ଇସ୍ତଫା ଦେଲେ ମମତା ମହନ୍ତ: କାହାକୁ ରାଜ୍ୟ ସଭା ପଠାଇବ ଭାଜପା, ଚର୍ଚ୍ଚାରେ…

ଭୁବନେଶ୍ୱର,୩୧।୭: ବିଜୁ ଜନତା ଦଳର ଏମପି ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା ଦେଇଛନ୍ତି। ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ମମତା ମହାନ୍ତ ଜଣା। ମମତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ସେ ଇସ୍ତଫା ଦେଇଛନ୍ତି। ଏଥିସହ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ଦେଇଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

କହିରଖୁଛୁ କି, ମମତାଙ୍କ କାର୍ଯ୍ୟକାଳ ସରିବାରୁ ଆଉ ୨୧ମାସ ରହିଥିଲା। ବର୍ତ୍ତମାନ ସେ ରାଜ୍ୟ ସଭାରୁ ଇସ୍ତଫା ଦେବା ଦ୍ୱାରା ବିଜେଡିର ଏମପି ସଂଖ୍ୟା ୮କୁ ଖସି ଆସିଛି। ତେବେ ତାଙ୍କ ବଦଳରେ ଏବେ ବିଜେଡି ନୁହେଁ ଭାଜପା ରାଜ୍ୟ ସଭାକୁ କାହାକୁ ପଠାଇବ ତା’ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ମନମୋହନ ସାମଲ, ଦିଲ୍ଲୀପ ରାୟ, ସମୀର ଦାଶଙ୍କୁ ରାଜ୍ୟ ସଭା ପଠାଯିବାର ଆଲୋଚନା ହେଉଛି।

ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ଗତ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ବିଜେଡିର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଦଳର ଜଣେ ପ୍ରଭାବଶାଳୀ ନେତା କୁଆଡ଼େ ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ତେଣୁ ତାଙ୍କ ଚାପରେ
ଭିତିରି ଷଡ଼ଯନ୍ତ୍ର ମମତା ଇସ୍ତଫା ଦେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସଭାରେ ଓଡ଼ିଶାର ୧୦ ଆସନ ମଧ୍ୟରୁ ବିଜେଡି ୯ ଏବଂ ଭାଜପାର ଜଣେ ସଦସ୍ୟ ରହିଥିଲେ। ମମତାଙ୍କ ଇସ୍ତଫା ପରେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ବିଜେଡିର ସଦସ୍ୟ ସଂଖ୍ୟା ୮କୁ ଖସିଆସିଛି। ଷଡ଼ଯନ୍ତ୍ର କରି ବିଜେଡିକୁ ରାଜ୍ୟ ସଭାରେ ଧୀରେ ଧୀରେ ଦୁର୍ବଳ କରିଦେବା ଉକ୍ତ ନେତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। କାରଣ ମମତାଙ୍କ ଆସନରେ ନିର୍ବାଚନ ହେଲେ ଓଡ଼ିଶା ବିଧାନସଭାରେ ଦଳୀୟ ସଂଖ୍ୟା ଦୃଷ୍ଟିରୁ ତାହା ଭାଜପା ହାତକୁ ଚାଲିଯିବ। ଗତ ଲୋକ ସଭା ନିର୍ବାଚନରେ ବିଜେଡି କୌଣସି ଆସନରେ ଜିତି ନ ପାରିବା ଦଳ ପାଇଁ ଝଟକା ଥିଲା। ଏବେ ରାଜ୍ୟ ସଭାରେ ଗୋଟିଏ ଆସନ ହରାଇବା ଦ୍ୱାରା ଦିଲ୍ଲୀରେ ବିଜେଡିର ଉପସ୍ଥିତି ହ୍ରାସ ପାଇବ।

୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ରାଜନୀତିର ଆରମ୍ଭରୁ ମମତା ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରି ୨୦୧୨ ମସିହାରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ପାଇଁ ତାଙ୍କର କୁଦୁମୀ ଆଦିବାସୀ ସମ୍ପ୍ରଦାୟର ଭୋଟ୍ ସଂଗ୍ରହର ମୂଳଭାର ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?