Posted inଫୁରସତ

ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…

ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ ମଶା ଅଧିକ କାମୁଡ଼ିଥାନ୍ତି। ପ୍ରଥମ ହେଉଛି ଶରୀରରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସାଇଡ୍‌ର ପରିମାଣ। ଯେଉଁମାନଙ୍କ ଶରୀରରୁ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୁଏ ସେମାନଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ବୋଲି ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। କାର୍ବନ ଡାଇଅକ୍ସାଇଡ୍‌ ମଶାଙ୍କୁ ଆକୃଷ୍ଟ କରିଥାଏ। ଏକ୍ଷେତ୍ରରେ ମଶାଙ୍କ ମଧ୍ୟରେ ଥିବା ସେନ୍ସିଂ ଅର୍ଗାନ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକଙ୍କ ତୁଳନାରେ ଗର୍ଭବତୀଙ୍କ ଶରୀରରୁ ୨୦ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୋଇଥାଏ। ତେଣୁ ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି। ସେହିପରି ଚ୍ବତାରେ ଥିବା କେତେକ ସ୍ବତନ୍ତ୍ର ବ୍ୟାକ୍ଟେରିଆ ମଶାଙ୍କୁ ଆକର୍ଷିତ କରିଥାନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ମଶା କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ ଅଧିକ କାମୁଡ଼ନ୍ତି। ମଶାଙ୍କର ପ୍ରଥମ ପସନ୍ଦ ହେଉଛି ଓ ଗ୍ରୁପ୍‌ ବ୍ଲଡ୍‌। ଏହାପରେ ଦ୍ୱିତୀୟ ପ୍ରସନ୍ଦ ହେଉଛି ଏ ଗ୍ରୁପ୍‌। ଏହି ଦୁଇ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କ ପାଖରେ ମଶାଙ୍କ ଗହଳି ଲାଗି ରହିଥାଏ। ଅଧିକ ଗାଢ଼ ରଙ୍ଗର ପୋଷାକ ଅବା କଳା ପୋଷାକ ପିନ୍ଧିଥିବା ଲୋକଙ୍କୁ ଅଧିକ ମଶା କାମୁଡ଼ିଥାନ୍ତିି। ଝାଳରେ ଲାକ୍ଟିକ୍‌ ଏସିଡ୍‌ ନିର୍ଗତ ହୋଇ ଶରୀରରେ ଲାଗି ରହିଥାଏ। ଲାକ୍ଟିକ୍‌ ଏସିଡ୍‌ ପ୍ରତି ମଶା ଆକର୍ଷିତ ହୋଇଥାନ୍ତି। ତେଣୁ ନିତି ଗାଧୋଇଲେ ଲାକ୍ଟିକ୍‌ ଲସିଡ୍‌ ଶରୀରରୁ ବାହାରି ଯାଇଥାଏ। ତେଣୁ ମଶା କାମୁଡ଼ାର ଆଶଙ୍କା ନ ଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିୟର ପାନ କରୁଥିବା ଲୋକଙ୍କ ରକ୍ତ ମଶାଙ୍କର ଭାରି ପସନ୍ଦ। ଏଭଳି ଲୋକଙ୍କ ପାଖରେ ମଶା ଉଡ଼ି ବୁଲିଥାନ୍ତି। ସେହିପରି ଘରେ ବ୍ୟବହୃତ ହେଉଥିବା କେତେକ ସ୍ପ୍ରେ ମଶାଙ୍କୁ ତଡ଼ି ଦେଇଥାଏ। ଫଳରେ ମଶା ସମ୍ପୃକ୍ତ ବ୍ୟକ୍ତିଙ୍କ ପଡ଼ୋଶୀଙ୍କ ଘରେ ପହଞ୍ଚି ଥାନ୍ତି। ତେଣୁ ୧୫ ପ୍ରତିଶତ ଡିଇଇଟି ଯୁକ୍ତ ସ୍ପ୍ରେ ବ୍ୟବହାର କରାଯିବା ଆବଶ୍ୟକ। ଏହା ଦ୍ୱାରା ମଶା ନିସ୍ତେଜ ହୋଇ ପଡ଼ି ରହି ଶେଷରେ ମରି ଯାଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?