Posted inଫୁରସତ

ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…

ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ ମଶା ଅଧିକ କାମୁଡ଼ିଥାନ୍ତି। ପ୍ରଥମ ହେଉଛି ଶରୀରରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସାଇଡ୍‌ର ପରିମାଣ। ଯେଉଁମାନଙ୍କ ଶରୀରରୁ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୁଏ ସେମାନଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ବୋଲି ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। କାର୍ବନ ଡାଇଅକ୍ସାଇଡ୍‌ ମଶାଙ୍କୁ ଆକୃଷ୍ଟ କରିଥାଏ। ଏକ୍ଷେତ୍ରରେ ମଶାଙ୍କ ମଧ୍ୟରେ ଥିବା ସେନ୍ସିଂ ଅର୍ଗାନ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକଙ୍କ ତୁଳନାରେ ଗର୍ଭବତୀଙ୍କ ଶରୀରରୁ ୨୦ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୋଇଥାଏ। ତେଣୁ ସେମାନଙ୍କୁ ଅଧିକ ମଶା କାମୁଡ଼ନ୍ତି। ସେହିପରି ଚ୍ବତାରେ ଥିବା କେତେକ ସ୍ବତନ୍ତ୍ର ବ୍ୟାକ୍ଟେରିଆ ମଶାଙ୍କୁ ଆକର୍ଷିତ କରିଥାନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ମଶା କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ ଅଧିକ କାମୁଡ଼ନ୍ତି। ମଶାଙ୍କର ପ୍ରଥମ ପସନ୍ଦ ହେଉଛି ଓ ଗ୍ରୁପ୍‌ ବ୍ଲଡ୍‌। ଏହାପରେ ଦ୍ୱିତୀୟ ପ୍ରସନ୍ଦ ହେଉଛି ଏ ଗ୍ରୁପ୍‌। ଏହି ଦୁଇ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କ ପାଖରେ ମଶାଙ୍କ ଗହଳି ଲାଗି ରହିଥାଏ। ଅଧିକ ଗାଢ଼ ରଙ୍ଗର ପୋଷାକ ଅବା କଳା ପୋଷାକ ପିନ୍ଧିଥିବା ଲୋକଙ୍କୁ ଅଧିକ ମଶା କାମୁଡ଼ିଥାନ୍ତିି। ଝାଳରେ ଲାକ୍ଟିକ୍‌ ଏସିଡ୍‌ ନିର୍ଗତ ହୋଇ ଶରୀରରେ ଲାଗି ରହିଥାଏ। ଲାକ୍ଟିକ୍‌ ଏସିଡ୍‌ ପ୍ରତି ମଶା ଆକର୍ଷିତ ହୋଇଥାନ୍ତି। ତେଣୁ ନିତି ଗାଧୋଇଲେ ଲାକ୍ଟିକ୍‌ ଲସିଡ୍‌ ଶରୀରରୁ ବାହାରି ଯାଇଥାଏ। ତେଣୁ ମଶା କାମୁଡ଼ାର ଆଶଙ୍କା ନ ଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିୟର ପାନ କରୁଥିବା ଲୋକଙ୍କ ରକ୍ତ ମଶାଙ୍କର ଭାରି ପସନ୍ଦ। ଏଭଳି ଲୋକଙ୍କ ପାଖରେ ମଶା ଉଡ଼ି ବୁଲିଥାନ୍ତି। ସେହିପରି ଘରେ ବ୍ୟବହୃତ ହେଉଥିବା କେତେକ ସ୍ପ୍ରେ ମଶାଙ୍କୁ ତଡ଼ି ଦେଇଥାଏ। ଫଳରେ ମଶା ସମ୍ପୃକ୍ତ ବ୍ୟକ୍ତିଙ୍କ ପଡ଼ୋଶୀଙ୍କ ଘରେ ପହଞ୍ଚି ଥାନ୍ତି। ତେଣୁ ୧୫ ପ୍ରତିଶତ ଡିଇଇଟି ଯୁକ୍ତ ସ୍ପ୍ରେ ବ୍ୟବହାର କରାଯିବା ଆବଶ୍ୟକ। ଏହା ଦ୍ୱାରା ମଶା ନିସ୍ତେଜ ହୋଇ ପଡ଼ି ରହି ଶେଷରେ ମରି ଯାଇଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri