୫୦ ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ଅମିର

ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜିନ୍‌ ୧୪ ଆରମ୍ଭ ହୋଇଯାଇଛି। ଚଳିତ ସିଜିନ୍‌ର ପ୍ରଥମ ଏପିସୋଡରେ ଅଭିନେତା ଅମିର ଖାନ ହଟ ସିଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିଥିବାର ନଜର ଆସିଛନ୍ତି। ଅମିର ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଢାର ପ୍ରମୋଶନ ପାଇଁ କୌନ ବନେଗା କରୋଡପତିର ପ୍ରିମିୟରରେ ପହଞ୍ଚିଥିଲେ। ତାହା ସହ ବକ୍ସିଂ ଖେଳାଳି ମେରି କମ, କାରଗିଲ୍‌ ଯୁଦ୍ଧର ଭେଟେରାନ ମେଜର ଡି.ପି ସିଂ, ଫୁଟ୍‌ ବଲ୍‌ ଖେଳାଳି ସୁନୀଲ ଛେତ୍ରୀ ଏବଂ ସେନା ପଦକ ପାଇଥିବା ପ୍ରଥମ ମହିଳା ଅଧିକାରୀ କର୍ନେଲ ମିତାଲି ମଧୁମିତା ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କୌନ ବନେଗା କରୋଡପତି ଶୋ’ର ନିର୍ମାତାମାନେ ୭୫ତମ ସ୍ବାଧୀନତା ଦିବସ ଅବସରରେ ପ୍ରଥମ ଏପିସୋଡକୁ ଉତ୍ସର୍ଗ କରିଥିଲେ। ମିତାଲି ଏବଂ ଡି.ପି ସିଂଙ୍କ ସହ ଅମିର ହଟ ସିଟରେ ବସିଥିଲେ। ଏହି ତିନିଜଣ ମିଳିତ ଭାବେ ୫୦ ଲକ୍ଷ ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ୫୦ ଲକ୍ଷ ପ୍ରଶ୍ନ ଆଦୌ ସହଜ ନ ଥିଲା। ଏହି ପ୍ରଶ୍ନ ଭାରତୀୟ ରାଜନୀତିର ଇତିହାସ ସହିତ ଜଡିତ ଥିଲା, ଯାହା ଅତ୍ୟନ୍ତ ମଜାଳିଆ ଥିଲା
ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଯୋଡି ମଧ୍ୟରୁ କେଉଁ ଯୋଡିଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି?
ଏସ୍‌ ରାଧାକ୍ରିଷ୍ଣନ – ଭି ଭି ଗିରି
ଭିଭି ଗିରି – ଜାହିର ହୁସେନ
ଜାକିର ହୁସେନ – ପ୍ରତିଭା ପାଟିଲ
ରାଜେନ୍ଦ୍ର ପ୍ରସାଦ- ଏସ ରାଧାକୃଷ୍ଣନ
ହଟ ସିଟରେ ବସିଥିବା ଭେଟେରାନମାନେ ଏହି ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲେ। ଅମିର ଲାଇଫ ଲାଇନ ବ୍ୟବହାର କରି ସଠିକ ଉତ୍ତର ଦେଇଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାସହ ୫୦ ଲକ୍ଷ ଟଙ୍କା ଜିତି ଏହାକୁ ଆର୍ମି ସେଣ୍ଟ୍ରାଲ ୱେଲଫେୟାରକୁ ଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri