ଲୋକ ସଭାରେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ବିରୋଧ କରୁଛି କଂଗ୍ରେସ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୬: କେନ୍ଦ୍ରରେ ନୂଆ ସରକାର ଗଠନ ପରେ ସୋମବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ସରକାରଙ୍କ ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ବରିଷ୍ଠ ଏମ୍‌ପି ଭର୍ତ୍ତୃହରୀ ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ୧୮ତମ ଲୋକ ସଭାର ନବନିର୍ବଚିତ ସଦସ୍ୟମାନଙ୍କୁ ସେ ଶପଥ ଗ୍ରହଣ କରାଇବେ। ସମ୍ବିଧାନର ଅନୁଚ୍ଛେଦ ୯୫(୧) ଅନୁଯାୟୀ କାମଚଳା ବାଚସ୍ପତି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ତେବେ ଭର୍ତ୍ତୃହରୀଙ୍କର ସହାୟତା କଂଗ୍ରେସ ନେତା ସୁରେଶ କୋଡିକୁନ୍ନିଲ, ଡିଏମ୍‌କେ ନେତା ଥାଲିକୋଟ୍ଟଇ ରାଜୁଥେବର ବାଲୁ, ଭାଜପା ଏମ୍‌ପି ରାଧାମୋହନ ସିଂ, ଫଗ୍ଗନ କୁଲସ୍ତେ ଏବଂ ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖଙ୍କ ଏକ ପ୍ୟାନେଲ କରିବେ ବୋଲି କୁହାଯାଇଛି। ନୂଆ ବାଚସ୍ପତି ନିଯୁକ୍ତ ହେବା ଯାଏ ଏହା ପ୍ରଭାବୀ ରହିବ।

କଟକର ନବନିର୍ବାଚିତ ଏମ୍‌ପି ଭର୍ତ୍ତୃହରୀ ଲୋକ ସଭାରେ ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଜଣେ ହୋଇଥିଲେ ହେଁ କଂଗ୍ରେସ ତାଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି ଯେ ଭାଜପା ପକ୍ଷରୁ ସଂସଦୀୟ ମାନଦଣ୍ଡକୁ ନଷ୍ଟ କରିବା ଲାଗି ଆଉ ଏକ ପ୍ରୟାସ କରାଯାଇଛି। କାରଣ ଭର୍ତ୍ତୃହରୀଙ୍କୁ କୋଡିକୁନ୍ନିଲ ସୁରେଶଙ୍କ ସ୍ଥାନରେ କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି। ସୁରେଶ ଜଣେ ଏମ୍‌ପି ଭାବେ ୮ମ ଥର ପାଇଁ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ମାନଦଣ୍ଡ ଅନୁଯାୟୀ ବିଧିବଦ୍ଧ ଭାବେ ବାଚସ୍ପତି ନିଯୁକ୍ତ ହେବା ଯାଏ ସବୁଠାରୁ ବରିଷ୍ଠ ସଦସ୍ୟଙ୍କୁ ଗୃହର କାମଚଳା ବାଚସ୍ପତି କରାଯାଇଥାଏ। ଏହା ଆମ ଦଳ ପାଇଁ ଗର୍ବର କଥା ଯେ ସୁରେଶ ୮ଥର ଏମ୍‌ପି ହେବାର ଉପଲବ୍ଧି ହାସଲ କରିଛନ୍ତି। ସେହିଭଳି ଜୟରାମ ରମେଶ କହିଛନ୍ତି ଯେ ସୁରେଶଙ୍କୁ କାମଚଳା ବାଚସ୍ପତି ନିୟୋଜିତ କରାଯିବା ଉଚିତ ଥିଲା। କାରଣ ସେ ୮ଥରର ଏମ୍‌ପି, ମହତାବ ହେଉଛନ୍ତି ୭ଥରର। ସରକାରଙ୍କୁ ସୁରେଶଙ୍କୁ ଅଣଦେଖା କରିବା ପଛର କାରଣ କ’ଣ ଥିଲା ଏବଂ କେଉଁଥିଲାଗି ତାଙ୍କୁ ପଦ ଲାଗି ଅଯୋଗ୍ୟ ଭାବିନିଆଗଲା ସେନେଇ ସରକାର ପ୍ରତିକ୍ରିୟା ଦେବା ଉଚିତ। ବୋଧହୁଏ ଏଭଳି ନିର୍ଣ୍ଣୟକୁ ପ୍ରଭାବିତ କରିବା ପଛରେ କିଛି ଗଭୀର ପ୍ରସଙ୍ଗ ରହିଛି, ଯାହାକି ଯୋଗ୍ୟତା ଏବଂ ବରିଷ୍ଠତାର ଉର୍ଦ୍ଧ୍ୱରେ ବୋଲି ସେ କଟାକ୍ଷ କରିଛନ୍ତି।

୧୮ତମ ଲୋକ ସଭାରେ ସବୁଠାରୁ ବରିଷ୍ଠ ଏମ୍‌ପି ସୁରେଶ ଏବଂ ବିରେନ୍ଦ୍ର କୁମାର ଅଟନ୍ତି। ଉଭୟ ୮ମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। କୁମାର ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ଏଥିଲାଗି ନିୟମାନୁଯାୟୀ ସୁରେଶଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇପାରେ ବୋଲି ଆଶା କରାଯାଉଥିଲା। ହେଲେ ଭର୍ତ୍ତୃହରୀଙ୍କୁ ତାଙ୍କ ବଦଳରେ ନିଯୁକ୍ତ କରାଯିବା ପରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri