ବ୍ଲାକ୍‌ମେଲ୍‌ କରି ମା’, ଝିଅଙ୍କୁ ବଳାତ୍କାର: ଧରାପଡିରେ ଘରୋଇ ସହାୟକ

ଭୁବନେଶ୍ୱର,୫ା୫(ସତ୍ୟଜିତ୍‌ ରାଉତ):ରାଜଧାନୀ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ବ୍ଲାକମେଲ୍‌ କରି ମହିଳା ଓ ତାଙ୍କ ୧୪ବର୍ଷୀୟା ନାବାଳିକା ଝିଅଙ୍କୁ ଏକାଧିକ ଥର ବଳାତ୍କାର କରିଛନ୍ତି। ଏନେଇ ଅଭିଯୋଗକ୍ରମେ ବଡ଼ଗଡ଼ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେ ହେଲେ ରବିଟକିଜ୍‌ ଛକ ନିକଟରେ ରହୁଥିବା ଯାଜପୁର ଜିଲା ଟମକା ଥାନା ଅଞ୍ଚଳର ସରୋଜ କୁମାର ବେହେରା ଓରଫ ରବି (୨୨)। ରବି ପୀଡିତାଙ୍କ ଭଡ଼ାଘର ପାଖରେ ଅନ୍ୟଜଣଙ୍କ ଘରେ ଘରୋଇ ସହାୟକ ଭାବେ କାମ କରନ୍ତି। କୋର୍ଟଚାଲାଣ ପରେ ରବିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ମହିଳା ଜଣକ ପରିବାର ସହ ବଡଗଡ ଥାନା ଅଞ୍ଚଳରେ ରହୁଛନ୍ତି। ଅଭିଯୁକ୍ତ ରବି ତାଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିବା ବେଳେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ପରେ ପିଡ଼ୀତା ଓ ତାଙ୍କ ଝିଅଙ୍କୁ ରବି ଟାର୍ଗେଟ୍‌ କରିଥିଲେ। ମା’, ଝିଅ ବାଥୁରମ୍‌ରେ ଗାଧୋଇବା ବେଳେ କୌଶଳ କରି ରବି ନିଜ ମୋବାଇଲରେ ଫଟୋ ଓ ଭିଡିଓ ଶୁଟ୍‌ କରିଥିଲେ। ଏହାପରେ ଉକ୍ତ ଫଟୋ ଓ ଭିଡିଓକୁ ଆଧାର କରି ରବି ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ସେସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ମା’ ଓ ଝିଅଙ୍କୁ ଏକାଧିକଥର ବଳାତ୍କାର କରିଥିଲେ। ମହିଳା ଓ ତାଙ୍କ ଝିଅ ଲୋକଲଜ୍ଜା ପାଇଁ ଚୁପ ରହିଥିଲେ। ଏପରିକି ସ୍ବାମୀ ବାହାରକୁ କାମ କରିବାକୁ ଯାଉଥିବା ବେଳେ ରବି ଏହି କାମ କରୁଥିଲେ। ଏପରିରିକ ଅଭିଯୁକ୍ତ ରବି ଉଭୟ ମା ଓ ଝିଅଙ୍କୁ ଅଧିକାଂଶ ସମୟରେ ଗାଳିଗୁଲଜ କରିବା ସହ ନାନା ଧମକ ଦେଉଥିଲେ। ପରେ ରବି ଉକ୍ତ ଫଟୋ ଓ ଭିଡିଓକୁ ପିଡ଼ୀତା ଏବଂ ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇ ଦେଇଥିଲେ। ସ୍ବାମୀ ଏହା ଦେଖି ପଚାରିବାରୁ ଘଟଣା ବିଷୟରେ ନିଜ ପତ୍ନୀଙ୍କଠୁ ରବିଙ୍କ କଳା କାରନାମା ବିଷୟରେ ଜାଣିବାକୁ ପାଇଥିଲ। ଏନେଇ ପୀଡିତା ମହିଳାଙ୍କ ଏତଲାକ୍ରମେ ପୋଲିସ ଶନିବାର ଏକ ମାମଲା (ନଂ.୨୩୮/୨୦୨୫) ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ରବିଙ୍କ ନାମରେ ପୂର୍ବରୁ ଯାଜପୁର ଥାନାରେ ଏକ ମାମଲା ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri