ନୂଆଦିଲ୍ଲୀ,୨।୨: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବାର ୫ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏପରି କୌଣସି ଦିନ ନାହିଁ ଯେଉଁଦିନ ସେ ଖବରରେ ନ ଥାଆନ୍ତି। ଏବେ ସୋସିଆଲ ମିଡିଆରେ ଏମଏସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ କଥା କହୁଥିବାର ଦେଖାଯାଉଛି। ଆସନ୍ତୁ ଜାଣିବା ମାହି କ’ଣ କହିଛନ୍ତି।
ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂହ ଧୋନି କୋଟି କୋଟି ଲୋକଙ୍କର ଆଦର୍ଶ। ତାଙ୍କର ସଫଳତା ଉପରେ ଏକ ସମ୍ପୂର୍ଣ୍ଣ ପୁସ୍ତକ ଲେଖାଯାଇପାରିବ। କିନ୍ତୁ ମାହି ଚାହାଁନ୍ତି ଯେ ତାଙ୍କୁ ତାଙ୍କ ସଫଳତା ପାଇଁ ନୁହେଁ ବରଂ ଜଣେ ଭଲ ମଣିଷ ଭାବରେ ମନେ ରଖାଯାଉ। ନିକଟରେ, ନମିତା ଥାପରଙ୍କ ସହ କଥାବାର୍ତ୍ତା ସମୟରେ ମାହି ଏହି ଇଚ୍ଛା ପ୍ରକାଶ କରିଥିଲେ।
ଏମଏସ ଧୋନି କହିଥିଲେ, ‘ମୁଁ ଚାହୁଁଛି ଜଣେ ଭଲ ମଣିଷ ଭାବେ ମୋର ପରିଚୟ ରହୁ, ଜଣେ ଫଲୋୟର୍ସ ଭାବେ ନୁହେଁ। କେତେ ଲୋକଙ୍କର ଅବୁ ଅଧିକ ଫଲୋୟର୍ସ ହେବା କାରଣରୁ ସେହି ବ୍ୟକ୍ତି ସବୁଠାରୁ ଖରାପ ଲୋକ ହୋଇପାରନ୍ତି।
ଏମଏସ ଧୋନି କେବଳ ଦେଶରେ ନୁହେଁ ବରଂ ବିଶ୍ୱର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ। ସେ ଏକମାତ୍ର ଅଧିନାୟକ ଯିଏ ତାଙ୍କ ଦଳ ପାଇଁ ଟି-୨୦ ବିଶ୍ୱକପ, ଏକ ଦିବସୀୟ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛନ୍ତି। ହଁ, ମାହି ତାଙ୍କ ଅଧିନାୟକତ୍ୱରେ ୩ଟି ICC ଟ୍ରଫି ଜିତିଥିଲେ। ମାହି ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, ସେବେଠାରୁ ତାଙ୍କୁ କେବଳ IPLରେ ଖେଳୁଥିବାର ଦେଖାଯାଉଛି।
"I want to be remembered as a good person and not for having so many followers. Some can be the worst person to have so many followers" ~ MS Dhoni 🗣️ pic.twitter.com/fVZkykdlkr
— Div🦁 (@div_yumm) February 1, 2025

