୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ପୃଥକ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ। ଏମାନେ ଦେଶର ବିଭିନ୍ନ ତଦନ୍ତକାରୀ ସଂସ୍ଥା ପାଇଁ ଓ୍ବାଣ୍ଟେଡ୍‌ ଥିଲେ। ସେମାନେ ହେଲେ ନୀତିନ ମଲ୍ଲିକ, ରକ୍ସିତ ଓ ସୁଶାନ୍ତ। ନୀତିନ୍‌ଙ୍କୁ ମୁମ୍ବାଇ ଭିପି ରୋଡ୍‌ ଥାନା ପୋଲିସ ଗତ ବୁଧବାର ଏବଂ ରକ୍ସିତ ଓ ସୁଶାନ୍ତଙ୍କୁ ମୁମ୍ବାଇ ୱେଷ୍ଟ ରିଜିଅନ୍‌ ସାଇବର ଥାନା ପୋଲିସ ରବିବାର ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ସେମାନଙ୍କୁ ପୋଲିସ ଜେରା କରି ଲୋନ ଆପ୍‌ ଠକେଇ ମାମଲାରେ ତଥ୍ୟ ହାସଲ ପରେ ପୁଣି ଓଡ଼ିଶା ପୋଲିସକୁ ହସ୍ତାନ୍ତର କରିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।
ଇଓଡବ୍ଲ୍ୟୁର ମାମଲା ନଂ.୯/୨୨ରେ ରକ୍ସିତ୍‌ ଓ ସୁଶାନ୍ତ ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଚାଇନା ନାଗରିକ ଲିୟୁ ଇଙ୍କ ସହଯୋଗୀ ଥିଲେ। ଉଭୟ ୩ଟି ସେଲ୍‌ କମ୍ପାନୀ ମୁଡ୍‌ମେଟ୍‌ ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିଃ, ୟେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ ଓ ପିଙ୍କ୍‌ ଲିଫ୍‌ ଆର଼୍ୟାନ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ଅଭିଯୁକ୍ତ ଦ୍ୱୟ ବେଙ୍ଗାଲୁରୁରେ ଏକ କଲ୍‌ ସେଣ୍ଟର ଚଳାଇ ଲୋନ୍‌ ନେଇଥିବା ଗ୍ରାହକଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ରାମ୍‌ ଶ୍ରୀରାମ ପଠାଡେ, ଦୁଇ ସହଯୋଗୀ ଜାଭେଦ ମହମ୍ମଦ ସୈଫ୍‌ ଓ ତରୁଣ ଦୁଡେଜାଙ୍କ ସୂଚନା ଆଧାରରେ ରକ୍ସିତ ଓ ସୁଶାନ୍ତଙ୍କୁ ପଚରାଉଚରା ପାଇଁ ଇଓଡବ୍ଲ୍ୟୁ ଓଡ଼ିଶା ଡକାଇଥିଲା। ଜେରାବେଳେ ଠକେଇ ସମ୍ପର୍କିତ ପ୍ରମାଣ ମିଳିବା ପରେ ଉଭୟଙ୍କୁ ଜୁନ ୧୦ରେ ଇଓଡବ୍ଲ୍ୟୁ ଗିରଫ କରିଥିଲା। ଉଭୟଙ୍କ ନାମରେ ମୁମ୍ବାଇ ୱେଷ୍ଟ ରିଜିଅନ୍‌ ସାଇବର ଥାନାରେ ମଧ୍ୟ ଠକେଇ ମାମଲା (ନଂ.୨୦/୨୦୨୨) ରହିଛି। ଶନିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଅଭିଯୁକ୍ତଦ୍ୱୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ୱେଷ୍ଟ ରିଜିଅନ୍‌ ସାଇବର ଥାନା ପୋଲିସକୁ ଅନୁମତି ଦେଇଥିଲେ।
ସେହିପରି ମାମଲା ନଂ.୧୩/୨୨ରେ ଅଭିଯୁକ୍ତ ନୀତିନ୍‌ ମାଷ୍ଟରମାଇଣ୍ଡ୍‌ ୩ ଚାଇନା ନାଗରିକ ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌ଙ୍କ ସହଯୋଗୀ ଥିଲେ। ସେ ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃ ଓ ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ଇଓଡବ୍ଲ୍ୟୁ ଜୁଲାଇ ୧୩ରେ ନୀତିନ୍‌ଙ୍କୁ ଗିରଫ କରି ଓଡ଼ଶା ଆଣିଥିଲା। ତାଙ୍କ ନାଁରେ ମୁମ୍ବାଇ ଭିପି ରୋଡ୍‌ ଥାନାରେ ମାମଲା (ନଂ.୨୩୦/୨୦୨୨) ରହିଛି। ଗିର୍‌ଗାଓଁ ଅତିରିକ୍ତ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ (୪) ନୀତିନ୍‌ଙ୍କ ନାଁରେ ଅଗଷ୍ଟ ୨ରେ ୱାରେଣ୍ଟ ଜାରି କରିଥିଲେ। ଉକ୍ତ ୱାରେଣ୍ଟ ଆଧାରରେ ଭିପି ରୋଡ୍‌ ଥାନା ପୋଲିସ ତାଙ୍କୁ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଅନୁମତି ମାଗିଥିଲା। ସୂଚନାଯୋଗ୍ୟ, ଉପରୋକ୍ତ ୨ଟି ଲୋନ ଆପ୍‌ ଠକେଇ ମାମଲାରେ ୪ ଚାଇନା ନାଗରିକଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜେରା ହୋଇଥିଲେ ମଧ୍ୟ ସେମାନେ ଏଯାଏ ଧରାପଡ଼ିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?