Posted inଖେଳ

ଜେରାଲ୍ଡଙ୍କ ଉପରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ନିଲାମୀରେ କିଣାଗଲା ୮ ଖେଳାଳି, ଜାଣନ୍ତୁ ଦଳରେ କିଏ କିଏ ସାମିଲ

ଦୁବାଇ,୨୦।୧୨: ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍‌ ୨୦୨୪ ପାଇଁ ହୋଇଥିବା ନିଲାମରେ ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏଟଜିଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣିଛି। ଏମଆଇ ୫ କୋଟି ଟଙ୍କା ଦେଇ ସେମାନଙ୍କ ଦଳରେ ସାମିଲ କରିଛି। କୋଏଟଜିଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ଏହା ବ୍ୟତୀତ ମୁମ୍ବାଇ ଦଳ ଶ୍ରୀଲଙ୍କାର ଦିଲଶାନ ମଦୁଶଙ୍କାଙ୍କୁ ୪.୬୦ କୋଟିରେ କିଣିଛି। ନିକଟରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଦୁଶଙ୍କା ତୃତୀୟ ସର୍ବାଧିକ ଉଇକେଟ୍‌ ନେଇଥିଲେ।

ସେହିପରି ଶ୍ରୀଲଙ୍କାର ବୋଲର ନୁୱାନ ତୁଷାରାଙ୍କୁ ୪.୮୦ କୋଟି ଟଙ୍କାରେ କିଣିଛି। ତୁଷାରାଙ୍କ ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ମୁମ୍ବାଇ ନିଲାମରେ ସମୁଦାୟ ୮ଖେଳାଳି କିଣିଛି। ଯେଉଁଥିରେ ଚାରିଜଣ ଖେଳାଳି ସାମିଲ ହୋଇଛନ୍ତି, ଯେଉଁମାନେ କେବଳ ୨୦ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଛନ୍ତି। ନିଲାମ ପୂର୍ବରୁ ମୁମ୍ବାଇ ଅନେକ ତାରକା ଖେଳାଳିଙ୍କୁ ମୁକ୍ତ କରିଥିଲା। ତଥାପି, ଦଳ ଅନେକ ଖେଳାଳିଙ୍କୁ ରଖିଥିଲା ଯେଉଁମାନେ ଦୀର୍ଘ ସମୟ ଧରି ଦଳର ଅଂଶବିଶେଷ ଥିଲେ। ନିଲାମ ପୂର୍ବରୁ ମୁମ୍ବାଇରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦେଇଛି। ତେବେ ଆସନ୍ତୁ ଜାଣିବା ଆଇପିଏଲ ୨୦୨୪ ପାଇଁ ମୁମ୍ବାଇର ପୂରା ଦଳ…

୨୦୨୪ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ୮ ଖେଳାଳି- ଜେରାଲ୍ଡ କୋଏଟଜି (୫ କୋଟି), ଦିଲଶାନ ମଦୁଶଙ୍କା (୪.୬୦ କୋଟି), ଶ୍ରେୟସ ଗୋପାଳ (୨୦ ଲକ୍ଷ), ନମନ ଧୀର (୨୦ ଲକ୍ଷ), ଅଂଶୁଲ କମ୍ବୋଜ (୨୦ ଲକ୍ଷ), ନୁୱାନ ତୁଷାରା (୪.୮୦ କୋଟି), ମହମ୍ମଦ ନବୀ (୧.୫୦ କୋଟି), ଶିବାଲିକ ଶର୍ମା (୨୦ ଲକ୍ଷ)।

ମୁମ୍ବାଇ ଇଣ୍ଡିଆନ୍ସର ୧୭ଜଣ ଖେଳାଳି – ରୋମାରିଓ ଶେଫର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜେସନ ବେହରେଣ୍ଡର୍ଫ, ଆକାଶ ମାଧୱାଲ, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ ସିଂ, ଜସପ୍ରୀତ ବୁମ୍ରା, ନେହଲ ୱାଡେରା, ଶାମ୍ସ ମୁଲାନି, ଅର୍ଜୁନ ତେନ୍ଦୁଲକର, ବିଷ୍ଣୁ ବିନୋଦ , ଟିମ ଡେଭିଡ, ତିଲକ ବର୍ମା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଡିୱାଲ୍ଡ ବ୍ରେଭିସ, ରୋହିତ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?