Posted inଖେଳ

ବିବାହ ବନ୍ଧନରେ ଧୋନୀଙ୍କ ଆଇପିଏଲ୍‌ ଧୁରନ୍ଧର, କଲେଜ ବନ୍ଧୁଙ୍କ ଧରିଲେ ହାତ

ମୁମ୍ବାଇ,୨୨।୧୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଚାମ୍ପିୟନ ବୋଲର୍‌ ତୁଷାର ଦେଶପାଣ୍ଡେ। ଆଇପିଏଲ୍‌ ୨୦୨୩ରେ ଚେନ୍ନାଇ ଟିମ୍‌ରୁ ସର୍ବାଧିକ ଉଇକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ ସେ। ଏବେ ସେ କଲେଜ ବନ୍ଧୁ ନଭା ଗଡ୍ଡମବାରଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହୋଇଛନ୍ତି। ନଭା ଜଣେ ଫ୍ୟାଶନ ଡିଜାଇନର ମଧ୍ୟ। କିଛି ଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ବିବାହ ପରେ ତୁଷାର ନିଜର ସୋସିଆଲ ଆକାଉଣ୍ଟରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିଛନ୍ତି।

ତୁଷାରଙ୍କ ବିବାହରେ ପରିବାରଲୋକଙ୍କ ବ୍ୟତିତ ବନ୍ଧୁମାନେ ଯୋଗ ଦେଇଥିଲେ। ଆଇପିଏଲ୍‌ରେ ଖେଳୁଥିବା ଷ୍ଟାର କ୍ରିକେଟର ପ୍ରଶାନ୍ତ ଶୋଲଙ୍କି, ଶିବମ ଦୁବେ, ଧବଲ କୁଲକର୍ଣ୍ଣି, ଭାବେନ ଠାକ୍କର ପ୍ରମୁଖ ନିଜ ନିଜର ସୋସିଆଲ ଆକାଉଣ୍ଟରେ ନୂଆ ଯୋଡ଼ିଙ୍କ ଫଟୋ ଶେୟାର କରିଛନ୍ତି।

ତୁଷାର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ। ୨୦୨୩ରେ ଦଳ ଟାଇଟଲ ହାତେଇଥିବା ବେଳେ ସେ ନିଜର ବୋଲିଂକୁ ନେଇ ପ୍ରଶଂସିତ ହୋଇଥିଲେ। ୧୬ ମ୍ୟାଚ୍‌ରେ ସେ ୨୧ ଉଇକେଟ ହାସଲ କରି ଟିମ୍‌ରୁ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି ହୋଇଥିଲେ। ଧୋନୀ ମଧ୍ୟ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri