ଉପନିର୍ବାଚନ ବେଳେ ତେଜୁଛି ଆନ୍ଦୋଳନ

ଝାରବନ୍ଧ, ୨୧ା୧୧(ଡି.ଏନ.ଏ.): ପଦ୍ମପୁର ଉପ ନିର୍ବାଚନ ବିଭିନ୍ନ ଦାବି ଉପସ୍ଥାପନ ପାଇଁ ଅଞ୍ଚଳବାସୀଙ୍କୁ ସୁଯୋଗ ଦେଇଛି। ଏଥିପାଇଁ ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ ସ୍ଥାନରେ ଜନଜନଆନ୍ଦୋଳନ ମୁଣ୍ଡ ଟେକୁଛି। ନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକବାସୀ ବିଭିନ୍ନ ଅନୁସଙ୍ଗିକ ସମସ୍ୟାକୁ ନେଇ ଦାବି ଉଠାଇଛନ୍ତି। ଝାରବନ୍ଧରେ ଯୁକ୍ତ ୨ ବିଜ୍ଞାନ କଲେଜ, ଝାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ, ଝାରବନ୍ଧରେ ଜେଏମଏଫସି କୋର୍ଟ ସ୍ଥାପନ, ବିଦ୍ୟୁତ୍‌ ସମସ୍ୟାର ସମାଧାନ, ଝାରବନ୍ଧ ତହସିଲରେ ସବରେଜିଷ୍ଟାର ସ୍ଥାପନ ଆଦି ୧୨ଦଫା ଦାବି ସେମାନେ ରଖିଛନ୍ତି। ଏଥିପାଇଁ ସୋମବାର ଝାରବନ୍ଧ ବଣିକ ସଂଘ ନେତୃତ୍ୱରେ ବିଭିନ୍ନ ସଂଗଠନ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରି ଝାରବନ୍ଧ ମୁଖ୍ୟ ଛକ ଚାନ୍ଦିନ ଚୌକଠାରେ ଧାରଣା ଦେଇଥିଲେ। ଏହାକୁ ଝାରବନ୍ଧ ଅଞ୍ଚଳର ସାଧାରଣ ଜନତା ସମର୍ଥନ ଜଣାଇଥିଲେ। ପର୍ଯ୍ୟାୟ କ୍ରମେ କଂଗ୍ରେସ, ବିଜେଡି ଓ ଭାଜପା ନେତୃବୃନ୍ଦ ଧାରଣାସ୍ଥଳକୁ ଆସିଥିଲେ। କଂଗ୍ରେସ ଦଳର ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦ ଦାବିଗୁଡିକୁ ସମର୍ଥନ ଜଣାଇଥିଲେ । ପରେ ଶାସକ ବିଜେଡି ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଧାରଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନ ଆଚରଣ ବିଧି ଶେଷ ହେବାପରେ ଦାବି ସବୁ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଭାଜପା ତରଫରୁ ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଗୋବର୍ଦ୍ଧନ ଭୋଇ ଧାରଣାସ୍ଥଳକୁ ଆସି ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ଭରସା ଦେଇଥିଲେ l ନିର୍ବାଚନ ଆଚରଣ ବିଧି ଶେଷ ହେବାଯାଏ ଧାରଣା ସ୍ଥଗିତ ରଖାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଦାବିଗୁଡିକ ପୂରଣ କରା ନ ଗଲେ ଆନ୍ଦୋଳନକୁ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri