Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଖସିଗଲା ଗୋଡ଼

ଡେରାଡୁନ୍‌,୧୯।୪: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅବସରରେ ହଠାତ୍‌ ତାଙ୍କ ପାଦ ଖସିଯାଇଥିଲା। ଏହି ସମୟରେ ତାଙ୍କ ପଛରେ ଆସୁଥିବା ସୁରକ୍ଷା କର୍ମୀମାନେ ଧରି ପକାଇଥିଲେ। ଫଳରେ ସେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଥିଲେ। ଉତ୍ତରାଖଣ୍ଡ ଉଧମପୁରନଗରର କାଶୀପୁରସ୍ଥିତ ଏକ ହୋଟେଲ୍‌ରେ ଏହି ଘଟଣା ଘଟିଥିଲା।
ସୂଚନାଯୋଗ୍ୟ,କାଶୀପୁରରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସହ-ସମ୍ପାଦକ ଶିବ ପ୍ରକାଶଙ୍କ ଭଣଜାଙ୍କ ବିବାହ ଭୋଜି ଥିଲା। ଏଥିରେ ଯୋଗ ଦେବା ପାଇଁ ଦେଶର ଅନେକ ରାଜ୍ୟରୁ ଭାଜପାର ବଡ଼ ବଡ଼ ନେତା ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅତିଥିଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ସାମିଲ ଥିଲେ। ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବାବେଳେ ହଠାତ୍‌ ସିଡିରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ତୁରନ୍ତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇଥିଲେ।
ଏହି ବିବାହ ଭୋଜିରେ ଉତ୍ତରାଖଣ୍ଡ ମନ୍ତ୍ରୀ ପୁଷ୍କର ସିଂ ଧାମି, କେନ୍ଦ୍ର ମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ, କେନ୍ଦ୍ର କୃଷି ମନ୍ତନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି...

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ...

ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ମୁମ୍ବାଇ,୧୨।୪: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବାକୁ...

ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ

କୋଲକାତା,୩ା୬(ଆଇଏଏନ୍‌ଏସ୍‌): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ...

ସୋନ୍‌ ନଦୀର ସୁନା ଭଳି ଚକମକ କରୁଥିବା ବାଲି ଚୋରି, ଡ୍ରୋନ୍‌ ଦ୍ୱାରା ଭିଡ଼ିଓ ଶୁଟିଂ…

ଆରା, ୮।୨ : ବିହାରର ଆରା ଠାରେ ପୁଷ୍ପା ଚଳଚ୍ଚିତ୍ର ଭଳି ଏକ ନୂଆ କାହାଣୀ ଦେଖିବାକୁ ମିଳୁଛି । ଏଠାରେ ଲାଲ ଚନ୍ଦନ କାଠ...

ପିଏଜିଡି ୧୧୦, ଭାଜପା ୭୪

ଶ୍ରୀନଗର/ଜମ୍ମୁ, ୨୪।୧୨ (ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳରେ ଭୋଟ ଦେବା...

କାର ଉପରେ ଓଲଟିଲା ଡମ୍ପର, ୫ ମୃତ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଏବରେଲି ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଡମ୍ପର କାର ଉପରେ ଓଲଟି ପଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ...

ଆଜି ମୋଦିଙ୍କୁ ଭେଟିବେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୭: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ...

Advertisement
Archives

Model This Week