ମୁକ୍ତା ଯୋଜନା: ଜଳ ଅମଳ ପ୍ରକଳ୍ପ ନାଁରେ ଦୁର୍ନୀତି

ପଟ୍ଟାମୁଣ୍ଡାଇ,୨୦ା୧୨(ସ୍ବ.ପ୍ର.):ମହାମାରୀ କରୋନା ସମୟରେ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରବାହୁଡ଼ା ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଇଥିଲେ। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ କାମ ଦିଆଯାଇଥିଲା। ଏସ୍‌ଏଚ୍‌ଜିକୁ ସାମ୍ନାରେ ରଖି ଠିକାଦାର ମୁକ୍ତା ଯୋଜନାରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ତିଆରି କଲେ। ଯୋଜନା ଆଳରେ ଗରିବ ଗୁରୁବାଙ୍କୁ କାମ ଯୋଗାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ହେଲେ ଏହି ଯୋଜନା ଅଧିକାରୀଙ୍କ ପକେଟ ଗରମ କଲା। ଆଉ ଏହି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷରେ ବଦନାମ କରିବାକୁ ଏକ ବଡ଼ ଷଡ଼ଯନ୍ତ୍ର ଚାଲିଲା। କାରଣ ସବୁ ବର୍ଷା ଜଳ ଅମଳ ପ୍ରକଳ୍ପ ବୋର୍ଡରେ ବଡ଼ ବଡ଼ କରି ଲେଖାଯାଇଛି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା। ହେଲେ ସବୁ ଜଳ ଅମଳ ପ୍ରକଳ୍ପରେ କେମିତି ହରିଲୁଟ୍‌ ହେଇଛି ତାହା ଜଳ ଜଳ ହୋଇ ବାରି ହୋଇ ପଡୁଛନ୍ତି। ପଟ୍ଟାମୁଣ୍ଡାଇର ପୌରପାଳିକାର ଚିତ୍ର ଦେଖିଲେ ଯେ କେହି ବି କହିବ ଏହା ଜଳ ଅମଳ ପ୍ରକଳ୍ପ ନୁହେଁ ବରଂ ଅଧିକାରୀଙ୍କ ଟଙ୍କା ଅମଳ ପ୍ରକଳ୍ପ।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ସହରରେ ୨୦୨୦ ମାର୍ଚ୍ଚଠାରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ୨୮୫ ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ୩ ଟଙ୍କା ଖର୍ଚ୍ଚ ହୋଇଛି। ଏହାର କାର୍ଯ୍ୟାଦେଶ ବିଭିନ୍ନ ଏସ୍‌ଏଚ୍‌ଜି ନଁାରେ ଦିଆଯାଇ କାର୍ଯ୍ୟ ହୋଇଛି। ତେବେ ସେହି ଜଳ ଅମଳ ପ୍ରକଳ୍ପଗୁଡ଼ିକର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ। କେବଳ ଫଳକ ଦେବାଲ ଅଛି, ଲେଖା ଲିଭିଗଲାଣି, ଜଳ ଅମଳ ପ୍ରକଳ୍ପଗୁଡ଼ିକ ପଡ଼ି ରହିଛି। କାରଣ ଏସ୍‌ଏଚ୍‌ଜିଙ୍କ ନାମରେ ଠିକାଦାରମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ଟଙ୍କା ବିଭାଗୀୟ ଅଧିକାରୀଙ୍କ ସହ ମିଶି ଲୁଟ୍‌ କରିଥିବା କୁହାଯାଇଛି। ୨୦୧୮ ସେପ୍ଟେମ୍ବରରୁ ପୌର ପରିଷଦ ଭାଙ୍ଗିଯାଇଥିବାରୁ ୱାର୍ଡରେ କାଉନସିଲର ନ ଥିଲେ। ଫଳରେ ବିଭାଗୀୟ ଅଧିକାରୀମାନେ ଅତି ତରବରିଆ ଭାବେ ମନଇଚ୍ଛା ଯେଉଁଠି ପାରିଲେ ସେଇଠି ଏହି ପ୍ରକଳ୍ପକୁ ନିମ୍ନମାନର କାମକରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି କୁହାଯାଇଛି। ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପୂର୍ବରୁ ୨୦ରୁ ୩୦ ଫୁଟ ଗଭୀରରେ ପାଣି ମିଳୁଥିବା ସ୍ଥାନରେ ଏବେ ୬୦ ଫୁଟ ଖୋଳିବାକୁ ପଡୁଛି। ଆଗାମୀ ଦିନରେ ଏହା ସହର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ତେବେ ମୁକ୍ତା ଯୋଜନାରେ ସହରର କାନ୍ଥରେ ରଙ୍ଗ ଦେବା ବା ଚିତ୍ରକଳା କରିବା, ମିନି ପାର୍କ ନିର୍ମାଣ କରିବା, ମିଶନ ଶକ୍ତି ଗୃହ ନିର୍ମାଣ କରିବା, ବର୍ଷାଜଳ ସଂରକ୍ଷଣ କରିବା, ବିଭିନ୍ନ ସ୍ଥାନରେ ପରିସ୍ରାଗାର କରିବା, ବଡ଼ ପୋଖରୀ ନିର୍ମାଣ ସହ ପାର୍କର ବ୍ୟବସ୍ଥା କରିବା, ଜିମ୍‌ କରିବା ଭଳି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର କୌଣସି ଫାଇଦା ଲୋକେ ପାଇପାରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଜାଗାରେ ବର୍ଷା ଜଳ ସଂରକ୍ଷଣ ପାଇଁ ସୋକ୍‌ ପିଟ୍‌ ନିର୍ମାଣ କରାଯାଇଛି ସେଠାରେ ଆଗରୁ ଗାତ ଥିବା ବେଳେ ଏବେ ତାହା ମାଟିରେ ମିଶିଯାଇଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାକୁ ପୌର ଅଧିକାରୀ ଗୁରୁତ୍ୱ ଦେଉ ନ ଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ମୁକ୍ତା ଯୋଜନା କାର୍ଯ୍ୟକ୍ଷମ ଅଛି। ଯାହା ଖରାପ ହେଉଛି ପୁଣି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?