ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୋହିତ ଶର୍ମା ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ସିଜନ୍‌ ଭଲ ସାବ୍ୟସ୍ତ ହେଉ ନାହିଁ। ଏଣୁ ଟୁର୍ନାମେଣ୍ଟରୁ ମୁମ୍ବାଇ ବାହାରିବା ନେଇ ଆଧିକାରିକ ଘୋଷଣା ହୋଇ ନ ଥିଲେ ହେଁ ଦଳ ବାହାରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଠିକ୍‌ ସେଭଳି ଅବସ୍ଥା ଚେନ୍ନାଇର ରହିଛି। ମୁମ୍ବାଇ ଏଯାବତ ୯ ମ୍ୟାଚ୍‌ ଖେଳି ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଚେନ୍ନାଇ ୧୦ରୁ ୩ ମୁକାବିଲା ଜିତିଛି। ଫଳରେ ଅଙ୍କ ତାଲିକାର ଶେଷ ସ୍ଥାନରେ ୨ ଅଙ୍କ ସହ ମୁମ୍ବାଇ ଏବଂ ୬ ପଏଣ୍ଟ ସହ ଚେନ୍ନାଇ ୯ମ ସ୍ଥାନରେ ରହିଛି। ରୋହିତ ଆଉ ୫ ମ୍ୟାଚ୍‌ ଖେଳିବାକୁ ଥିଲେ ହେଁ ଏହି ମ୍ୟାଚ୍‌କୁ ଜିତିଲେ ମଧ୍ୟ ପ୍ଲେଅଫ୍‌ ଖେଳିବା ସମ୍ଭବ ନୁହେଁ। ଧୋନୀ ଆଉ ୪ ମ୍ୟାଚ୍‌ ଖେଳିବାକୁ ଥିବା ଯୋଗୁ ଗୋଟିଏ ବି ମ୍ୟାଚ୍‌ରେ ହାରିଲେ ତାଙ୍କର ବି ଖେଳିବା ସମ୍ଭବ ହେବ ନାହିଁ। ଏଣୁ ଦଳର ଭାଗ୍ୟ ବାକି ଟିମ୍‌ର ଜିତ୍‌-ହାର୍‌, ନେଟ୍‌ ରନ୍‌ ରେଟ୍‌ ଏବଂ ପଏଣ୍ଟ ଉପରେ ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

ବିସିସିଆଇକୁ ନିଜ ମନ କଥା କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୧୨: ନିକଟରେ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମୀକ୍ଷା କରିବା ପାଇଁ ବିସିସିଆଇ ଅଧିକାରୀମାନେ ଏକ ବୈଠକ ଡାକିଥିଲେ। ଏଥିରେ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ...

ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିଲେ ଭାରତୀୟ ଦଳ

ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଡିସେମ୍ବର ୧୦ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ସହିତ ଏହି...

ଆଜିଠୁ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ପ୍ରତିଯୋଗିତା ବୁଧବାରଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri