପ୍ରତିଶତ ମିଳିଥିଲା। ସେହିପରି ୧୦ରୁ ୧୪ବର୍ଷ ବୟସର ପିଲାମାନଙ୍କଠାରେ ସର୍ବାଧିକ ସିରୋ ପଜିଟିଭ୍‌ ୫୩.୪୩ ରହିଥିଲା। ଅନ୍ୟପଟେ ୧ରୁ ୪ ବର୍ଷର ପିଲାଙ୍କଠାରେ ୫୧.୦୪ ପ୍ରତିଶତ, ୫ରୁ ୯ବର୍ଷର ପିଲାଙ୍କଠାରେ ୪୭.୩୩ ପ୍ରତିଶତ ଓ ୧୫ରୁ ୧୮ବର୍ଷର ପିଲାଙ୍କଠାରେ ୫୧.୩୯ ପ୍ରତିଶତ ସେରୋ ପଜିଟିଭ୍‌ ମିଳିଥିବା ନେଇ ବିଏମ୍‌ସି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?