Posted inଖେଳ

ମୁମ୍ବାଇକୁ ସହଜ ବିଜୟ ଦେଲେ ଡି’ କକ୍‌

ନୂଆଦିଲ୍ଲୀ,୨୯।୪ : କୁଇଣ୍ଟନ ଡି’ କକ୍‌ଙ୍କ ଅପରାଜିତ ୭୦ ରନ୍‌ର ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ଏହା ୩ୟ ବିଜୟ। ଦଳ ଏବେ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ପୂର୍ବ ଭଳି ଚତୁର୍ଥ ସ୍ଥାନରେ ରହିଛି।

ପ୍ରଥମ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଆରମ୍ଭ ଦେଇଥିଲେ ଜୋସ ବଟଲର (୪୧) ଓ ଜଶସ୍ବୀ ଜୈଶ୍ୱାଲ(୩୨)ଙ୍କ ଓପନିଂ ଯୋଡ଼ି। ଦୁହେଁ ୭.୩ ଓଭରରେ ୬୬ ରନ୍‌ ଯୋଡ଼ିଥିଲେ। ତା’ ପରେ ବିସ୍ଫୋରକ ୪୨ ରନ୍‌ର ଇନିଂସ ଖେଳିଥିଲେ ଅଧିନାୟକ ସଞ୍ଜୁ ସାମସନ। କିନ୍ତୁ ଶିବମ ଦୁବେ ଅନ୍ତ୍ୟନ୍ତ ଧିମା ବ୍ୟାଟିଂ କରି ୩୧ ବଲରେ ମାତ୍ର ୩୫ ରନ୍‌ କରିଥିଲେ। ଅବଶ୍ୟ ତାଙ୍କ ଛୋଟିଆ ଇନିଂସରେ ସାମିଲ ଥିଲା ୨ ଲେଖାଏ ଚୌକା ଓ ଛକା। ଫଳରେ ରାଜସ୍ଥାନ ୪ ଉଇକେଟ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୯ ବଲ ପୂର୍ବରୁ ୩ ଉଇକେଟ ହରାଇ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ମୁମ୍ବାଇ। ଦଳ ପାଇଁ ଡି’ କକ୍‌ ୭୦* (୬ ଚୌକା ଓ ୨ ଛକା) ଓ କ୍ରୁନାଲ ପାଣ୍ଡ୍ୟା ୩୯ ( ୨ ଲେଖାଏ ଚୌକା ଓ ଛକା) ରନ୍‌ କରିଥିଲେ। ରାଜସ୍ଥାନ ପକ୍ଷରୁ କ୍ରିସ ମୋରିସ ହାତେଇଥିଲେ ୨ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ କ୍ୟାପଟେନଶିପ୍‌ର ଜବାବ ନାହିଁ

ମୁମ୍ବାଇ,୨୦।୪ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱଶୈଳୀର ଜବାବ ନାହିଁ। ମୁମ୍ବାଇ ପିଚ୍‌ ଓ ପ୍ରଥମ ବ୍ୟାଟିଂ ଆଉ ତା’ ପରେ ମ୍ୟାଚ୍‌ ଜିତିବା ବେଶ୍‌...

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

୬୪ ବଲ୍‌ରୁ ୧୨୪ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଲେ ଏହି ବ୍ୟାଟ୍ସମ୍ୟାନ୍‌: ମ୍ୟାଚ୍‌ ପରେ ଖୁସିରେ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ଶେୟାର କରିଛି। ଦିଲ୍ଲୀର ଅରୁଣ...

ଭାରତୀୟ ଦଳକୁ ଏହି ଖେଳାଳି ଫେରିଲେ ଭିନ୍ନ କାହାଣୀ ରଚାଯିବ: ରଣବୀର ସିଂହ

ନୂଆଦିଲ୍ଲୀ,୧୮।୩: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ୨-୧...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ...

୧୦୦ ଟେଷ୍ଟ ଖେଳିବା ସତ୍ତ୍ୱେ ଏଭଳି ହେବା ଠିକ୍‌ ନୁହେଁ; କ୍ରିକେଟରଙ୍କୁ ନେଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଥିଲା। ଅଧିନାୟକ ବିରାଟ କୋହଲି ଆହତ...

ଡୋପିଂ: ଇଂଲଣ୍ଡ ଫୁଟ୍‌ବଲର ବାସନ୍ଦ

ଲଣ୍ଡନ,୮।୧୦(ଏପି): ଡୋପିଂ କାରଣରୁ ଇଂଲଣ୍ଡ ଫୁଟବଲ ଆସୋସିଏଶନ ତା’ର ଜଣେ ସେକେଣ୍ଡ ଡିଭିଜନ୍‌ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ବାର୍ନସଲି ଡିଫେଣ୍ଡର ବାମ୍ବୋ ଡିଆବିଙ୍କୁ ବାସନ୍ଦ...

ସିଙ୍ଗଲ୍ସ୍‌, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗ ଫାଇନାଲରେ...

Advertisement
Archives

Model This Week