Posted inଫୁରସତ

ମୁକେଶ ଅମ୍ବାନୀଙ୍କ ଦୁଇ ସମୁଦିଙ୍କ ମଧ୍ୟରୁ କିଏ ବେଶୀ ଧନୀ? ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ବ୍ୟାପିଛି କାରବାର

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ସେ ନିଜ ଝିଅ ଇଶା ଏବଂ ପୁଅ ଆକାଶଙ୍କ ବିବାହ ଦୁଇ ବଡ଼ ବ୍ୟବସାୟୀଙ୍କ ପରିବାରରେ କରିଛନ୍ତି। ଆକାଶଙ୍କ ବିବାହ ଶ୍ଳୋକାଙ୍କ ସହ ହୋଇଛି। ଶ୍ଳୋକା ଅରୁଣ ମେହଟ୍ଟାଙ୍କ ଝିଅ। ସେହିଭଳି ଇଶାଙ୍କ ବିବାହ ପିରାମିଲ ଗ୍ରୁପ୍‌ର ପ୍ରତିଷ୍ଠାତା ଅଜୟ ପିରାମଲଙ୍କ ପୁଅ ଆନନ୍ଦଙ୍କ ସହ ହୋଇଛି।

ମେହଟ୍ଟା ଏବଂ ପିରାମଲ, ଉଭୟ ପରିବାରର କାରବାର ଦେଶ ତଥା ବିଦେଶରେ ମଧ୍ୟ ରହିଛି। ଈଶାଙ୍କ ଶ୍ୱଶୁର ଅଜୟଙ୍କ ମୋଟ ସମ୍ପତ୍ତିର ପରିମାଣ ୩ ବିଲିୟନ ଡଲାର ଅର୍ଥାତ ୨୨୧ ଲକ୍ଷ କୋଟି ଟଙ୍କା। ସେ ଭାରତର ୫୦ତମ ଧନୀବ୍ୟକ୍ତି। ତାଙ୍କ କମ୍ପାନୀ ପିରାମଲ ଏଣ୍ଟରପ୍ରାଇଜେସ୍‌ ଫାର୍ମା, ହେଲ୍ଥକେୟାର ଏବଂ ଫାଇନେନ୍ସିଆଲ ସର୍ଭିସ ସହ ଜଡ଼ିତ। ୩୦ ଦେଶରେ ଏହାର ଶାଖା ରହିଛି। ୧୯୭୭ରେ ୨୨ ବର୍ଷ ବୟସରେ ସେ କପଡ଼ା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ଫାର୍ମା ସେକ୍ଟରରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କମ୍ପାନୀର ବୋର୍ଡରେ ଈଶାଙ୍କ ସ୍ବାମୀ ଆନନ୍ଦ ମଧ୍ୟ ସାମିଲ ଅଛନ୍ତି।

ଅପରପକ୍ଷେ ଆକାଶଙ୍କ ଶ୍ୱଶୁର ରସୈଲ ମେହଟ୍ଟା ଜଣେ ହୀରା ବ୍ୟବସାୟୀ। ସେ ରୋଜି ବ୍ଲୁ ଇଣ୍ଡିଆ କମ୍ପାନୀର ଏମ୍‌ଡି। ଏହା ଦୁନିଆର ଶ୍ରେଷ୍ଠ ଗହଣା କମ୍ପାନୀ ମଧ୍ୟରୁ ଗୋଟିଏ। ଦେଶରେ ୨୫ରୁ ଅଧିକ ସହରରେ ଏହାର ଷ୍ଟୋର ରହିଛି। ବିଦେଶରେ ମଧ୍ୟ ଏହାର କାରବାର ରହିଛି। ତାଙ୍କର ମୋଟ ସମ୍ପତ୍ତି ୨୫୫ ମିଲିୟନ ଡଲାର(ପ୍ରାୟ ୧୭୦୦ କୋଟି ଟଙ୍କା) ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ଟୁଥ୍‌ବ୍ରଶ୍‌ ବ୍ରିଷ୍ଟଲରେ କାହିଁକି ଥାଏ ଦୁଇ ପ୍ରକାର ରଙ୍ଗ

ସାଧାରଣତଃ ଦନ୍ତ ଚିକିତ୍ସକମାନେ ଦାନ୍ତକୁ ସୁନ୍ଦର ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ଦିନକୁ ଦୁଇଥର ବ୍ରଶ କରିବା ଉଚିତ୍‌ ବୋଲି କହିଥାନ୍ତି। ଏହା ବ୍ୟତୀତ ପ୍ରତି...

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ...

ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…

ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି...

ସେନାରେ ରବି କିଶନଙ୍କ ଝିଅ ଈଶିତା

ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍‌...

ନାଟକ ମଣିଷ ସୁବୋଧ

ସେ ଜଣେ ସାଧାରଣ ମଣିଷ ମାତ୍ର ,ଅସାଧାରଣ ପ୍ରତିଭାର ଅଧିକାରୀ । ସର୍ବଦା ତାଙ୍କ ମନପ୍ରାଣରେ ନାଟ୍ୟଚେତନାର ସ୍ବର। ଏକାଧାରରେ ଜଣେ କବି, ଗୀତିକାର, ପ୍ରାବନ୍ଧିକ,...

ଏହି ଦେଶର ନାହିଁ କୌଣସି ଜାତୀୟ ଫୁଲ

ବିଶ୍ୱରେ ଅନେକ ଦେଶ ରହିଛି, ଯାହା କୌଣସି ନା କୌଣସି କାରଣକୁ ନେଇ ସ୍ବତନ୍ତ୍ର ଏବଂ ଅନନ୍ୟ। ସେହିପରି ଏକ ଦେଶ ହେଉଛି ପୂର୍ବ ଆଫ୍ରିକାରେ...

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି...

ଅପରିଚିତ ଲୋକଙ୍କୁ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦୁଇ ଝିଅ

ଆମେରିକାର ଇଲିନୋଇସ୍‌ରେ ଦୁଇ ଭଉଣୀ ମୃତ ପିତାଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅପରିଚିତ ଲୋକଙ୍କ କିଡନୀ ଦାନ କରି...

Advertisement
Archives

Model This Week