ମଶାବାହିତ ରୋଗ

ସାଧାରଣତଃ ଅନେକ କୀଟପତଙ୍ଗ ମଣିଷକୁ କେତେକ ଗୁରୁତର ରୋଗ ସଂକ୍ରମିତ କରିଥାଆନ୍ତି। ତିନି ପ୍ରକାର କୀଟ ପତଙ୍ଗ ଯଥା-କୀଟ, ଆରାକନିଡା ଓ କ୍ରଷ୍ଟାସିଆ ନିମ୍ନମତେ ରୋଗ ସଞ୍ଚାରଣ ପାଇଁ ଦାୟୀ ଅଟନ୍ତି। ମଶା, ମାଛିକୁ ପକ୍ଷଯୁକ୍ତ କୀଟ ଏବଂ ଫ୍ଲି, ଉକୁଣୀ ଏବଂ ବଗ୍‌କୁ ପକ୍ଷହୀନ କୀଟ ଅନ୍ତର୍ଭୁକ୍ତ କରାଯାଇଛି। ଟିକ୍‌ ଏବଂ ମାଇଟ୍‌ ଆରାକନିଡା ଶ୍ରେଣୀୟ କୀଟ। କିନ୍ତୁ ଏହି ଶ୍ରେଣୀଭୁକ୍ତ ବୁଢ଼ିଆଣୀ, ବିଛା, କଙ୍କଡାବିଛା ରୋଗ କରାନ୍ତି ନାହିଁ। ସାଇକ୍ଲପକୁ କ୍ରଷ୍ଟେସିଆ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହାର ପରିସରଭୁକ୍ତ କଙ୍କଡା, ଲୋକଷ୍ଟର ଏବଂ ଚିଙ୍ଗୁଡି ରୋଗ କରାନ୍ତି ନାହିଁ।
କୀଟମାନଙ୍କ ଦ୍ୱାରା ବ୍ୟାପୁଥିବା ରୋଗ
ଭୂତାଣୁଜନିତ ରୋଗ : କୀଟମାନଙ୍କ ଦ୍ୱାରା ହେଉଥିବା ଭୂତାଣୁଜନିତ ରୋଗଗୁଡିକ ହେଉଛି ପୀତଜ୍ୱର, ଡେଙ୍ଗୁ, ଚିକୁନଗୁନିଆ, ଜାପାନିଜ୍‌ ମସ୍ତିସ୍କ ପ୍ରଦାହ, ପଶ୍ଚିମ ନୀଳ ନଦୀ ଜ୍ୱର, ଫ୍ଲୋବୋ ଟୋମସ୍‌ ଜ୍ୱର ଏବଂ କେ.ଏଫ. ରୋଗ। ଏଗୁଡିକ ମଧ୍ୟରୁ ପୀତଜ୍ୱର, ଡେଙ୍ଗୁ, ଚିକୁନଗୁନିଆ ଏବଂ ନୀଳ ନଦୀ ଜ୍ୱର ମଶା ଦ୍ୱାରା ବ୍ୟାପିଥାଏ। ଫ୍ଲୋବୋଟୋମୋସ ଜ୍ୱର ସ୍ୟାଣ୍ଡ ଫ୍ଲାଏ ଦ୍ୱାରା ଓ କେ.ଏଫ. ରୋଗ ଟିକ୍‌ ଦ୍ୱାରା ବ୍ୟାପିଥାଏ। ରିକେଟସିଆ ରୋଗ ଯଥା ଏପିଡେମିକ ଟାଇଫସ୍‌, ଟ୍ରେଞ୍ଚ ଜ୍ୱର ଉକୁଣୀ, ଏଣ୍ଡେମିକ୍‌ ଟାଇଫସ୍‌ ମୂଷା ଫ୍ଲି ଦ୍ୱାରା, ଟିକ୍‌ ଟାଇଫସ କ୍ୟୁ ଜ୍ୱର ଓ ରକି ମାଉଣ୍ଟେନ ଜ୍ୱର ଟିକ୍‌ ଦ୍ୱାରା ବ୍ୟାପୁଥିବା ବେଳେ ରିକେଟସିଆ ପକ୍ସ, ସ୍କ୍ରବ୍‌ ଟାଇଫସ ମାଇଟ୍‌ ଦ୍ୱାରା ବ୍ୟାପିଥାଏ।
ଜୀବାଣୁ : ଟାଇଫଏଡ୍‌ ଓ କଲେରା ମାଛି ଦ୍ୱାରା, ସିଗେଲା ଓ ପ୍ଲେଗ୍‌ ମୂଷା ଦ୍ୱାରା ବ୍ୟାପିଥାଏ।
ପରଜୀବୀ : ପରଜୀବୀ ମ୍ୟାଲେରିଆ ମଶା ଦ୍ୱାରା, ଲିସାମନିଆସିସ୍‌ ସ୍ୟାଣ୍ଡ ଫ୍ଲ୍‌ାଏ ଦ୍ୱାରା ହୋଇଥାଏ।
ବହୁକୋଷୀ ପରଜୀବୀ : ବହୁକୋଷୀ ପରଜୀବୀ ଫାଇଲେରିଆ ମଧ୍ୟ ମଶା ଦ୍ୱାରା ବ୍ୟାପିଥାଏ।
ଆମ ଦେଶରେ ଦେଖାଦେଉଥିବା କେତେକ ରୋଗ ମଶା ଦ୍ୱାରା ବ୍ୟାପିଥାଏ। ସେଗୁଡିକ ହେଲା : ମ୍ୟାଲେରିଆ-ମାଈଏନୋଫିଲିସ, ଫାଇଲେରିଆ-କ୍ୟୁଲେକ୍ସ (ଆମ ଦେଶରେ), ଡେଙ୍ଗୁ-ଏଡିସ୍‌, ଚିକୁନଗୁନିଆ-ଏଡିସ, ଜାପାନିଜ୍‌ ମସ୍ତିଷ୍କ ପ୍ରଦାହ-କ୍ୟୁଲେକ୍ସ ଏବଂ ପୀତଜ୍ୱର-ଏଡିସ୍‌।
ଆମ ରାଜ୍ୟରେ ଏଗୁଡିକ ମଧ୍ୟରୁ ଗତ କିଛି ବର୍ଷ ହେଲା ଔଷଧୀୟ ଗୁଣଯୁକ୍ତ ମଶାରିର ବହୁଳ ବ୍ୟବହାର ଯୋଗୁ ମ୍ୟାଲେରିଆ ବହୁ ପରିମାଣରେ କମି ଯାଇଥିଲା। କିନ୍ତୁ ଏବେ ପୁଣି ଥରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି।
ସାଧାରଣତଃ ମଶାମାନେ ମଣିଷ ଏବଂ ପଶୁପକ୍ଷୀମାନଙ୍କ ପାଖାପାଖି ସ୍ଥାନରେ ରହିଥାଆନ୍ତି। ମାଈ ଏନୋଫିଲିସ ମଶା ରାତିରେ ଶୋଇବା ବେଳେ କାମୁଡିଥାଏ। ଅନ୍ୟପକ୍ଷରେ ଡେଙ୍ଗୁ କରୁଥିବା ଏଡିସ ମଶା ସକାଳେ ଓ ସନ୍ଧ୍ୟା ବେଳେ କାମୁଡିଥାଏ। କ୍ୟୁଲେକ୍ସ ମଶା ଅନ୍ୟ ସମୟ ସହିତ ସନ୍ଧ୍ୟା ବେଳେ କାମୁଡିଥାଏ। ସାଧାରଣତଃ ମଶା ବର୍ଷାଦିନ ଆସିଲେ ବଂଶବୃଦ୍ଧି ଦ୍ରୁତ ଭାବରେ କରିଥାଆନ୍ତି। ମଶାର ସାନ୍ଧ୍ରତା ମାପି ସ୍ବାସ୍ଥ୍ୟ ବିଭାଗ ନାଳ, ନର୍ଦ୍ଦମା ସଫା କରିବା ସହ ଘଞ୍ଚ ବୁଦା, ଅଦରକାରୀ ଗୁଳ୍ମ କାଟିବା, ନାଳରେ ମଶା ତେଲ ପକାଇ ସେମାନଙ୍କର ସଂଖ୍ୟା କମାଇବା ସହିତ ଅଧିକ ମଶା ଥିବା ସ୍ଥାନରେ ଟିଫା ମେଶିନ୍‌ରେ ମଶା ନିରୋଧ ଧୂଅଁା ବା ଫଙ୍ଗିସ କରାଯାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେହେତୁ ମଶା ରୋଗୀକୁ କାମୁଡି ସେମାନଙ୍କଠାରୁ ରକ୍ତ ସହିତ ଜୀବାଣୁ ଆଣିଥାଏ ଓ ତା’ପରେ ସେହି ଜୀବାଣୁ ସୁସ୍ଥ ଲୋକ ଦେହକୁ (ପରିବର୍ତ୍ତିତ ହୋଇ ବା ନ ହୋଇ) ଯାଇଥାଏ, ତେଣୁ ରୋଗୀକୁ ମଶା ଠାରୁ ଦୂରେଇ ରହିବା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ମାଈ ମଶାମାନେ ଅଣ୍ଡା ପ୍ରଦାନ ପାଇଁ ରକ୍ତ ଖାଇବା ନିହାତି ଦରକାର କରନ୍ତି। ରକ୍ତ ଶୋଷଣଠାରୁ ଅଣ୍ଡା ଦେବା ପର୍ଯ୍ୟନ୍ତ ସମୟକୁ ‘ଗୋନୋଟ୍ରୋପିକ୍‌ ସାଇକେଲ’ କୁହାଯାଏ। ଅଣ୍ଡିରା ମଶାମାନେ କେବେହେଲେ ରକ୍ତ ଶୋଷଣ କରନ୍ତି ନାହିଁ ଓ ଉଦ୍ଭିଦ ଓ ଫଳରସ ଉପରେ ନିର୍ଭର କରନ୍ତି। ମାତ୍ର ମାଈ ମଶା ପ୍ରତି ୨-୩ ଦିନ ବ୍ୟବଧାନରେ ଅଣ୍ଡା ପ୍ରଦାନ ପାଇଁ ରକ୍ତ ନିହାତି ରୂପେ ଆବଶ୍ୟକ କରିଥାଏ। ଜୁଫିଲିକ୍‌ ମଶା ପ୍ରାଣୀମାନଙ୍କଠାରୁ ଓ ଅକ୍ଟୋଫିଲିକ୍‌ ମଶାମାନେ ମଣିଷଠାରୁ ରକ୍ତ ଶୋଷଣ କରିଥାଆନ୍ତି। ଗୋଟିଏ ମଶା ସାଧାରଣତଃ ଦୁଇ ସପ୍ତାହ ପାଖାପାଖି ବଞ୍ଚତ୍ଥାଏ। ହେଲେ ମାଈ ମଶାମାନେ ଅଧିକ ସମୟ ବଞ୍ଚତ୍ଥାଆନ୍ତି। ମଶା ସାଧାରଣତଃ ୧୫ ମିଟର ଉଚ୍ଚାକୁ ଯାଇ ନ ଥାଏ। ମାତ୍ର ଏବେ ମଧ୍ୟ ଅତି ଉଚ୍ଚ ବହୁତଳ ଆପାର୍ଟମେଣ୍ଟରେ ଏମାନେ ଏହାଠାରୁ ଉଚ୍ଚକୁ ଯିବା ପରିଲକ୍ଷିତ ହେଉଛି। ପୁନଶ୍ଚ ସାଧାରଣ ଭାବେ ମଶା ୫୦ମିଟରରୁ ଅଧିକ ଯାଉ ନ ଥିବା ବେଳେ ଏହା ୫ରୁ ୪୦ କିମି ଯିବାର ନଜୀର ମଧ୍ୟ ରହିଛି।
ଆମେ କେବେହେଲେ ମଶା ବଂଶ ଧ୍ୱଂସ କରିପାରିବା ନାହିଁ। ମାତ୍ର ସେମାନଙ୍କର ସଂଖ୍ୟା ହ୍ରାସ କରିପାରିବା। ଅଣ୍ଡା ଦେବା ସ୍ଥାନ ରଖିବା ନାହିଁ ଏବଂ ସେମାନେ କିପରି ଆମ ସଂସ୍ପର୍ଶରେ ଆସି ଆମକୁ କାମୁଡିବେ ନାହିଁ ସେଥିପ୍ରତି ପ୍ରତିବିଧାନ କରିବା। ଏଥିପାଇଁ ଏକ ମାତ୍ର ଉପାୟ ହେଉଛି ‘ମଶାରି’। ମଶାରିର ବ୍ୟବହାର ମଶାଙ୍କଠାରୁ ରକ୍ଷା ପାଇବାର ମୁଖ୍ୟ ଆୟୁଧ ଅଟେ। ଏହାର ପ୍ରଚାର, ପ୍ରସାର ହେବା ଉଚିତ।

ଡା. ରାମଚନ୍ଦ୍ର ରାଉତ
-ଅବସରପ୍ରାପ୍ତ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?