ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼ ପରଦାରେ ଦେଖିବାକୁ ମିଳୁଥିଲା। ଏହି ସମୟର ଜଣେ ଅଭିନେତ୍ରୀ ଏଭଳି ଥିଲେ ଯାହାଙ୍କ ଉପରେ ସବୁଠାରୁ ଅଧିକ ବଳାତ୍କାର ଦୃଶ୍ୟ ଶୁଟିଂ କରାଯାଇଥିଲା। ସେ ହେଲେ ନଜିମା। ବିଶେଷକରି ଭଉଣୀ ନଚେତ ନାୟିକାଙ୍କ ବନ୍ଧୁ ଭୂମିକାରେ ସେ ନଜର ଆସୁଥିଲେ। ସେତେବେଳ ସମୟରେ ଫିଲ୍ମରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିଣୁଥିଲା।

ଫିଲ୍ମ ନିଶାନ୍‌ରୁ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ ନଜିମା। ପରେ ସେ ଆର୍‌ଜୁ, ଦିଲ୍ଲଗୀ, ତମନ୍ନା, ଅନ୍‌ଜାନା ଭଳି ଫିଲ୍ମରେ ନଜର ଆସିଛନ୍ତି। ସବୁଥିରେ ସହ ଅଭିନେତ୍ରୀ ଭାବେ ତାଙ୍କ ଭୂମିକା ପ୍ରଶଂସନୀୟ ଥିଲା। ଯୌନ ଉତ୍ପୀଡନ ତଥା ବଳାତ୍କାରର ଶିକାର ହେଉଥିବା ମହିଳାଙ୍କ ଭୂମିକାରେ ସେ କାମ କରିଥିଲେ। ଚରିତ୍ରକୁ ନେଇ ତାଙ୍କୁ ‘ବଲିଉଡ୍‌ର ଭଉଣୀ’ ଆଖ୍ୟା ମିଳିଥିଲା। ରୂପ ସୁନ୍ଦର ଏବଂ ସ୍ବଭାବ ଭଲ ଥିବା ଯୋଗୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ମଧ୍ୟ ଥିଲେ। ନିଜ କ୍ୟାରିୟରରେ ପାଖାପାଖି ତିରିଶଟି ଫିଲ୍ମରେ ସେ କାମ କରିଥିଲେ ହେଁ ମୁଖ୍ୟ ନାୟିକା ଚରିତ୍ର ତାଙ୍କୁ ମିଳି ନ ଥିଲା। ଅଭିନେତ୍ରୀ ଭାବେ ତାଙ୍କର ଏହି ଆଶା ଆଶାରେ ରହଯାଇଥିଲା। ଶେଷଥର ପାଇଁ ଫିଲ୍ମ ’ଲଭ୍‌ ଆଣ୍ଡ ଗଡ’ରେ ସେ ନଜର ଆସିଥିଲେ। ଏହା ତାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା। ୧୯୭୫ରେ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମାତ୍ର ୨୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ...

ରାଗିଲେ ସୋନା

ମୁମ୍ବାଇ: ବଲିଉଡ୍‌ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍‌ ଭାଇଜାନ ସଲମାନଙ୍କୁ...

ଅର୍ଜୁନ କପୁରଙ୍କ ନମ୍ବର ଡିଲିଟ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ଫିଲ୍ମ ସହିତ ସେ ସୋସିଆଲ ମିଡିଆରେ ମଧ୍ୟ...

ଝିଅ ସହ ପ୍ରଥମଥର ବିମାନ ଯାତ୍ରା କରିବାକୁ ନେଇ ଖୁସି ଅଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ସବୁଠାରୁ ପସନ୍ଦିତା କପଲ୍ସ ମଧ୍ୟରୁ ଗୋଟିଏ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଏବେ ଖୁବ ଖୁସିଥିବା ନଜର ଆସିଛି। ଏବେ...

ବୋଲ ମାନୁନି ପ୍ରେମ: ବିଗ୍‌ବସ୍‌ରୁ ବାହାରି ରୋମାଣ୍ଟିକ୍‌ ହେଲେ ପବିତ୍ରା-ଏଜାଜ୍‌

ବମ୍ବେ: କଳହ ସାଙ୍ଗକୁ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଏ ବିଗ୍‌ବସ୍‌। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ଦର୍ଶକଙ୍କୁ ମନୋରଞ୍ଜନ କରିବାର କୌଣସି ସୁଯୋଗ ଛାଡ଼ି ନ...

ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ...

‘ସମ୍ରାଟ ପୃଥ୍ବୀରାଜ’: ଦ୍ୱିତୀୟ ଦିନରେ ପଡ଼ିଲା ଫିକା

ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ୩ ଜୁନରେ ରିଲିଜ ହୋଇଥିଲା ବେଳେ ଅକ୍ଷୟ ଏଥିରେ ପ୍ରୀତିରାଜ ଚୌହାନଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମନୁଷୀ ଚିଲାର...

ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ବ୍ୟକ୍ତିଗତ ଏବଂ...

Advertisement
Archives

Model This Week