୫୦ ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ଅମିର

ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜିନ୍‌ ୧୪ ଆରମ୍ଭ ହୋଇଯାଇଛି। ଚଳିତ ସିଜିନ୍‌ର ପ୍ରଥମ ଏପିସୋଡରେ ଅଭିନେତା ଅମିର ଖାନ ହଟ ସିଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିଥିବାର ନଜର ଆସିଛନ୍ତି। ଅମିର ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଢାର ପ୍ରମୋଶନ ପାଇଁ କୌନ ବନେଗା କରୋଡପତିର ପ୍ରିମିୟରରେ ପହଞ୍ଚିଥିଲେ। ତାହା ସହ ବକ୍ସିଂ ଖେଳାଳି ମେରି କମ, କାରଗିଲ୍‌ ଯୁଦ୍ଧର ଭେଟେରାନ ମେଜର ଡି.ପି ସିଂ, ଫୁଟ୍‌ ବଲ୍‌ ଖେଳାଳି ସୁନୀଲ ଛେତ୍ରୀ ଏବଂ ସେନା ପଦକ ପାଇଥିବା ପ୍ରଥମ ମହିଳା ଅଧିକାରୀ କର୍ନେଲ ମିତାଲି ମଧୁମିତା ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କୌନ ବନେଗା କରୋଡପତି ଶୋ’ର ନିର୍ମାତାମାନେ ୭୫ତମ ସ୍ବାଧୀନତା ଦିବସ ଅବସରରେ ପ୍ରଥମ ଏପିସୋଡକୁ ଉତ୍ସର୍ଗ କରିଥିଲେ। ମିତାଲି ଏବଂ ଡି.ପି ସିଂଙ୍କ ସହ ଅମିର ହଟ ସିଟରେ ବସିଥିଲେ। ଏହି ତିନିଜଣ ମିଳିତ ଭାବେ ୫୦ ଲକ୍ଷ ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ୫୦ ଲକ୍ଷ ପ୍ରଶ୍ନ ଆଦୌ ସହଜ ନ ଥିଲା। ଏହି ପ୍ରଶ୍ନ ଭାରତୀୟ ରାଜନୀତିର ଇତିହାସ ସହିତ ଜଡିତ ଥିଲା, ଯାହା ଅତ୍ୟନ୍ତ ମଜାଳିଆ ଥିଲା
ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଯୋଡି ମଧ୍ୟରୁ କେଉଁ ଯୋଡିଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି?
ଏସ୍‌ ରାଧାକ୍ରିଷ୍ଣନ – ଭି ଭି ଗିରି
ଭିଭି ଗିରି – ଜାହିର ହୁସେନ
ଜାକିର ହୁସେନ – ପ୍ରତିଭା ପାଟିଲ
ରାଜେନ୍ଦ୍ର ପ୍ରସାଦ- ଏସ ରାଧାକୃଷ୍ଣନ
ହଟ ସିଟରେ ବସିଥିବା ଭେଟେରାନମାନେ ଏହି ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଅମିର ଲାଇଫ ଲାଇନ ବ୍ୟବହାର କରି ସଠିକ ଉତ୍ତର ଦେଇଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାସହ ୫୦ ଲକ୍ଷ ଟଙ୍କା ଜିତି ଏହାକୁ ଆର୍ମି ସେଣ୍ଟ୍ରାଲ ୱେଲଫେୟାରକୁ ଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?