Posted inଜାତୀୟ

‘ମୃତଦେହ ଫିଙ୍ଗିବା ପାଇଁ ମୁମ୍ବାଇରେ ନଦୀ ନାହିଁ’

ମୁମ୍ବାଇ, ୧୦।୬: ସରକାରୀ ସ୍ତରରେ ରିପୋର୍ଟ ହେଉଥିବା କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟାଠାରୁ ମହାରାଷ୍ଟ୍ରର ରାଜଧାନୀରେ ଢେର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବିରୋଧୀ ଭାଜାପା ପକ୍ଷରୁ ଏଭଳି ଅଭିଯୋଗ କରାଯାଇଥିଲା। ଏହାର ଉତ୍ତରରେ ବିରୋଧୀଙ୍କୁ ତାଚ୍ଛଲ୍ୟ କରି ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି, କୋଭିଡ୍‌ ଜନିତ ମୃତକଙ୍କ ସମ୍ପର୍କିତ ତଥ୍ୟ ଲୁଚା ଯାଉନାହିଁ। କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଫୋପାଡ଼ିବା ପାଇଁ ମୁମ୍ବାଇରେ ନଦୀ ନାହିଁ। କୋଭିଡ୍‌ କାରଣରୁ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟାକୁ ୩ଟି ସ୍ଥାନରେ ରେକର୍ଡ କରାଯାଉଛି। ଏଣୁ ତଥ୍ୟ ଲୁଚାଇ ହେବ ନାହିଁ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ମହାରାଷ୍ଟ୍ର ସରକାରଙ୍କୁ ବିରୋଧୀ ଭାଜପା ସମାଲୋଚନା କରି ଆସୁଛି। ଦ୍ୱିତୀୟ ଲହରରେ ମୁମ୍ବାଇର କୋଭିଡ୍‌ ପରିଚାଳନା ଉଦାହରଣ ସୃଷ୍ଟି କରିଛି। ଗତ ମାସରେ ଅକ୍ସିଜେନ ଅଭାବର ଶୁଣାଣିବେଳେ ସୁପ୍ରିମକୋର୍ଟ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲ କର୍ପୋରେଶନକୁ ପ୍ରଶଂସା କରିଥିଲେ। ଉଲ୍ଲେଖଥାଉ କି, ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ କୋଭିଡ୍‌ ଜନିତ ହଜାର ହଜାର ମୃତକଙ୍କ ମୃତଦେହକୁ ନଦୀ ଭସାଇ ଦିଆଯିବା ସହ କୂଳରେ ପୋତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି

ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ...

ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବେ ପର୍ଯ୍ୟନ୍ତ ହୋଇଥିବା ମତଗଣନାରେ ବହୁମତରେ ଆଗରେ ରହିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ...

ପାକିସ୍ତାନ ମାନବାଧିକାରର ଉଲ୍ଲଂଘନ କରିଛି: ବିଏସ୍‌ଏଫ୍‌

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏହାଦ୍ୱାରା ମାନବାଧିକାରର ମଧ୍ୟ ଉଲ୍ଲଂଘନ ହେଉଛି ବୋଲ ବିଏସ୍‌ଏଫ୍‌ ପକ୍ଷରୁ ରବିବହାର କୁହାଯାଇଛି।...

ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି।...

କରୋନା ମଧ୍ୟରେ ହଜ୍‌ ଯାତ୍ରାକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ବିଗିଡ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରୁଛି। ପ୍ରତିଦିନ କରୋନା ସଂକ୍ରମଣ...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

୯ କୋଟି ଟଙ୍କାରେ ବିକ୍ରି ହେଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌

ନୂଆଦିଲ୍ଲୀ, ୨୯।୫: ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌ ୧୩ଲକ୍ଷ ଡଲାର(ପାଖାପାଖି ୯ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଅନଲାଇନ୍‌ ନିଲାମରେ ଏହା ବିକ୍ରି କରାଯାଇଛି ବୋଲି...

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର...

Advertisement


Archives

Model This Week

Why Dharitri