ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ: କୁଶପୁତ୍ତଳିକା ଦାହ

କେସିଙ୍ଗା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଲଖଣ୍ଡି ପଞ୍ଚାୟତସ୍ଥିତ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳାବର ସ୍ଥାନୀୟ ଦୁଗ୍ଧ ଚାଷୀ ଆନ୍ଦୋଳନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସଙ୍ଘର ବୋର୍ଡ ଡାଇରେକ୍ଟର ପଦ ପାଇଁ କଳାହାଣ୍ଡି ଜିଲାର ୧୦ ନମ୍ବର ଜୋନରେ ବେଲଖଣ୍ଡି ଗ୍ରାମର ୧୪ଜଣ ଓ ଦିଗସିରା ଗ୍ରାମର ୧୧ଜଣ ଦୁଗ୍ଧ ସମବାୟ ସମିତି ସଦସ୍ୟ ରଶ୍ମିତା ପୁଟେଲଙ୍କ ସପକ୍ଷରେ ସମୁଦାୟ ୨୫ ଜଣ ରହିଥିଲେ।
ଅପରପକ୍ଷେ ବଲାଙ୍ଗୀର ଜିଲା ରୋତ ଗ୍ରାମର ୧୫ଜଣ ଓ ହରଭଙ୍ଗାର ୯ଜଣ ସୀମା ପଟେଲଙ୍କ ସପକ୍ଷରେ ସମୁଦାୟ ୨୪ ଜଣ ସମିତି ସଦସ୍ୟ ରହିଥିଲେ। ହେଲେ ଆନ୍ଦୋଳନକାରୀଙ୍କ କହିବା ମୁତାବକ, କଳାହାଣ୍ଡି ଜିଲା ଦିଗଶିରାର ରଶ୍ମିତା ପୁଟେଲ ବାଜିମାତ କରିବା ନେଇ ଜଣାପଡିଥିଲା। କିନ୍ତୁ ବିଡମ୍ବନାର ବିଷୟ ତାଙ୍କ ସପକ୍ଷର ଥିବା ଗୋଟିଏ ଭୋଟ ଅପରପକ୍ଷକୁ ଚାଲିଯାଇଥିଲା। ବେଲଖଣ୍ଡି ଦୁଗ୍ଧ ଚାଷୀଙ୍କ କହିବା ଅନୁଯାୟୀ , ପୂର୍ବତନ ସଭାପତି ହେମସାଗର ପୂଝାରି ଅପରପକ୍ଷଙ୍କ ସହିତ ଅର୍ଥ କାରବାର କରିଥିବା ଅଭିଯୋଗ କରିଥିଲେ। ଏ ନେଇ ବେଲଖଣ୍ଡି ଦୁଗ୍ଧ ଚାଷୀ ଧବଳେଶ୍ୱର ଦୁଗ୍ଧ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି। ଏପରି କି ସଭାପତି ହେମସାଗର ପୂଝାରୀଙ୍କୁ ବିରୋଧ କରି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ଏ ନେଇ ପୂର୍ବତନ ସଭାପତି ହେମସାଗରଙ୍କୁ ପଚାରିବାରୁ ନିଜ ଇଚ୍ଛା ଅନୁଯାୟୀ ଭୋଟ ଦେଇଥିବା ପ୍ରକାଶ କରିଥିଲେ। ଆନ୍ଦୋଳନରେ ବେଲଖଣ୍ଡି ଦୁଗ୍ଧ ସମବାୟ ସମିତିର ସଭାପତି ଜୋତିଶ ସାହୁ, ଶାନନ୍ଦ ସାହୁ, ବିର ପ୍ରସାଦ ସାହୁଙ୍କ ସହ ସମିତିର ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri