୧୦ ଦଫା ଦାବି ନେଇ ସିପିଆଇ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) ବାତ୍ୟା ଅର୍ଣ୍ଣବ ଏବଂ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ବଡ଼ ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ଅଭିଯୋଗ ହୋଇଛି।

ଏନେଇ ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ପ୍ରଦାନ, କ୍ଷତି ହୋଇଥିବା ଧାନ, ଆଖୁ, ମକା, ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ, କୃଷି ଋଣ ଛାଡ଼, ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରିବା, ଭାଙ୍ଗି ଯାଇଥିବା ରାସ୍ତା, ପୋଲ, କେନାଲ ଗୁଡ଼ିକର ମରାମତି, ଦିଗପହଣ୍ଡି ସହର ବସଷ୍ଟାଣ୍ଡ ବାସିନ୍ଦାଙ୍କୁ ଜଳବନ୍ଦୀରୁ ମୁକ୍ତି ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରାଯାଇଛି।

ସେହିପରି ଭୀଷ୍ମଗିରି ଗ୍ରାମ ଗଣେଶ ନଗରର କ୍ଷତିଗସ୍ତ ୮ ବିପନ୍ନ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବା, ସମସ୍ତ ଗ୍ରାମାଞ୍ଚଳର ଗୃହହୀନଙ୍କୁ କ୍ଷତିପୂରଣ ସହ ଆବାସ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ, ସମସ୍ତ ଛୋଟ ବଡ଼ ଜଳ ଭଣ୍ଡାରର ଜଳଧାରଣ କ୍ଷମତାକୁ ବୃଦ୍ଧି କରାଯିବା ସହ ଆବଶ୍ୟକ ସ୍ଥଳେ ଜଳ ନିଷ୍କାସନ ପାଇଁ ରହୁଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରାଯିବା ନେଇ ସୋମବାର ସିପିଆଇ ଜୋନାଲ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପ୍ରଦାନ କରାଯାଥିଲା।

ବରିଷ୍ଠ ନେତା ଶମ୍ଭୁନାଥ ପଣ୍ଡା, ବୃନ୍ଦାବନ ପଣ୍ଡା, ସିପିଆଇ ଶାଖା ସମ୍ପାଦକ ତପନ କୁମାର ମିଶ୍ର, ମୂଷା ବେହେରା, ଆର୍‌. ଦୈତାରୀ ରେଡ୍ଡୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଶାସନ ପକ୍ଷରୁ ପ୍ରତି ରାଜସ୍ବ ଗ୍ରାମ ଅନୁଯାୟୀ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ବାଲିଚର ଜମିଗୁଡ଼ିକର ପୁନଃ ରୁଦ୍ଧାର ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ନେଇ ତହସିଲଦାରଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ମାଲେସିଆକୁ ହରାଇଲା ଜାପାନ

ଜଳନ୍ଧର, ୨ା୧୧: ଜାପାନ ଏହାର ଅନ୍ତିମ ରାଉଣ୍ଡ-ରବିନରେ ଏସିଆନ ଗେମ୍ସ ରୌପ୍ୟ ବିଜେତା ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରି ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି…

ବନ୍ୟା କ୍ଷୟକ୍ଷତି ଆକଳନ ନେଇ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ: ତୁରନ୍ତ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ

ଛତ୍ରପୁର, ୨/୧୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମ୍ପ୍ରତି ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ଯଥାସମ୍ଭବ ଶୀଘ୍ର ଓ ସଠିକ୍ ଭାବେ ଶେଷ କରିବାକୁ ଦକ୍ଷିଣାଞ୍ଚଳ…

ଘୁଞ୍ଚିଲା ଆଇପିଏଲ୍‌ ରିଟେନଶନ ଡେଡ୍‌ଲାଇନ, କେବେ ହେବ ଜାଣନ୍ତୁ…

ମୁମ୍ବାଇ,୨ା୧୧: ଆଇପିଏଲ୍‌ ଫ୍ରାଞ୍ଚାଇଜମାନଙ୍କ ପାଇଁ ଖେଳାଳିଙ୍କ ରିଟେନଶନ୍‌ ତାଲିକା ଦାଖଲ କରିବା ଲାଗି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଡେଡ୍‌ଲାଇନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା…

ଗୋଦାମରେ ନୁହେଁ, ପ୍ରତି ଗାଁରେ ମହଜୁଦ ରହିବ ଖାଦ୍ୟ

ଛତ୍ରପୁର,୨ା୧୧(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ…

ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଲେ ବିଧାୟକ

ଗଞ୍ଜାମ, ୨/୧୧ (ଅନାଥ ତରାଇ): ଗଞ୍ଜାମ ବ୍ଲକ୍‌ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର…

ନୋଟାରୀ ପବ୍ଲିକ ନିଯୁକ୍ତ ହେଲେ ଦିଗପହଣ୍ଡିର ଓକିଲ ମନୋରଞ୍ଜନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମନୋରଞ୍ଜନ ପଣ୍ଡାଙ୍କୁ କେନ୍ଦ୍ରୀୟ ନୋଟାରୀ ପବ୍ଲିକ…

ଗଞ୍ଜାମ ପୋଲିସର ମାନବିକତା: ବନ୍ୟା ବିପନ୍ନ ୨ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଗଞ୍ଜାମ, ୨।୧୧ (ବିଦ୍ୟାଧର ସାହୁ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, GRAP-2 କଟକଣା ଲାଗୁ; ଜାଣନ୍ତୁ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ, ୨।୧୧: ଦିଲ୍ଲୀ-NCRରେ ଲଗାତାର ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ୨ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?