Posted inଫୁରସତ

୫ ଦିନର ସନ୍ତାନକୁ ବିକ୍ରି କରି ନିଜର ସଉକ୍‌ ପୂରା କରିବାକୁ ଚାହୁଁଥିଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ଯଦି କେଉଁ ସମ୍ପର୍କକୁ ସବୁଠୁ ନିକଟତର କୁହାଯାଏ ତେବେ ତାହା ହେଉଛି ମା-ପିଲାର ସମ୍ପର୍କ। ଗୋଟିଏ ପିଲା ପାଇଁ ତା’ ମା’ର ସ୍ନେହ ସବୁଠୁ ନିଶ୍ଚଳ। ମାତ୍ର ରୁଷିଆର ଜଣେ ମା’ ଏହି ସମ୍ପର୍କରେ ଦାଗ ଲଗାଇଛନ୍ତି। ନିଜର ସଉକ୍‌ ପୂରା କରିବା ପାଇଁ ନିଜ ହାତରେ ଜନ୍ମକଲା ସନ୍ତାନକୁ ଅନ୍ୟ ଜଣଙ୍କୁ ବିକି ଦେଇଛନ୍ତି। ଯାହା ଶୁଣି ଆଶ୍ଚର୍ଯ୍ୟ ହେବେ।

ରୁଷିଆର ଏହି ମା’ ଜଣକ ୫ ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଇଛନ୍ତି। କାରଣ ଏହି ଶିଶୁକୁ ବ୍ରିକ୍ରି କରି ସେ ଆଣିଥିବା ଟଙ୍କାରେ ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତେ। ଉକ୍ତ ଟଙ୍କାରେ ସେ ତାଙ୍କର ଅସୁନ୍ଦର ନାକକୁ ସୁନ୍ଦର କରିଥାନ୍ତେ। ଯଦିଓ ମହିଳାଙ୍କ ନାମ ପ୍ରକାଶ କରାଯାଇନାହିଁ। କିନ୍ତୁ ରୁଷିଆରୁ ଶିଶୁ ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ, ସେ ନିଜ ସନ୍ତାନ ବିକ୍ରି କରି ନିଜର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ।

ଏହି ଘଟଣା ଦାଗସ୍ତାନ ଅଞ୍ଚଳର। ଯେଉଁଠିକାର ସ୍ଥାନୀୟ ଗଣମାଧ୍ୟମ ଏହି ଘଟଣାର ଖୁଲାସା କରିଛି। ମହିଳା ଜଣକ ନିଜ ପିଲାକୁ ୩୦୦୦ ୟୁରୋରୁ ଅଧିକ ଅର୍ଥାତ୍‌ ୨ ଲକ୍ଷ ୮୩ ହଜାର ଟଙ୍କାରୁ ଅଧିକରେ ବିକ୍ରି କରିଥିଲେ। ଯାହାର ପ୍ରଥମ କିସ୍ତି ୨୫ ହଜାର ଭାବରେ ନେଇଥିଲେ ମହିଳା ଜଣକ। ପିଲାଟି ବିକ୍ରି ପରେ ଅସୁସ୍ଥ ହୋଇପଡ଼ିଥିଲା। ଯିଏ ଶିଶୁଟିକୁ କିଣିଥିଲେ ସେମାନେ ତାଙ୍କର ଡାକ୍ତରୀ ରିପୋର୍ଟ ଚାହୁଁଥିଲେ। ତାଙ୍କୁ ଆସନ୍ତା ମାସରେ ଅଭିଯୁକ୍ତ ମା’ ୧,୩୭୦ ୟୁରୋ ଅର୍ଥାତ୍‌ ୧ ଲକ୍ଷ ୨୯ ହଜାର ଟଙ୍କା ଦେବାକୁ ପଡ଼ିବ। ଫଳରେ ସେ ତାଙ୍କ ନାକ ସର୍ଜରୀ କରାଇ ଅସୁନ୍ଦର ନାକକୁ ସୁନ୍ଦର କରିବେ। ପିଲା କିଣିଥିବା ଦମ୍ପତିକୁ ପୋଲିସ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ୨୫ ଏପ୍ରିଲ ୨୦୨୨ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ୩୦ ଏପ୍ରିଲରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଏହି ସମୟରେ ସେ ନିଜ ପିଲାକୁ ବିକ୍ରି କରି ପ୍ରଥମ କିସ୍ତି ନେଇଥିଲେ। ଅବଶିଷ୍ଟ କିସ୍ତି ପରେ ତାଙ୍କୁ ଦିଆଯାଇଥାନ୍ତା। ମାତ୍ର ସେତେବେଳେ ପୋଲିସ ପାଖରେ ଖବର ପହଞ୍ଚି ସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ…

ସାମ୍ନାକୁ ଆସିଲା ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର: ଦେଖିବାକୁ…

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ର ଚିତ୍ର ସାମ୍ନାକୁ ଆସିଛି। ଏହି ଟ୍ରେନ୍‌ଟି ଗୁଜରାଟରେ ପ୍ରଥମଥର ପାଇଁ ଚାଲିବାକୁ ଯାଉଛି। ଏଥିରେ ଏକ କେଶର ରଙ୍ଗ(ଗେରୁଆ) ରହିବ।…

ଏବେ ଶେଷ ହୋଇଯିବ ଯୁଦ୍ଧ! ଇରାନ ଆମେରିକାକୁ ପଠାଇଲା ଏଭଳି ଏକ ଜିନିଷ, ଦେଖିଲେ କ’ଣ ରାଜି ହୋଇଯିବେ ଟ୍ରମ୍ପ?

ନୂଆଦିଲ୍ଲୀ,୧୮।୫: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ଆମେରିକା ସହିତ ଏକ ସଂଶୋଧିତ ଶାନ୍ତି ପ୍ରସ୍ତାବ ଶେୟାର କରିଛି। ସୋମବାର ଏକ ପାକିସ୍ତାନୀ…

ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତହସିଲଦାର: ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…

ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

କୋର୍ଟଙ୍କ ଦ୍ୱାରସ୍ତ ହେଲେ ଭିନେଶ

ନୂଆଦିଲ୍ଲୀ,୧୮ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ରେସଲିଂ ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ନେଇ ଭାରତୀୟ ରେସଲର ଭିନେଶ…

ନାବାଳିକାଙ୍କୁ ଅସଦାଚରଣ: କୋର୍ଟଙ୍କ ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୮ା୫(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୮ରେ ସୋରଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ହୋଇଥିବା ଅସଦାଚରଣ ମାମଲାର ଶୁଣାଣି ହୋଇଛି। ଫାଷ୍ଟଟ୍ରାକ ପୋକ୍‌ସୋ କୋର୍ଟ ଜଜ୍‌ ରୋହିତ ଲାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri