Posted inଖେଳ

ଆର୍‌ସିବିକୁ ହରାଇଲା ମୁମ୍ବାଇ

ମୁମ୍ବାଇ,୨୨ା୩(ପି.ଟି.): ଆମେଲିଆ କେର୍‌ଙ୍କ ଘାତକ ବୋଲିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ହରାଇ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଜିତି ୮ମ୍ୟାଚରୁ ୬ ବିଜୟ ସହିତ ୧୨ ପଏଣ୍ଟ ହାସଲ କରିଛି ମୁମ୍ବାଇ। ଆମେଲିଆ କେରଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩/୨୨ ଓ ୩୧ *ରନ୍‌) ବଳରେ ମୁମ୍ବାଇ ୪ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ୧୬.୩ ଓଭରରେ ଆବଶ୍ୟକ ରନ୍‌ କରି ନେଇଥିଲା ମୁମ୍ବାଇ। ଆରସିବି ପକ୍ଷରୁ ଏଲିସ୍‌ ପେରୀ ଓ ରିଚା ଘୋଷ ପ୍ରତ୍ୟେକ ୨୯ ରନ୍‌ ଲେଖାଏ ସଂଗ୍ରହ କରିଥିଲେ। ଅଧିନାୟିକା ସ୍ମୃତି ମନ୍ଧାନା ୨୪ ରନ୍‌ କରିଥିଲେ। ଆମେଲିଆ କେର୍‌ ୩ ଉଇକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ। ସ୍ମୃତି ମାନ୍ଧନା(୨୪), ହିଥର ନାଇଟ୍‌(୧୨) ଓ କନିକା ଆହୁଜା(୧୨)ଙ୍କୁ ଆଉଟ କରିଥିବା ବେଳେ ସୋଫି ଡିଭାଇନଙ୍କୁ ରନ୍‌ ଆଉଟ କରିଥିଲେ କେର୍‌। ନାଟାଲି ସ୍କିଭର ଓ ଇସି ଓଙ୍ଗ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୨୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ପକ୍ଷରୁ ଦୁଇ ଓପନର ୟାସ୍ତିକା ଭାଟିଆ (୩୦) ଓ ହିଲି ମାଥ୍ୟୁସ୍‌(୨୪) ପ୍ରଥମ ଉଇକେଟରେ ୫୩ ରନ୍‌ ଯୋଡିଥିଲେ। ପରବର୍ତ୍ତୀ ୨୦ ରନ୍‌ ମଧ୍ୟରେ ଦଳ ୪ ଉଇକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଅପରାଜିତ ୩୧ ରନ୍‌ର ଇନିଂସ ଖେଳିଥିଲେ ଆମେଲିଆ। ଆରସିବି ପକ୍ଷରୁ କନିକା ଆହୁଜା ୨ ଉଇକେଟ ନେଇଥିବା ବେଳେ ମେଗାନ୍‌ ଶୁଟ୍‌, ଶ୍ରେୟାଙ୍କା ପାଟିଲ, ଏଲିସ୍‌ ପେରୀ ଓ ଆଶା ଶୋଭନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆମେଲିଆ କେରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଆରସିବି ୨୦ ଓଭରରେ ୧୨୫/୯(ଏଲିସ ପେରୀ-୨୯, ରିଚା ଘୋଷ-୨୯, ସ୍ମୃତି ମନ୍ଧାନା-୨୪, ଆମେଲିଆ କେର୍‌-୩/୨୨, ନାଟାଲି ସ୍କିଭର ବ୍ରଣ୍ଟ-୨/୨୪, ଇସି ଓଙ୍ଗ-୨/୨୬)। ମୁମ୍ବାଇ ଇଣ୍ଡିଆନ୍ସ ୧୬.୩ ଓଭରରେ ୧୨୯/୬ (ଆମେଲିଆ କେର୍‌-୩୧*, ୟାସ୍ତିକା ଭାଟିଆ-୩୦, ହିଲି ମାଥ୍ୟୁସ୍‌-୨୪, କନିକା ଆହୁଜା-୨/୫, ମେଗାନ୍‌ ଶୁଟ୍‌-୧/୧୯, ଶ୍ରେୟଙ୍କା ପାଟିଲ୍‌-୧/୨୬)।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?