Posted inଖେଳ

ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୪।୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୨ ରନ୍‌ କରିଛି ମୁମ୍ବାଇ । ଫଳରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଆଗରେ ୧୮୩ ରନ୍‌ର ବିଜୟ ଟାର୍ଗେଟ ରହିଛି ମୁମ୍ବାଇ।

ଦଳର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଭଲ ଷ୍ଟାଟ ଦେଇଥିଲେ। ହେଲେ ବଡ଼ ସ୍କୋର କରି ପାରି ନ ଥିଲେ । ରୋହିତ ୧୧ ରନ୍‌ କରିଥିବା ବେଳେ ଓ ଇଶାନ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ କାମେରନ ଗ୍ରୀନ୍‌ ଏବଂ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୩୮ ବଲ୍‌ରୁ ଦ୍ରୁତ ୬୬ ରନ୍‌ ସଂଗ୍ରହ କରି ଇନିଂସ ସମ୍ଭାଳି ନେଇଥିଲେ। ନଭିନ ୧୧ତମ ଓଭରରେ ଦୁଇ ସେଟ୍‌ ବ୍ୟାଟର ସୂର୍ଯ୍ୟକୁମାର ଓ ଗ୍ରୀନ୍‌ଙ୍କୁ ଆଉଟ କରି ମୁମ୍ବାଇକୁ ଡବଲ୍‌ ଝଟ୍‌କା ଦେଇଥିଲେ।

ସୂର୍ଯ୍ୟକୁମାର ୨୦ ବଲ୍‌ରୁ ୩୩ (୨ ଚୌକା, ୨ ଛକା) ଓ ଗ୍ରୀନ୍‌ ୨୩ ବଲ୍‌ରୁ ସର୍ବାଧିକ ୪୧ (୬ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ଟିମ୍‌ ଡାଭିଡ ମାତ୍ର ୧୩ ରନରେ ଆଉଟ ହେବାରୁ ମୁମ୍ବାଇ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟଭାବେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ନେହାଲ ଓ୍ବାଧେରାଙ୍କୁ ଖେଳାଇଥିଲା। ଓ୍ବାଧେରା ୧୨ ବଲ୍‌ରୁ ୨୩ (୨ ଚୌକା, ୨ ଛକା) ରନ କରି ଶେଷ ବଲ୍‌ରେ ଆଉଟ ହୋଇଥିଲେ। ତିଳକ ବର୍ମା ୨୨ ବଲ୍‌ରୁ ୨୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ନଭିନ-ଉଲ-ହକ୍‌ ପ୍ରଭାବୀ ବୋଲିଂ କରିଥିଲେ। ସେ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଯଶ ଠାକୁର ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri