୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ପୃଥକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ। ଏମାନେ ଦେଶର ବିଭିନ୍ନ ତଦନ୍ତକାରୀ ସଂସ୍ଥା ପାଇଁ ଓ୍ବାଣ୍ଟେଡ୍‌ ଥିଲେ। ସେମାନେ ହେଲେ ନୀତିନ ମଲ୍ଲିକ, ରକ୍ସିତ ଓ ସୁଶାନ୍ତ। ନୀତିନ୍‌ଙ୍କୁ ମୁମ୍ବାଇ ଭିପି ରୋଡ୍‌ ଥାନା ପୋଲିସ ଗତ ବୁଧବାର ଏବଂ ରକ୍ସିତ ଓ ସୁଶାନ୍ତଙ୍କୁ ମୁମ୍ବାଇ ୱେଷ୍ଟ ରିଜିଅନ୍‌ ସାଇବର ଥାନା ପୋଲିସ ରବିବାର ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ସେମାନଙ୍କୁ ପୋଲିସ ଜେରା କରି ଲୋନ ଆପ୍‌ ଠକେଇ ମାମଲାରେ ତଥ୍ୟ ହାସଲ ପରେ ପୁଣି ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।
ଇଓଡବ୍ଲ୍ୟୁର ମାମଲା ନଂ.୯/୨୨ରେ ରକ୍ସିତ୍‌ ଓ ସୁଶାନ୍ତ ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଚାଇନା ନାଗରିକ ଲିୟୁ ଇଙ୍କ ସହଯୋଗୀ ଥିଲେ। ଉଭୟ ୩ଟି ସେଲ୍‌ କମ୍ପାନୀ ମୁଡ୍‌ମେଟ୍‌ ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିଃ, ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ ଓ ପିଙ୍କ୍‌ ଲିଫ୍‌ ଆର଼୍ୟାନ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ଅଭିଯୁକ୍ତ ଦ୍ୱୟ ବେଙ୍ଗାଲୁରୁରେ ଏକ କଲ୍‌ ସେଣ୍ଟର ଚଳାଇ ଲୋନ୍‌ ନେଇଥିବା ଗ୍ରାହକଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ରାମ୍‌ ଶ୍ରୀରାମ ପଠାଡେ, ଦୁଇ ସହଯୋଗୀ ଜାଭେଦ ମହମ୍ମଦ ସୈଫ୍‌ ଓ ତରୁଣ ଦୁଡେଜାଙ୍କ ସୂଚନା ଆଧାରରେ ରକ୍ସିତ ଓ ସୁଶାନ୍ତଙ୍କୁ ପଚରାଉଚରା ପାଇଁ ଇଓଡବ୍ଲ୍ୟୁ ଓଡ଼ିଶା ଡକାଇଥିଲା। ଜେରାବେଳେ ଠକେଇ ସମ୍ପର୍କିତ ପ୍ରମାଣ ମିଳିବା ପରେ ଉଭୟଙ୍କୁ ଜୁନ ୧୦ରେ ଇଓଡବ୍ଲ୍ୟୁ ଗିରଫ କରିଥିଲା। ଉଭୟଙ୍କ ନାମରେ ମୁମ୍ବାଇ ୱେଷ୍ଟ ରିଜିଅନ୍‌ ସାଇବର ଥାନାରେ ମଧ୍ୟ ଠକେଇ ମାମଲା (ନଂ.୨୦/୨୦୨୨) ରହିଛି। ଶନିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଅଭିଯୁକ୍ତଦ୍ୱୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ୱେଷ୍ଟ ରିଜିଅନ୍‌ ସାଇବର ଥାନା ପୋଲିସକୁ ଅନୁମତି ଦେଇଥିଲେ।
ସେହିପରି ମାମଲା ନଂ.୧୩/୨୨ରେ ଅଭିଯୁକ୍ତ ନୀତିନ୍‌ ମାଷ୍ଟରମାଇଣ୍ଡ୍‌ ୩ ଚାଇନା ନାଗରିକ ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌ଙ୍କ ସହଯୋଗୀ ଥିଲେ। ସେ ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃ ଓ ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ଇଓଡବ୍ଲ୍ୟୁ ଜୁଲାଇ ୧୩ରେ ନୀତିନ୍‌ଙ୍କୁ ଗିରଫ କରି ଓଡ଼ଶା ଆଣିଥିଲା। ତାଙ୍କ ନାଁରେ ମୁମ୍ବାଇ ଭିପି ରୋଡ୍‌ ଥାନାରେ ମାମଲା (ନଂ.୨୩୦/୨୦୨୨) ରହିଛି। ଗିର୍‌ଗାଓଁ ଅତିରିକ୍ତ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ (୪) ନୀତିନ୍‌ଙ୍କ ନାଁରେ ଅଗଷ୍ଟ ୨ରେ ୱାରେଣ୍ଟ ଜାରି କରିଥିଲେ। ଉକ୍ତ ୱାରେଣ୍ଟ ଆଧାରରେ ଭିପି ରୋଡ୍‌ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଅନୁମତି ମାଗିଥିଲା। ସୂଚନାଯୋଗ୍ୟ, ଉପରୋକ୍ତ ୨ଟି ଲୋନ ଆପ୍‌ ଠକେଇ ମାମଲାରେ ୪ ଚାଇନା ନାଗରିକଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜେରା ହୋଇଥିଲେ ମଧ୍ୟ ସେମାନେ ଏଯାଏ ଧରାପଡ଼ିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri