Advertisement
Posted inଖେଳ

ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ରବିବାର ପ୍ରୋ ସ୍କୁଲ ବାସ୍କେଟବଲ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବାଳକ ବର୍ଗରେ ବ୍ରହ୍ମପୁରର ଜ୍ଞାନ ବିକାଶ ସ୍କୁଲ ରନର୍ସଅପ୍‌ ହୋଇଥିବା ବେଳେ ଭୁବନେଶ୍ୱରର ୟୁନିଟ୍‌-୧ ସରକାରୀ ସ୍କୁଲ ତୃତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ବାଳିକା ବିଭାଗରେ କିସ୍‌ ରନର୍ସଅପ୍‌ ହୋଇଥିବା ବେଳେ ଆୟୋଜକ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ତୃତୀୟ ସ୍ଥାନରେ ରହିଥିଲା। ୨୦ରୁ ଅଧିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ।
ଶନିବାର ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରି ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ, ଓଡିଏମ୍‌ ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନ, ଓଡିଏମ୍‌ ନିର୍ଦ୍ଦେଶିକା ଇନ୍ଦୁମତି ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟମ୍‌ ସତ୍ୟେନ୍ଦୁ, ଯୋଜନା ତଥା ପ୍ରଣୟନ ବିଭାଗ ମୁଖ୍ୟ ଶିଖା ଚନ୍ଦ୍ର, ଓଡ଼ିଶା ବାସ୍କେଟ୍‌ବଲ ସଂଘ ସଭାପତି ଜ୍ଞାନରଞ୍ଜନ ପରିଡା ଓ ଦାରୁଠେଙ୍ଗ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ରବିବାର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବାସ୍କେଟ୍‌ବଲ ସଂଘର ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ପଛରେ ପକାଇଲେ ଧୋନୀ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ...

ଲଭଲିନାଙ୍କ ଐତିହାସିକ ବିଜୟ: ଭାରତ ପାଇଁ ପଦକ ପକ୍କା

ଟୋକିଓ,୩୦।୭: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୬୯ କିଲୋଗ୍ରାମ କ୍ୱାର୍ଟରଫାଇନାଲରେ ଲଭଲିନା ତାଇପେଇର ନିନ ଚିନ ଚେନଙ୍କୁ...

ପରିବାର ସହ ଲଢ଼ି ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା; କାରଣ ଜାଣିଲେ…

ନୂଆଦିଲ୍ଲୀ,୨୩।୭: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର...

ଟେଷ୍ଟ ମ୍ୟାଚ୍‌ରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ...

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା...

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ...

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା...

ଆଇପିଏଲ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୧୯।୭-ଚଳିତ ବର୍ଷ ଟି୨୦ ବିଶ୍ୱକପ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଆନୁଷ୍ଠାନିକ...

Advertisement
Archives

Model This Week