Posted inଖେଳ

ସର୍ବାଧିକ ରନ୍‌: ଶୀର୍ଷରେ ସଚିନ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣ ଭାରତରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ ମିଆଁଦାଦ ନିଜ କ୍ୟାରିୟରରେ ୬ଟି ଲେଖାଏ ବିଶ୍ୱକପ୍‌ ଖେଳିଛନ୍ତି। ବିଶ୍ୱକପ୍‌ ଖେଳିବା ସହିତ ଏଥିରେ ନିୟମିତ ରନ୍‌ ସ୍କୋର କରିବାରେ ସଚିନ ପ୍ରଥମ ସ୍ଥାନରେ ରହିଛନ୍ତି। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋର କରିଥିବା ୫ ଖେଳାଳିଙ୍କ ଉପରେ ନଜର…
ସଚିନ ତେନ୍ଦୁଲକର: ୧୯୯୨-୨୦୧୧
୧୯୯୨ରେ ପ୍ରଥମ ବିଶ୍ୱକପ୍‌ ଖେଳିଥିବା ସଚିନ ତେନ୍ଦୁଲକର ୬ ବିଶ୍ୱକପ୍‌ ଖେଳିଥିବା ବେଳେ ଥରେ ବିଶ୍ୱ ଚାମ୍ପିୟନ ଦଳର ସଦସ୍ୟ ରହିଛନ୍ତି। ସଚିନଙ୍କ ଅନ୍ତିମ ବିଶ୍ୱକପ୍‌ ୨୦୧୧ ମସିହାରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ସଚିନ ୬ ବିଶ୍ୱକପ୍‌ରେ ସମୁଦାୟ ୪୫ ମ୍ୟାଚ୍‌ ଖେଳିଥିବା ବେଳେ ସ୍କୋର କରିଛନ୍ତି ୨୨୭୮ ରନ। ତାଙ୍କର ଆଭରେଜ୍‌ ୫୬.୯୫ ରହିଥିବା ବେଳେ ଏଥିମଧ୍ୟରେ ସାମିଲ ରହିଛି ୬ ଶତକ ଓ ୧୫ ଅର୍ଦ୍ଧଶତକ। ସେହିପରି ବିଶ୍ୱକପ୍‌ରେ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୧୫୨ ରନ୍‌।
ରିକି ପଣ୍ଟିଂ:୧୯୯୬-୨୦୧୧
ବିଶ୍ୱକପ୍‌ ଇତିହାସର ପଣ୍ଟିଂଙ୍କୁ ସବୁଠାରୁ ସଫଳ ଖେଳାଳି କହିଲେ ଅତ୍ୟୁକ୍ତି ହେବ ନାହିଁ। ଖେଳାଳି ଭାବରେ ସେ ୩ ଥର ଓ ଅଧିନାୟକ ଭାବରେ ୨ ଥର ବିଶ୍ୱକପ୍‌ ଟ୍ରଫି ହାସଲ କରିଛନ୍ତି। କ୍ୟାରିୟରରେ ୫ ବିଶ୍ୱକପ୍‌ରେ ପଣ୍ଟିଂ ୪୬ ମ୍ୟାଚ୍‌ ଖେଳିଛନ୍ତି। ୫ ଶତକ ଓ ୬ ଅର୍ଦ୍ଧଶତକ ସହିତ ସେ ସ୍କୋର କରିଛନ୍ତି ୧୭୪୩ ରନ୍‌।
କୁମାର ସାଙ୍ଗାକାରା: ୨୦୦୩-୨୦୧୫
ଶ୍ରୀଲଙ୍କା କ୍ରିକେଟ ଇତିହାସର ଶ୍ରେଷ୍ଠ ଉଇକେଟକିପର ବ୍ୟାଟର କୁମାର ସାଙ୍ଗାକାରା। ୨୦୦୩ରୁ ୨୦୧୫ ମଧ୍ୟରେ ସେ ୪ଟି ଦିନିକିଆ ବିଶ୍ୱକପ୍‌ ଖେଳିଛନ୍ତି। ୪ ସଂସ୍କରଣର ୩୭ ମ୍ୟାଚରେ ସେ ସ୍କୋର କରିଛନ୍ତି ୧୫୩୨ ରନ୍‌। ୫୬.୩୨ର ଆଭରେଜ ସହିତ ସେ ୫ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ବ୍ରାଏନ୍‌ ଲାରା: ୧୯୯୨-୨୦୦୭
ସଚିନ ଓ ପଣ୍ଟିଂଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ତାଲିକାରେ ସାମିଲ ଥିଲେ ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଏହି କିମ୍ବଦନ୍ତୀ କ୍ରିକେଟର କେବେ ବିଶ୍ୱକପ ଜିତିପାରି ନାହାନ୍ତି। ୫ଟି ସଂସ୍କରଣର ବିଶ୍ୱକପ୍‌ ଖେଳିଥିବା ଲାରା ସମୁଦାୟ ୩୪ ମ୍ୟାଚ୍‌ ଖେଳିଛନ୍ତି। ଏଥିରୁ ସେ ୧୨୨୫ ରନ୍‌ ସ୍କୋର କରିଥିବା ବେଳେ ମାରିଛନ୍ତି ୨ ଶତକ ଓ ୭ ଅର୍ଦ୍ଧଶତକ।
ଏବି ଡି ଭିଲିୟର୍ସ:୨୦୦୭-୨୦୧୫
ଦକ୍ଷିଣ ଆଫ୍ରିକାର ଏହି କରିତ୍‌କର୍ମା ଖେଳାଳି ଜଣଙ୍କ ନିଜ ପ୍ରଦର୍ଶନ ଜରିଆରେ ଛାପ ଛାଡିବାରେ ଧୁରନ୍ଧର। ମାତ୍ର ୩ଟି ବିଶ୍ୱକପ୍‌ ଖେଳିଥିଲେ ମଧ୍ୟ ୨୩ ମ୍ୟାଚରୁ ସେ ସ୍କୋର କରିଛନ୍ତି ୧୨୦୭ ରନ୍‌। ତାଙ୍କର ଆଭରେଜ୍‌ ୬୩.୫୨ ରହିଥିବା ବେଳେ ସେ ମାରିଛନ୍ତି ୪ ଶତକ ଓ ୬ ଅର୍ଦ୍ଧଶତକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri