ଆଜିଠୁ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟମେଳା

ଭୁବନେଶ୍ୱର, ୫।୩(ବ୍ୟୁରୋ):ରାଜ୍ୟର ବାଣିଜ୍ୟ ଓ ରପ୍ତାନିକୁ ଆହୁରି ମଜଭୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା-୨୦୨୧ ଆରମ୍ଭ ହେବ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି କୌଣସି ବାହାର ଦେଶର ଅଂଶଗ୍ରହଣକାରୀଙ୍କୁ ପ୍ରବେଶ କରାଯାଇନାହିଁ। ଏଥିରେ ରାଜ୍ୟ ତଥା ଜାତୀୟସ୍ତରରୁ ବିଭିନ୍ନ ପିଏସ୍‌ୟୁ ଓ ଶିଳ୍ପୋଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ।
ଏବର୍ଷ ନୂଆ ଷ୍ଟାର୍ଟଅପ୍‌, ମହିଳା ଉଦ୍ୟୋଗୀ ଓ ମିଶନ ଶକ୍ତିକୁ ଅଗ୍ରାଧିକାର ଦିଆଯାଇଛି। ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକର ସ୍ବତନ୍ତ୍ର ଅବଦାନ ରହୁଥିବାରୁ ଏହାର ସଦସ୍ୟାମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମିଶନ୍‌ ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ମେଳାରେ ୫ଟି ହ୍ୟାଙ୍ଗର ନିର୍ମାଣ କରାଯାଇଥିବାବେଳେ ୬୦ଟି ଲେଖାଏ ଷ୍ଟଲ୍‌ ରହିଛି। ୪ଟି ହ୍ୟାଙ୍ଗର ଷ୍ଟାଟ୍‌ଅପ୍‌, ଫୁଡ୍‌ ପ୍ରୋସେସିଙ୍ଗ୍‌ ୟୁନିଟ୍‌, ମିଶନ୍‌ ଶକ୍ତି ଓ ପିଏସ୍‌ୟୁଙ୍କ ପାଇଁ ଥିବାବେଳେ ଅନ୍ୟଟି ସାଧାରଣ ଉଦ୍ଦେଶ୍ୟରେ ଉଦ୍ୟୋଗୀ ଏବଂ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ପାଇଁ ନିର୍ମାଣ କରାଯାଇଛି। ଏଥିରେ ଯନ୍ତ୍ରପାତି ଓ ନୂତନ ଟେକ୍ନୋଲୋଜିର ପ୍ରଦର୍ଶନ ପାଇଁ ଏକ ପ୍ଲାଟ୍‌ଫର୍ମର ବ୍ୟବସ୍ଥା କରାଯାଇଛି।
ସେହିପରି ପ୍ରତିଦିନ ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବ। ଓଡ଼ିଶାର ଆଗ୍ରୋ ଓ ଫୁଡ୍‌ ପ୍ରୋସେସିଙ୍ଗ୍‌ ୟୁନିଟ୍‌, ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟ୍‌ଅପ୍‌ ପାଇଁ ବଜାର ଏବଂ ଆର୍ଥତ୍କ ଆବଶ୍ୟକତାର ଗୁରୁତ୍ୱ, ମହିଳା ଉଦ୍ୟୋଗୀ, କ୍ଲଷ୍ଟର୍‌ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ। ସୂଚନାଯୋଗ୍ୟ, ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆୟୋଜିତ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

ରଜରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଜୁନ୍‌ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍‌ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି...

ଶହୀଦନଗରରେ ଜଳିଗଲା ଅଟୋ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଶହୀଦନଗର ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଟୋ ହଠାତ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଶର୍ଟସର୍କିଟ ଯୋଗୁ...

ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିଲେ ପୁରସ୍କାର: ଡାକ୍ତର, ଅନ୍ୟ କର୍ମଚାରୀଙ୍କୁ ମିଳିବ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ): ସ୍ବାସ୍ଥ୍ୟସେବାରେ ସ୍ବଚ୍ଛତା ଆଣିବାକୁ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ କିଛିଦିନ ତଳେ ସଚିବମାନେ ବିଭିନ୍ନ ଡାକ୍ତରଖାନା ଗସ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ସରକାରଙ୍କ...

ଗୋ ଚାଲାଣକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲାରେ ଆନ୍ତଃ ରାଜ୍ୟ ଗୋଚାଲାଣ ର଼୍ୟାକେଟ ସକ୍ରିୟ ରହିଛି। ଜିଲାରୁ ମାସକରେ ୧୦ରୁ ଊର୍ଦ୍ଧ୍ୱ ଦିନ ବେଆଇନ ଭାବେ କଂସେଇଖାନାକୁ ଗୋଚାଲାଣ...

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ...

ନବ ଦାସ ପ୍ରସଙ୍ଗ ବିରୋଧୀଙ୍କ ଅସ୍ତ୍ର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ...

ଭିଡ଼ କଲେ, ବୋହିନେଲେ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ...

Advertisement
Archives

Model This Week