Posted inଜାତୀୟ

ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍‌ପି, ତାପରେ…

ନୂଆଦିଲ୍ଲୀ, ୨୬।୦୬: ନିଟ୍‌ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ କଂଗ୍ରେସ ଦଳର ରାଜ୍ୟସଭା ଏମ୍‌ପି ଫୁଲୋ ଦେବୀ ନେତାମ ଗୃହରେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ସଂସଦର ଆମ଼୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କୁ ଆର୍‌ଏମ୍‌ଏଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫୁଲୋ ଦେବୀ ନେତାମ ଅସୁସ୍ଥ ହୋଇପଡ଼ିବା ପରେ ବିପକ୍ଷ ଦଳ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଏମ୍‌ପି ପ୍ରମୋଦ ତିୱାରୀ ଏନେଇ କହିଛନ୍ତି ଯେ, ଏହି ସରକାରଙ୍କ ଭିତରେ ମନୁଷ୍ୟତା ଏବଂ ଶାଳୀନତା ନାହିଁ । ଆମର ଜଣେ ସହଯୋଗୀ ବେହୋଶ ହୋଇଗଲେ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆଗଲା । ଆମେ ତାଙ୍କୁ ସେଠାରେ ଭେଟିବାକୁ ଯାଉଛୁ ।


Enter your email to get our daily news in your inbox.

All Right Reserved By Dharitri.Com

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ଆଜି, ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୨୧।୬(ପି.ଟି.): ରବିବାର ଅନୁଷ୍ଠିତ ହେବାକୁ ଥିବା ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି-ୟୁଜି)କୁ ନିର୍ବିଘ୍ନ, ସୁରକ୍ଷିତ ଓ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଶନିବାର ଦେଶବ୍ୟାପୀ…

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ…

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri