ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ। ପୁଅକୁ ଭଲ କରିବାକୁ ଆଶା ବାନ୍ଧିଥିଲେ। ହେଲେ ପ୍ରଥମେ ବାପା ଓ ପରେ ଏକମାତ୍ର ପୁଅର ଜୀବନ ଚାଲିଗଲା। ଏବେ ଅସହାୟ ହୋଇପଡ଼ିଛନ୍ତି ମା’। ପୁଅର ଶୁଦ୍ଧିକ୍ରିୟା ପାଇଁ ସେ ବାରଦୁଆର ବୁଲି ହାତ ପତାଉଛନ୍ତି। ପୁରୀ ଜିଲା କାକଟପୁର ବ୍ଲକ ଲତାହରଣ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ମୁତାବକ, ଲତାହରଣ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକ ପରିବାର ଚଳାଇବା ପାଇଁ ୨୦୧୦ରେ ଏକ କମ୍ପାନୀରେ କାମ କରିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ କାମ କରି ଯାହା କିଛି ରୋଜଗାର ହେଉଥିଲା, ତାହାକୁ ଘରକୁ ପଠାଉଥିଲେ। ଘରେ ତାଙ୍କର ସ୍ତ୍ରୀ, ପୁଅ ସମେତ ମା ଓ ବାପା ଖୁସିରେ ଚଳୁଥିଲେ। କିନ୍ତୁ ଦଇବ ଦାଉ ସାଧିଲା ଭଳି ହାଇଦ୍ରାବାଦରେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୫ଭାଗ ଅଚଳ ହୋଇଗଲା। ଫଳରେ ତାଙ୍କୁ କମ୍ପାନୀ ଚାକିରି ହରାଇବାକୁ ପଡ଼ିଲା। ସେ ଚିକିତ୍ସା ପାଇଁ ଘରକୁ ଚାଲିଆସିଲେ। ତେବେ ଏଭଳି ଦୁର୍ଦ୍ଦିନ ସମୟରେ ସ୍ତ୍ରୀ ତାଙ୍କ ଦେଖାଶୁଣା କରିବା ପରିବର୍ତ୍ତେ ପୁଅକୁ ନେଇ ବାପଘରକୁ ଚାଲିଗଲେ। ତେଣୁ ପୁଅକୁ ସୁସ୍ଥ କରିବା ପାଇଁ ବୃଦ୍ଧ ମା, ବାପା ବାଧ୍ୟହୋଇ ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିଲେ। ପୁଅର ସୁସ୍ଥତା ଆଶା ନେଇ ବାଟ ଚାଲୁଥିବାବେଳେ ବୃଦ୍ଧ ବାପାଙ୍କର ମୃତ୍ୟୁ ଘଟିଲା। ତଥାପି ସଂଘର୍ଷରୁ ଓହରି ନ ଥିଲେ ମା’ ପଞ୍ଚେଇ ମଲ୍ଲିକ (୭୫)। ସ୍ବଳ୍ପ ଭତ୍ତା ଟଙ୍କା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ ଭରସା କରି ଦୁଃଖକଷ୍ଟରେ ଚଳିଲେ। ତେବେ କିଛି ଦିନ ତଳେ ପ୍ରଫୁଲ୍ଲଙ୍କ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ପଡ଼ୋଶୀଙ୍କ ସହାୟତାରେ ମେଡିକାଲ ନେଲେ। ହେଲେ ଫଳ କିଛି ହେଲାନି। ଗତ ମଙ୍ଗଳବାର ୩୭ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ଜୀବନ ଦୀପ ଲିଭିଗଲା। ରବିବାରକୁ ମୃତ୍ୟୁର ୬ଦିନ ହୋଇଛି। ଏଭଳି ସ୍ଥିତିରେ ପୁଅ ଅନ୍ତ୍ୟେଷ୍ଟିକ୍ରିୟା କରିବା ପାଇଁ ମା’ ନିଜ ଦୁଃଖକୁ ଅନ୍ତରରେ ଚାପି ରଖି ସହାୟତା ମାଗୁଛନ୍ତି। ପାଦରେ ଚାଲିବାକୁ ବଳ ନ ଥିଲେ ମଧ୍ୟ ଘର ଘର ଘର ବୁଲି ହାତ ପତାଉଛନ୍ତି। ପୂର୍ବରୁ ବାରମ୍ବାର ପ୍ରଶାସନକୁ ଆକୁଳ ନିବେଦନ କରିଥିଲେ ମଧ୍ୟ କୌଣସି ସହାୟତା ମିଳିଲା ନାହିଁ। ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା କେବଳ ଜରିପକା ଭଙ୍ଗା ଚାଳଘର। ସହୃଦୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଲେ ପ୍ରଫୁଲ୍ଲଙ୍କ ଅନ୍ତ୍ୟେଷ୍ଟିକ୍ରିୟା ହୋଇପାରନ୍ତା ବୋଲି ପଞ୍ଚେଇ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

ଗଞ୍ଜାମ ଜିଲାରେ ବର୍ଦ୍ଧିତ ଭତ୍ତା ପାଇଲେ ୨୬୧୩୪ ଜଣ ହିତାଧିକାରୀ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ସରକାର ଲୋକଙ୍କ ହିତ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପେନ୍‌ସନ୍‌ ଯୋଜନା ଅନ୍ୟତମ। ଯୋଗ୍ୟ ହିତାଧିକାରୀ ତଥା ଦିବ୍ୟାଙ୍ଗ, ବିଧବା,...

୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ...

୧୯, ୧୦୬ ଜଣ ହିତାଧିକାରୀ ପାଇଲେ ବର୍ଦ୍ଧିତ ଭତ୍ତା

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା। ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଅଧୀନରେ ବୃଦ୍ଧାବୃଦ୍ଧଙ୍କୁ ମିଳିବ...

ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ବାର୍‌କୋଡ୍‌

କଟକ,୧୫ା୧:(କାର୍ତ୍ତିକ ସାହୁ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷ ନୂତନ ପଦକ୍ଷେପ ନିଆଯାଇଛି। ଏଥର ମାଟ୍ରିକ୍‌ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri