Posted inଜାତୀୟ

ଶିବସେନା, ଭାଜପା ସହ ଗଠବନ୍ଧନକୁ ନେଇ ବଡ଼ ସୂଚନା ଦେଲେ ଅଜିତ ପାଓ୍ବାର, କହିଲେ ମୁଁ ଏହି ପ୍ରସଙ୍ଗରେ କଦାପି…

ମୁମ୍ବାଇ,୬।୯: ଚଳିତ ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତିନି-ତିନି ଦଳର ଗଠବନ୍ଧନ ମଧ୍ୟରେ ଟକ୍କର ଚାଲିଛି। ଅଜିତ ପାୱାରଙ୍କ ଏନସିପି, ଶିନ୍ଦେ ଦଳର ଶିବସେନା ଏବଂ ଭାଜପା ସହିତ ମିଶି ମଇଦାନରେ ଅଛି। ଉଭୟ ଶିନ୍ଦେ ଗୋଷ୍ଠୀ ଏବଂ ଭାଜପା ହିନ୍ଦୁତ୍ୱ ରାଜନୀତି କରୁଛନ୍ତି। ଅଜିତ ଆଣ୍ଡ କମ୍ପାନୀ ସେହି ଗୋଷ୍ଠୀଠାରୁ ଅଲଗା ହୋଇଯାଇଛି। ଯାହାର ମୁଖ୍ୟ ବିଚାରାଧାରା ନିରପେକ୍ଷ ଅଟେ। ଅଜିତ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ମୂଳ ବିଚାରାଧାରା ସହ ଆପୋଷ ବୁଝାମଣା କରିବେ ନାହିଁ।

ବର୍ଷ ଶେଷରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ହେଉଛି ଲୋକ ସଭା ନିର୍ବାଚନରେ ତାଙ୍କ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଏକ ସାକ୍ଷାତକାରରେ ଅଜିତ ପାୱାର ଜୋର ଦେଇ କହିଛନ୍ତି ଯେ ତାଙ୍କ ଦଳ ମିଳିତ ମଞ୍ଚ ଅଧୀନରେ ୬୦ରୁ ଅଧିକ ଆସନରେ ନିର୍ବାଚନ ଲଢିବ। ଲୋକ ସଭା ନିର୍ବାଚନରେ ଅଜିତଙ୍କ ଏନସିପିକୁ କେବଳ ଗୋଟିଏ ଆସନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା କାଣ୍ଡ: ‘ମିଛ କହୁଛନ୍ତି ମମତା ବାନାର୍ଜୀ’, ଏମିତି କାହିଁକି କହିଲେ ପୀଡିତାଙ୍କ ମା’

କୋଲକାତା,୯।୯: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସମଗ୍ର ଦେଶରେ ଉତ୍ତେଜନା ରହିଛି। ଏହି ସମୟରେ ସୋମବାର ନବନ୍ନାରେ ଏକ ଖବରଦାତା ସମ୍ମିଳନୀରେ...

ଭାଜପା ସମ୍ପର୍କରେ କଂଗ୍ରେସର ଏତିକି ବିଧାୟକ: ହିମନ୍ତ ବିଶ୍ୱ ଶର୍ମାଙ୍କ ବିସ୍ଫୋରକ ବୟାନ

ରାଞ୍ଚି,୯।୯: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବୟାନ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ମା’ ଘରେ ନ ଥିବା ସୁଯୋଗ ନେଇ…

ହାଇଦ୍ରାବାଦ,୯।୯: ତେଲଙ୍ଗାନାର ସିଦ୍ଧିପେଟ ଜିଲାର ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଯେତେବେଳେ...

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଭାଜପା କାର୍ଯ୍ୟାଳୟ ଆକ୍ରମଣ ଯୋଜନା କରିଥିଲା ISIS: ଚାଞ୍ଚଲ୍ୟକର ଖୁଲାସା କଲା ଏନ୍‌ଆଇଏ

ନୂଆଦିଲ୍ଳୀ,୯।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଆଇପିସି, ୟୁଏ(ପି)...

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୯: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ...

କୋଲକାତା ବଳାତ୍କାର ପୀଡିତାଙ୍କ ପରିବାରକୁ ଏମିତି ଚ୍ୟାଲେଞ୍ଜ ଦେଲେ ମମତା ବାନାର୍ଜୀ

କୋଲକାତା, ୯।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ପ୍ରକାଶ ପାଇଛି। କେବେ ଏବଂ କେଉଁଠାରେ ଟଙ୍କା...

ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ,୯।୯: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ...

ଅଟଳ ବିହାରୀ ବାଜପେୟୀଙ୍କ ଅପେକ୍ଷା ମୋଦିଙ୍କ ଉପରେ ଲୋକଙ୍କ ରହିଛି ଅଧିକ ବିଶ୍ୱାସ:କହୁ କହୁ କହିଦେଲେ ଭାଜପା ନେତା

ଶ୍ରୀନଗର,୯।୯: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ଏମ୍‌ପି ଅନୁରାଗ ଠାକୁର କହିଛନ୍ତି, ଅଟଳ ବିହାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri