Posted inଫୁରସତ

୫ ଦିନର ସନ୍ତାନକୁ ବିକ୍ରି କରି ନିଜର ସଉକ୍‌ ପୂରା କରିବାକୁ ଚାହୁଁଥିଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ଯଦି କେଉଁ ସମ୍ପର୍କକୁ ସବୁଠୁ ନିକଟତର କୁହାଯାଏ ତେବେ ତାହା ହେଉଛି ମା-ପିଲାର ସମ୍ପର୍କ। ଗୋଟିଏ ପିଲା ପାଇଁ ତା’ ମା’ର ସ୍ନେହ ସବୁଠୁ ନିଶ୍ଚଳ। ମାତ୍ର ରୁଷିଆର ଜଣେ ମା’ ଏହି ସମ୍ପର୍କରେ ଦାଗ ଲଗାଇଛନ୍ତି। ନିଜର ସଉକ୍‌ ପୂରା କରିବା ପାଇଁ ନିଜ ହାତରେ ଜନ୍ମକଲା ସନ୍ତାନକୁ ଅନ୍ୟ ଜଣଙ୍କୁ ବିକି ଦେଇଛନ୍ତି। ଯାହା ଶୁଣି ଆଶ୍ଚର୍ଯ୍ୟ ହେବେ।

ରୁଷିଆର ଏହି ମା’ ଜଣକ ୫ ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଇଛନ୍ତି। କାରଣ ଏହି ଶିଶୁକୁ ବ୍ରିକ୍ରି କରି ସେ ଆଣିଥିବା ଟଙ୍କାରେ ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତେ। ଉକ୍ତ ଟଙ୍କାରେ ସେ ତାଙ୍କର ଅସୁନ୍ଦର ନାକକୁ ସୁନ୍ଦର କରିଥାନ୍ତେ। ଯଦିଓ ମହିଳାଙ୍କ ନାମ ପ୍ରକାଶ କରାଯାଇନାହିଁ। କିନ୍ତୁ ରୁଷିଆରୁ ଶିଶୁ ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ, ସେ ନିଜ ସନ୍ତାନ ବିକ୍ରି କରି ନିଜର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ।

ଏହି ଘଟଣା ଦାଗସ୍ତାନ ଅଞ୍ଚଳର। ଯେଉଁଠିକାର ସ୍ଥାନୀୟ ଗଣମାଧ୍ୟମ ଏହି ଘଟଣାର ଖୁଲାସା କରିଛି। ମହିଳା ଜଣକ ନିଜ ପିଲାକୁ ୩୦୦୦ ୟୁରୋରୁ ଅଧିକ ଅର୍ଥାତ୍‌ ୨ ଲକ୍ଷ ୮୩ ହଜାର ଟଙ୍କାରୁ ଅଧିକରେ ବିକ୍ରି କରିଥିଲେ। ଯାହାର ପ୍ରଥମ କିସ୍ତି ୨୫ ହଜାର ଭାବରେ ନେଇଥିଲେ ମହିଳା ଜଣକ। ପିଲାଟି ବିକ୍ରି ପରେ ଅସୁସ୍ଥ ହୋଇପଡ଼ିଥିଲା। ଯିଏ ଶିଶୁଟିକୁ କିଣିଥିଲେ ସେମାନେ ତାଙ୍କର ଡାକ୍ତରୀ ରିପୋର୍ଟ ଚାହୁଁଥିଲେ। ତାଙ୍କୁ ଆସନ୍ତା ମାସରେ ଅଭିଯୁକ୍ତ ମା’ ୧,୩୭୦ ୟୁରୋ ଅର୍ଥାତ୍‌ ୧ ଲକ୍ଷ ୨୯ ହଜାର ଟଙ୍କା ଦେବାକୁ ପଡ଼ିବ। ଫଳରେ ସେ ତାଙ୍କ ନାକ ସର୍ଜରୀ କରାଇ ଅସୁନ୍ଦର ନାକକୁ ସୁନ୍ଦର କରିବେ। ପିଲା କିଣିଥିବା ଦମ୍ପତିକୁ ପୋଲିସ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ୨୫ ଏପ୍ରିଲ ୨୦୨୨ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ୩୦ ଏପ୍ରିଲରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଏହି ସମୟରେ ସେ ନିଜ ପିଲାକୁ ବିକ୍ରି କରି ପ୍ରଥମ କିସ୍ତି ନେଇଥିଲେ। ଅବଶିଷ୍ଟ କିସ୍ତି ପରେ ତାଙ୍କୁ ଦିଆଯାଇଥାନ୍ତା। ମାତ୍ର ସେତେବେଳେ ପୋଲିସ ପାଖରେ ଖବର ପହଞ୍ଚି ସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri