Posted inଖେଳ

ଟୁର୍ନାମେଣ୍ଟ ଅଧାରୁ ପଦ ଛାଡ଼ିଲେ ଜାଡେଜା, ପୁଣି ଚେନ୍ନାଇ ମଙ୍ଗ ସମ୍ଭାଳିବେ…

ମୁମ୍ବାଇ,୩୦।୪: ଟୁର୍ନାମେଣ୍ଟ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ରବିନ୍ଦ୍ର ଜାଡେଜା। ଫଳରେ ପୁଣି ଥରେ ଚେନ୍ନାଇର ଦାୟିତ୍ୱ ମହେନ୍ଦ୍ର ସିଂହ ଧୋନୀ ନେବେ। ଶନିବାର ଏନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି।

ସିଏସ୍‌କେ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଜାଡେଜା ନିଜର ଖେଳ ଉପରେ ଧ୍ୟାନ ଦେବା ଲାଗି ଧୋନୀଙ୍କୁ ଚେନ୍ନାଇର ମଙ୍ଗ ଧରିବା ଲାଗି ଅପିଲ କରିଛନ୍ତି। ଦଳର ହିତ ଲାଗି ଧୋନୀ ଏହାକୁ ସ୍ବୀକାର କରିଛନ୍ତି।

ତେବେ ଚଳିତ ସିଜନ ଆରମ୍ଭରୁ ଜାଡେଜାଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା। ହେଲେ ତାଙ୍କ ନେତୃତ୍ୱରେ ଦଳ ଲଗାତାର ଭାବେ ଖରାପ ପ୍ରଦର୍ଶନ କରିଆସୁଥିଲା। ଏଯାବତ ଖେଳାଯାଇଥିବା ୮ ମ୍ୟାଚ୍‌ରୁ କେବଳ ୨ଟିରେ ଦଳ ବିଜେତା ହୋଇଥିଲା। ଏବେ ଦଳ ଟୁର୍ନାମେଣ୍ଟରୁ ବାହାର ହେବା ସ୍ଥିତିରେ ପହଞ୍ଚିଥିବା ବେଳେ ପୁଣି ଧୋନୀଙ୍କୁ ନେତୃତ୍ୱ ଦେବା କି ପରିବର୍ତ୍ତନ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ପ୍ରଶଂସକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୪ରୁ

ନୂଆଦିଲ୍ଲୀ, ୧୦ା୧ (ପି.ଟି.)- ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ ୨୦୧୯-୨୦ର ଫାଇନାଲ ରାଉଣ୍ଡ ଆସନ୍ତା ୨୪ତାରିଖରୁ ବେଙ୍ଗାଲୁରୁଠାରେ ଖେଳାଯିବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ...

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, ସମୀର, ପ୍ରଣୟ ଆଉଟ୍‌ ବ୍ୟାଙ୍ଗକକ୍‌,୨୨।୧- କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ୍‌.ଏସ୍‌. ପ୍ରଣୟ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ...

ନଳୀନିକାନ୍ତ ସ୍ମାରକୀ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ: ଶ୍ରୁତି, ସ୍ବାଧୀନ ଚାମ୍ପିୟନ

ଭୁବନେଶ୍ୱର, ୨।୧୨(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ ଆନୁକୂଲ୍ୟରେ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ...

ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ

ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍‌ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍‌ ୩୫ ଦିନିକିଆ ମୁକାବିଲା...

ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ...

କୋହଲିଙ୍କ ପାଇଁ କାଳ

ଲିଡ୍ସ,୨୫।୮ : ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୁଣି ଥରେ ପାଇଁ କାଳ ପାଲଟିଛନ୍ତି...

ଲକ୍ଷ୍ନୌର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ,୧୭ା୫: ଆଇପିଏଲ୍‌ର ୬୩ ତମ ମ୍ୟାଚରେ କୃନାଲ ପାଣ୍ଡ୍ୟା(୪୯) ଓ ମାର୍କସ୍‌ ଷ୍ଟୋଇନିସଙ୍କ ୮୯ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୭୭ ରନ୍‌ ସ୍କୋର...

ସୁଦୀପ ଡୋପିଂ କଣ୍ଟ୍ରୋଲ ଅଫିସର ନିଯୁକ୍ତ

ଭୁବନେଶ୍ୱର, ୫ା୯ (ସ୍ପୋଟର୍‌ସ ବ୍ୟୁରୋ)-କିଟ୍‌ ୟୁନିଭର୍ସିଟି, କିମ୍ସ ପ୍ରଫେସର ସୁଦୀପ ଶତପଥୀ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-ଓ୍ବେଷ୍ଟ ୨୦୨୦ ପାଇଁ ମେଡିକାଲ ପ୍ରତିନିଧି ଦଳରେ ଡୋପିଂ କଣ୍ଟ୍ରୋଲ...

Advertisement
Archives

Model This Week